ETV Bharat / state

କ୍ଷତିଗ୍ରସ୍ତଙ୍କୁ ମିଳୁନି ନିଯୁକ୍ତି, ୯ରୁ ପ୍ରଜା ସଙ୍ଘର ଅର୍ଥନୈତିକ ଅବରୋଧ - ଅନୁଗୋଳ ଖବର ଲାଇଭ୍‌

ନିଯୁକ୍ତି ଦେବଦେବ କହି ଠକି ଚାଲିଛି ନାଲକୋ । ସ୍ଥାୟୀ ନିଯୁକ୍ତି ଦାବି କରି ଅର୍ଥନୈତିକ ଅବରୋଧ କରିବେ LAP କ୍ଷତିଗ୍ରସ୍ତ । ଅଧିକ ପଢ଼ନ୍ତୁ...

କ୍ଷତିଗ୍ରସ୍ତଙ୍କୁ ମିଳୁନି ନିଯୁକ୍ତି, ୯ରୁ ପ୍ରଜା ସଙ୍ଘର ଅର୍ଥନୈତିକ ଅବରୋଧ

author img

By

Published : Nov 7, 2021, 4:10 PM IST

Updated : Nov 7, 2021, 4:25 PM IST

ଅନୁଗୋଳ: ନିଯୁକ୍ତି ଦେବ ଦେବ କହି ଠକି ଚାଲିଛି ନାଲକୋ । ଏହାକୁ ନେଇ କ୍ଷତିଗ୍ରସ୍ତ LAP ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାକୁ ନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା କିଛି ଲାଭ ହେଉନି । ଶେଷରେ ସ୍ଥାୟୀ ନିଯୁକ୍ତି ଦାବିରେ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି LAP କ୍ଷତିଗ୍ରସ୍ତ।

କ୍ଷତିଗ୍ରସ୍ତଙ୍କୁ ମିଳୁନି ନିଯୁକ୍ତି, ୯ରୁ ପ୍ରଜା ସଙ୍ଘର ଅର୍ଥନୈତିକ ଅବରୋଧ

ନଭେମ୍ବର ୯ ତାରିଖ ଠାରୁ ନାଲକୋ ଆଇ.ଟି.ଆଇ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛି । ଏହାକୁ ନେଇ ଆଜି(ରବିବାର) ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତା ସୂଚନା ଦେଇଛନ୍ତି । ନାଲକୋ କାରଖାନା ଏବଂ ନାଲକୋର ନିଜସ୍ୱ ରେଳପଥ ଯୋଗୁଁ ଆଖପାଖ ୩୯ଟି ଗାଁର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଜମି ଅଧିଗ୍ରହଣ ସମୟରେ ନାଲକୋ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ନିଜ ଖର୍ଚ୍ଚରେ ଆଇ.ଟି.ଆଇ ତାଲିମ ପାଇଁ ପଠାଇ ଥିଲା ।

ତାଲିମ ଶେଷ ହେବା ପରେ ସ୍ଥାୟୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା ନାଲକୋ । ଇତି ମଧ୍ୟରେ ବର୍ଷବର୍ଷ ବିତି ଯାଇଥିଲେ ସୁଦ୍ଧା ନିଯୁକ୍ତି ମିଳିନାହିଁ । ବହୁବାର ଆନ୍ଦୋଳନ ମଧ୍ୟ କରାଯାଇ ପ୍ରଶାସନ ମଧ୍ୟସ୍ଥତାରେ ବୈଠକ ହୋଇଛି । ହେଲେ କୌଣସି ସୁଫଳ ମିଳି ପାରି ନାହିଁ । ତେଣୁ ଆଉ ନାଲକୋ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ସହ ଆଲୋଚନା କରାଯିବ ନାହିଁ ବୋଲି କହିଛି ପ୍ରଜା ସଙ୍ଘ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Nov 7, 2021, 4:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.