ETV Bharat / state

ଟାଟା ବିରୁଦ୍ଧରେ ତେଜୁଛି ଜନଅସନ୍ତୋଷ, ହକ୍ ପାଇଁ 25ରେ ହେବ ଆନ୍ଦୋଳନ - strike called against tata steel

ଆଞ୍ଚଳିକ ଲୋକଙ୍କୁ ଅଣଦେଖା କରୁଛି ଅନୁଗୋଳସ୍ଥିତ ଟାଟ ଷ୍ଟିଲ । ଯାହାର ପ୍ରତିବାଦରେ ଆସନ୍ତା ୨୫ ତାରିଖ ଦିନ ଆନ୍ଦୋଳନକୁ ଓହ୍ଲାଇବେ ହଜାର ହଜାର ଲୋକେ । ଅଧିକ ପଢନ୍ତୁ...

ଟାଟା ବିରୁଦ୍ଧରେ ତେଜୁଛି ଜନଅସନ୍ତୋଷ, ହକ୍ ପାଇଁ 25ରେ ହେବ ଆନ୍ଦୋଳନ

author img

By

Published : Nov 7, 2021, 9:29 AM IST

ଅନୁଗୋଳ: ଆଞ୍ଚଳିକ ଲୋକଙ୍କୁ ଅଣଦେଖା କରୁଛି ଅନୁଗୋଳ ସ୍ଥିତ ଟାଟ ଷ୍ଟିଲ । କମ୍ପାନୀ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ଆଦୌ ଅଗ୍ରାଧିକାର ଦେଉନାହିଁ । ଟାଟାରେ କାମ କରୁଥିବା ୧୯ ହଜାର ଲୋକଙ୍କ ମଧ୍ୟରୁ ଓଡିଆ କର୍ମଚାରୀଙ୍କ ହାର ମାତ୍ର ୩ ପ୍ରତିଶତ । କାରଖାନା ଯୋଗୁଁ ଜମି ହରାଇଥିବା କ୍ଷତିଗ୍ରସ୍ତ ଲୋକେ ଚାକିରି ନ ପାଇବା ଯୋଗୁଁ ଟ୍ରକ କିଣି କମ୍ପାନୀରେ ଲଗାଇବାକୁ ଅନୁରୋଧ କରିଆସୁଛନ୍ତି । ହେଲେ ଟାଟା ୫୦୦ରୁ ଊର୍ଦ୍ଧ୍ବ ଟ୍ରକ ପରିବହନ କ୍ଷେତ୍ରରେ ବ୍ୟବହାର କରୁଥିବାବେଳେ ସ୍ଥାନୀୟ ଟ୍ରକ ସଙ୍ଘର ଦାବି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଟାଟା ବିରୁଦ୍ଧରେ ତେଜୁଛି ଜନଅସନ୍ତୋଷ, ହକ୍ ପାଇଁ 25ରେ ହେବ ଆନ୍ଦୋଳନ

ଅନୁରୂପ ଭାବେ ଅନୁଗୋଳ ଠାରୁ ମେରାମୁଣ୍ଡଳୀ ପର୍ଯ୍ୟନ୍ତ ରାସ୍ତାରେ କାରଖାନାର ଶତାଧିକ ଗାଡି ଚଳାଚଳ କରୁଛି । ଫଳରେ ପ୍ରଦୂଷଣ ବଢିବାରେ ଲାଗିଛି ଏବଂ ଟ୍ରାଫିକ ସମସ୍ୟା ମଧ୍ୟ ବ୍ୟାପକ ହେଉଛି । ଏନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ । ଯଦ୍ବାରା ସାଧାରଣ ଜୀବନଯାତ୍ରା କଷ୍ଟକର ହୋଇପଡୁଛି । ଏହିସବୁ କାରଣ ଯୋଗୁଁ ତେଜିବାରେ ଲାଗିଛି ଜନଅସନ୍ତୋଷ ।

ଅନ୍ୟପଟେ ଏହିସବୁ ଘଟଣାକୁ କେନ୍ଦ୍ରକରି ୧୩ଟି ଦାବି ନେଇ କମ୍ପାନୀକୁ ଆନ୍ଦୋଳନ ନୋଟିସ ଦେଇଥିଲା ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ । ସଙ୍ଘ ୩ ମାସ ପୂର୍ବେ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲା । ଜିଲାପାଳଙ୍କ ମଧ୍ୟସ୍ଥତାରେ ବୈଠକ ବସିଥିଲା ମଧ୍ୟ । ଯେଉଁଥିରେ କାରଖାନା କର୍ତ୍ତୃପକ୍ଷ ସମାଧାନ କରିବାକୁ ରାଜି ହୋଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ ।

ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ପକ୍ଷରୁ ୨୫ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି । ଟାଟା ଭୂଷଣ ଷ୍ଟିଲ ଫାଟକ ସମ୍ମୁଖରେ ଆନ୍ଦୋଳନ କରିବେ ଢେଙ୍କାନାଳ ଓ ଅନୁଗୋଳ 12ଟି ପଞ୍ଚାୟତର ହଜାର ହଜାର ଲୋକେ । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ କ୍ଷତିଗ୍ରସ୍ତ ପ୍ରଜାସଙ୍ଘର ସଭାପତି ଗଙ୍ଗାଧର ସାମଲ, ବ୍ରାହ୍ମଣୀ ଟ୍ରକ ମାଲିକ ସଙ୍ଗର ସମ୍ପାଦକ ବିଜୟ କୁମାର ଧଳ, ଉପସଭାପତି ନରେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ସୂଚନା ଦେଇଛି । ଯଦି ଦାବି ପୂରଣ ନ ହୁଏ ତେବେ କାରଖାନାକୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.