ETV Bharat / state

ଅଣ୍ଟା ସଲଖୁଛି ସର୍କସ, କଟକଣା ପରେ କଳାକାର ଚିନ୍ତା

author img

By ETV Bharat Odisha Team

Published : Oct 20, 2023, 9:01 AM IST

ଅଣ୍ଟା ସଳଖି ଛଡା ହେଉଛି ସର୍କସ । ପ୍ରାୟ 10 ବର୍ଷ ପରେ ଅନୁଗୋଳରେ ପଡିଛି ସର୍କସ । ଆଫ୍ରିକାନ କଳାକାର ଜିଣୁଛନ୍ତି ମନ । ଅଧିକ ପଢନ୍ତୁ

ଅଣ୍ଟା ସଲଖୁଛି ଡାଇମଣ୍ଡ ସର୍କସ ,କଟକଣା ପରେ କଳାକାର ଚିନ୍ତା

ଅନୁଗୋଳ: ଦିନ ଥିଲା ସର୍କସ ନାଁ ଶୁଣିଲେ ପିଲାଠୁ ବୁଢା ସମସ୍ତଙ୍କ ମନରେ ଦେଖା ଯାଉଥିଲା ଏକ ନୂଆ ଉନ୍ମାଦ । ସର୍କସ ଦରଖିବା ର ମଜା ମଧ୍ୟ ଥାଏ ଅଲଗା । ଏହି କିଛି ବର୍ଷ ପୂର୍ବରୁ ମେଳାରେ ଯାନିଯାତ୍ରାରେ ସର୍କସ ମୁଖ୍ୟ ଆକର୍ଷଣ ପାଲଟୁଥିଲା । ଏଠାରେ ନାନା ରକମର କଳା କୌଶଳ ଦେଖି ଉପଭୋଗ କରୁଥିଲେ ଲୋକେ । ପୂର୍ବରୁ ଏହି ସର୍କସରେ ବାଘ ଭାଲୁ ହାତୀ ଭଳି ଯନ୍ତୁଙ୍କ ବି କଳା କୌଶଳ ଦେଖିବାକୁ ମିଳୁଥିଲା । କିନ୍ତୁ ବନ୍ୟପ୍ରାଣୀ ଆଇନ୍‌ ପରେ ଏସବୁ ବନ୍ଦ ହୋଇଗଲା । ଏହାପରେ ଅଳ୍ପ ବହୁତ ସର୍କସ କେତେକ ସ୍ଥାନରେ ଦେଖିବାକୁ ମିଳୁଥିଲା । ହେଲେ କୋରୋନା ମାଡ଼ରେ ସତେ କେଉଁ ଆଡ଼େ ଉଭେଇ ଗଲେ ସର୍କସ । ଏବେ ପୁଣି ଅଣ୍ଟା ସଳଖିବାକୁ ଚେଷ୍ଟା କରିଛି । ଅନୁଗୋଳର ପିଟିସି ପଡ଼ିଆରେ ପଡ଼ିଛି ଆଫ୍ରିକାନ ଡାଇମଣ୍ଡ ସର୍କସ ।

କୋରୋନା ପରଠାରୁ ସର୍କସ ଶିଳ୍ପୀ ବୁଡ଼ି ଯିବାକୁ ବସିଥିବା ବେଳେ ଏବେ ପୁଣି ଥରେ ଅଣ୍ଟା ସଲଖି ଛିଡ଼ା ହେଉଛି । କଟକଣା ପରେ ସର୍କସରେ ଜୀବଜନ୍ତୁମାନଙ୍କ ପ୍ରଦର୍ଶନ ବନ୍ଦ ହୋଇଥିବା ବେଳେ କୋରୋନା ପରେ କଳାକାର ଅଭାବରୁ ବନ୍ଦ ହେବାବୁ ବସିଥିଲା କିନ୍ତୁ ପୁଣି ବର୍ତ୍ତମାନ ପୁଣି ସର୍କସ ଟ୍ରାକ୍‌କୁ ଫେରୁଛି । ସର୍କସକୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି କିଛି ସର୍କସ ସଂସ୍ଥା ।

ଏହାରି ମଧ୍ୟରେ ଅନୁଗୋଳ ପିଟିସି ପଡ଼ିଆରେ ପଡ଼ିଛି ଆଫ୍ରିକାନ ଡାଇମଣ୍ଡ ସର୍କସ । ସର୍କସରେ ଆଗ ଭଳି ଶୋ' ଦେଖିବାକୁ ମିଳୁ ନଥିଲେ ବି ଅନେକ ମୌଳିକତାକୁ ବଜାଇ ରଖିବାରେ ସକ୍ଷମ ହୋଇଛନ୍ତି ସର୍କସ କର୍ତ୍ତୃପକ୍ଷ । କୋରୋନା ପରେ ଏହି ଶିଳ୍ପ ଏକ ରକମର ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ଥରେ ଅଣ୍ଟା ସଲଖି ଛିଡ଼ା ହୋଇଛି । ଏହି ପରିସ୍ଥିତିରେ ଦେଶରେ ସର୍କସ କଳାକାରଙ୍କ ଅଭାବ ଦେଖା ଦେଇଛି । ଫଳରେ ଆଫ୍ରିକାନ କଳାକାରମାନେ ଆସି ଏଠାରେ ଲୋକଙ୍କ ମନରଞ୍ଜନ କରୁଛନ୍ତି । ବିଦେଶୀ କଳାକାରଙ୍କ ଦୌଡ଼ି ଖେଳ, ଜିମ୍ନାଷ୍ଚିକ୍ ଓ ନିଆଁରେ ଖେଳ ଆଦିର ମଜା ନେଉଛନ୍ତି ଅନୁଗୋଳବାସୀ ।

ଏହା ମଧ୍ୟ ପଢନ୍ତୁ...ସିଲଭର ସିଟିକୁ ଫେରିଲା ସର୍କସ୍‌; ହସେଇ ହସେଇ ଗଡ଼ାଉଛି ଜୋକର, ମନ କିିଣିଲା ମଣିପୁର ଯୁବତୀଙ୍କ ଦୁଃସାହସିକ ପ୍ରଦର୍ଶନ

ଏହାରି ଭିତରେ ପ୍ରାୟ 10 ବର୍ଷ ପରେ ଅନୁଗୋଳରେ ସର୍କସ ପଡ଼ି ଥିବାରୁ, ଏହାର ମଜା ଉଠାଇବାକୁ ଲୋକଙ୍କ ଭିଡ଼ ଜମିଛି । ଜୋକରଙ୍କ କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ' ସହ ମଣି ମଣିପୁର କଳାକାରଙ୍କ ମାର୍ସଲ ଆର୍ଟ୍ସ୍‌ କଳା ପଦର୍ଶନ ଲୋକଙ୍କ ମନ ଜିଣୁଛି । ପୋଲ ଖେଳ, ଫାୟାର ଶୋ', ଜାଲି ମଧ୍ୟରେ ମୋଟରସାଇକେଲ ଚାଳନାର ଶୋ' ସହ, ରିଙ୍ଗ୍‌ ଡ୍ୟାନ୍ସ ଆଦିର ମଜା ନେଉଛନ୍ତି ଦର୍ଶକ । ଏହା ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଲୋକେ ନିଜର ପରିବାର ସହ ଆସି ସର୍କସ ଦେଖିବାର ମଜା ନେଉଛନ୍ତି । ଲୋକଙ୍କ ମନୋରଞ୍ଜନ କରି କଳାକାରଙ୍କଠାରୁ ଆରମ୍ଭ କରି କର୍ତ୍ତୃପକ୍ଷ ମଧ୍ୟ ଉତ୍ସାହିତ । ତେବେ ସର୍କସ ଶିଳ୍ପ ବଞ୍ଚାଇ ରଖିବାକୁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ଥିବା କହିଛନ୍ତି ସର୍କସ ମାଲିକ ।

ଚଳିତ ବର୍ଷ କଟକ ସହରରେ ଆୟୋଜିତ ହୋଇଥିଲା ସର୍କସ । ଦୀର୍ଘ ୫ ବର୍ଷ ପରେ ସର୍କସ୍‌ ଫେରିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । କଟକବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ବାଲିଯାତ୍ରା ଉପର ପଡ଼ିଆରେ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିଲା ଏହି ସର୍କସ୍‌ ।

ଇଟିଭି ଭାରତ,ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.