ETV Bharat / state

ଶୁଣିଲାନି ପ୍ରଶାସନ, କେନାଲ ସଫା କଲେ ଗ୍ରାମବାସୀ - village

ଶୁଣିଲାନି ପ୍ରଶାସନ । ହେଲେ ହାରିଲାନି ମନୋବଳ । ନିଜ ଆତ୍ମବିଶ୍ବାସ ଓ ଦମରେ ଅନୁଗୋଳ ଜିଲ୍ଲାର ଖଲାରୀ ଗ୍ରାମବାସୀ ଏପରି କିଛି କରିଛନ୍ତି ସମସ୍ତଙ୍କୁ ପ୍ରେରଣା ଯୋଗାଇବା ସହ ଅଳସୁଆଙ୍କୁ କଡା ଜବାବ ଦେବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ
author img

By

Published : May 22, 2019, 9:36 PM IST

ଅନୁଗୋଳ: ଗାଁର ପରିମଳ ଗ୍ରାମବାସୀଙ୍କ ହାତରେ । ଏଥିପାଇଁ ଲୋଡା ନାହିଁ ସରକାରୀ ସହାୟତା । ନିର୍ଦ୍ଦେଶକୁ ଅପେକ୍ଷା କରିବା ଅପେକ୍ଷା କାନ୍ଧରେ କାନ୍ଧ ମିଳାଇ ଘରୁ ପାଦ କାଢିଲେ ଅନୁଗୋଳ ଜିଲ୍ଲାର ଖଲାରୀ ଗ୍ରାମବାସୀ । ହାତରେ କୋଡ଼ି, କୋଦାଳ ଓ ଶାବଳ ଧରି ପାଟିକୁ ଦାନା, ପାଣି ଯୋଗାଉଥିବା ଗୋଟିଏ ମାତ୍ର କେନାଲକୁ ଦେଲେ ନୂଆ ଜୀବନ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଭବିଷ୍ୟତ ପାଇଁ ଏକାଠି ହୋଇଛି ଖଲାରୀ ଗାଁ । ନିଜ ଦମରେ ଗୋଟିଏ ଦିନରେ 3 କିମି ଗଭୀର ପଙ୍କରେ ପୋତି ହୋଇଥିବା ବାପଅଜା ଅମଳର ଏହି କେନାଲର ପୁନଃରୁଦ୍ଧାର କରିଛନ୍ତିି । ଏଥିପାଇଁ ଏମାନେ କୌଣସି ସରକାରୀ ସହାୟତା ମଧ୍ୟ ପାଇନାହାନ୍ତି । ପ୍ରଚଣ୍ଡ ଖରାରରେ ଅକ୍ଲାନ୍ତ ପରିଶ୍ରମ କରି ଗଛ, ଘାସ ଓ ଲତାବୁଦା ଓ ମାଟିରେ ଭର୍ତ୍ତି କେନାଲ ପାଣିକୁ ଛାଣି କରିଛନ୍ତି ପିଇବା ଉପଯୋଗୀ ।

ଏହି କୃଷି ପ୍ରାଧାନ୍ୟ ଗାଁରେ ପ୍ରାୟ 3 ଶହରୁ ଅଧିକ ଲୋକ ବସବାସ କରନ୍ତି । ଜମିରେ ପାଣି ମଡାଇବାଠୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ କାମ ଗାଁ ଦେଇ ଯାଇଥିବା ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲରୁ ବାହାରିଥିବା ଶାଖା କେନାଲ ଉପରେ ହିଁ ନିର୍ଭର କରନ୍ତି । 40 ରୁ 45 ବର୍ଷ ପୁର୍ବେ ଗାଁ ଲୋକେ ନିଜ ପାଇଁ ନିଜେ ମାଟି ଖୋଳି ଅଣ ଓସାରିଆ କେନାଲଟିଏ ତିଆରି କରିଥିଲେ । ସମୟ କ୍ରମେ ଜଳ ସମ୍ପଦ ବିଭାଗ ଏହାକୁ ହାତକୁ ନେଇଥିଲା । ହେଲେ ସେବେଠାରୁ ଏହି କେନାଲର ମରାମତି କିମ୍ବା ପୋତି ହୋଇ ଯାଇଥିବା ମାଟି ଉଦ୍ଧାର କରାଯାଇ ନଥିବାରୁ କେନାଲରେ ପାଣି ଆସି ପାରୁନଥିଲା ।

ଫଳରେ ପ୍ରାୟ 1ହଜାର ଏକରରୁ ଅଧିକ ଜମିରେ ପାଣି ମାଡ଼ୁ ନଥିଲା । ଜମି ଗୁଡ଼ିକ ପଡ଼ିଆ ପଡ଼ୁଥିଲା । ଖାଲି ସେତିକି ନୁହେଁ ଗାଁର ଛୋଟ ଗାଡ଼ିଆ, ପୋଖରୀ ସବୁ କେନାଲ ପାଣି ବିନା ଶୁଖିଲା ପଡ଼ୁଥିଲା । ଲୋକେ ବାରମ୍ବାର ଜଳ ସମ୍ପଦ ବିଭାଗକୁ ଗୁହାରି କରି ଥକି ଗଲେ ପଛେ କେହି କିଛି ଶୁଣି ନ ଥିଲେ। ଯାହା 40 ବର୍ଷ ଧରି ହୋଇ ପାରି ନଥିଲା ଏବଂ ବିଭାଗୀୟ କର୍ତ୍ତୃପକ୍ଷ ଯାହାକୁ ଅଣଦେଖା କରୁଥିଲେ ତାହାକୁ ଗ୍ରାମବାସୀ ମିଳିତ ଭାବେ ଉଦ୍ୟମ କରି ସଫଳ କରି ପାରିଲେ ଏମାନଙ୍କ ଅଦମ୍ୟ ଇଚ୍ଛା ଶକ୍ତି କେବଳ ଏକ ପ୍ରେରଣାର ଉତ୍ସ ନୁହେଁ । ବରଂ ବର୍ତ୍ତମାନ ପ୍ରତିଟି କ୍ଷେତ୍ରରେ ସରକାରଙ୍କୁ ଦୋଷ ଦେଉଥିବା ଅଳସୁଆଙ୍କୁ ଶକ୍ତ ଚାପୁଡା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

ff

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.