ETV Bharat / state

ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଲୁଟ

author img

By

Published : Aug 28, 2019, 8:42 PM IST

ସରକାରୀ ହସ୍ପିଟାଲରେ ଦଲାଲଙ୍କ ରାଜ । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଲୁଟର ଶିକାର ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ହସ୍ପିଟାଲକୁ ଆସି ଠକାମିର ଶିକାର ହେଉଛନ୍ତି ସାଧାରଣ ଲୋକେ । ବିଭିନ୍ନ ଆଳରେ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କୁ ଲୁଟି ଚାଲିଛନ୍ତି ଦଲାଲ । ଆଉ ଅଭିଯୋଗ କଲେ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ଜରପଡା ଥାନା କତଡା ଗାଁର ପ୍ରସନ୍ନ ଦେହୁରୀ ଓ ତାଙ୍କ ସ୍ତ୍ରୀ ଯଶୋଦା ଚିକିତ୍ସା ଲାଗି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଏଠାରେ ତାଙ୍କୁ ସାହାଯ୍ୟ କରିବା ବାହାନାରେ ଜଣେ ବ୍ୟକ୍ତି 7ଶହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାଯୋଗ୍ୟ, ବର୍ହିଃବିଭାଗରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଔଷଧ ନେବା ପାଇଁ ଚିକିତ୍ସାଳୟ ପରିସରରେ ଥିବା ଏକ ଗଛ ମୂଳରେ ଅପେକ୍ଷା କରିଥିଲେ ଦମ୍ପତ୍ତି । ସେହି ସମୟରେ ଡାକ୍ତରଖାନାର କର୍ମଚାରୀର ପରିଚୟ ଦେଇ ଜଣେ ବ୍ୟକ୍ତି ସାହାଯ୍ୟ କରିବାକୁ କହିଥିଲେ । ଆଉ ଏଥିପାଇଁ ଡାକ୍ତରଖାନାକୁ କିଛି ପଇସା ଦେବାକୁ ପଡିବ ବୋଲି କହି 7 ଶହ ଟଙ୍କା ଠକି ନେଇ କେଉଁଆଡେ ଫେରାର ହୋଇଯାଇଥିଲେ ।ତେବେ ଠକାମିର ଶିକାର ହୋଇଥିବା ଦମ୍ପତ୍ତି ହସ୍ପିଟାଲ ମ୍ୟାନେଜରଙ୍କୁ ଏ ସମ୍ପର୍କରେ କହିଥିଲେ । କିନ୍ତୁ ଏ ବିଷୟରେ କିଛି କହିପାରିବେ ନାହିଁ କହି ଫେରାଇ ଦେଇଥିଲେ କର୍ମଚାରୀ ।

ସେପଟେ, ଚିକିତ୍ସାଳୟକୁ ବହୁ ଦୂରଦୁରାନ୍ତ ଗାଁ ଗହଳିରୁ ରୋଗୀଙ୍କୁ ଆସି ଏଭଳି ଠକାମିର ବାରମ୍ବାର ଶିକାର ହେଉଥିବାବେଳେ ଅନେକ ଦିନ ଧରି ଚିକିତ୍ସାଳୟ ପରିସରରେ ବନ୍ଦ ରହିଛି ପୋଲିସ ଫାଣ୍ଠି । ତେଣୁ ନିର୍ଭରରେ ସାଧାରଣ ଲୋକେ ଆସି ସାଧାରଣଲୋକଙ୍କୁ ଠକୁଥିବାର ଅଭିଯୋଗ ହେଉଛି । ଏପରିକି ସିସିଟିଭି ମଧ୍ୟ ଉଚ୍ଚମାନର ହୋଇନଥିବାରୁ ସେଥିରେ କାହାରି ଚେହେରା ସ୍ପଷ୍ଟ ମଧ୍ୟ ଦେଖାଯାଉନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ହସ୍ପିଟାଲ ଆସି ଠକାମିର ଶିକାର ଶିକାର ହେଉଛନ୍ତି ସାଧାରଣ ଲୋକେ । ହସ୍ପିଟାଲ କୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଲୁଟୁଛନ୍ତି ଠକ ।ବିଭିନ୍ନ ଆଳରେ ସେମାନଙ୍କୁ ଠକୁଛନ୍ତି ଏହି ଦଲାଲ । ଅଭିଯୋଗ କଲେ ଶୁଣିବାକୁ କେହି ନାହିଁ । ମ୍ୟାନେଜର କିଛି ଜାଣିନଥିବା କହୁଥିବା ବେଳେ ଡାକ୍ତର ଖାନାରେ ଥିବା ପୋଲିସ ଫାଣ୍ଡି କାମ କରୁନି । ତେଣୁ ଗାଁ ଗହଲିରୁ ଆସିଥିବା ଲୋକେ ଠକମିର ଶିକାର ହୋଇ ଫେରୁଛନ୍ତି ।Body:Vo -1
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଠକଙ୍କ ରାଜ। ବିଭିନ୍ନ ସମୟରେ ଚିକିତ୍ସା ପାଇଁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଠକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ । ଜରପଡା ଥାନା କତଡା ଗାଁର ପ୍ରସନ୍ନ ଦେହୁରୀ ଓ ତାଙ୍କ ସ୍ତ୍ରୀ ଯଶୋଦା ଦେହୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଅସିଥିଲେ । ବହିଃବିଭାଗରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଔଷଧ ନେବା ପାଇଁ ଚିକିତ୍ସାଳୟ ପରିସରରେ ଥିବା ଏକ ଗଛ ମୂଳେ ବସିଥିବା ସମୟରେ କେହି ଜଣେ ଡାକ୍ତରଖାନା କର୍ମଚାରୀ ପରିଚୟ ଦେଇ ସେମାନଙ୍କୁ ଡାକ୍ତରଖାନା ତରଫରୁ ପଇସା ମିଳିବ 'ମୁଁ ସାହାର୍ଯ୍ୟ କରିବି ଏବଂ ଡାକ୍ତରଖାନାଙ୍କୁ କିଛି ପଇସା ଦେବାକୁ ପଡିବ' ବୋଲି କହି ୭ଶହ ଟଙ୍କା ଠକିନେଇ କେଉଁ ଆଡ଼େ ଫେରାର ହୋଇ ଯାଇଛି। ସ୍ୱାମୀ ଓ ସ୍ତ୍ରୀ ଗଛ ମୂଳେ କାନ୍ଦୁଥିବା ସମୟରେ ସ୍ୱେଚ୍ଛାସେବୀ ମାନେ ତାଙ୍କୁ ପୁଣି ଡାକ୍ତରଙ୍କୁ ଦେଖାଇ ଔଷଧ ଯୋଗାଇ ଦେଇଥିଲେ । ସେମାନଙ୍କ ନିକଟରେ ପଇସା ନଥିବାରୁ ଗାଡି ଭଡା ମଧ୍ୟ ଦେଇଥିଲେ ଫଳରେ ସ୍ୱାମୀ ସ୍ତ୍ରୀ ଘରକୁ ଫେରିଯାଇଥିଲେ ।
Byte – 1 ଜୋସଦା ଦେହୁରୀ, ଠକାମିର ଶିକାର ମହିଳା
Byte – 2 ପ୍ରଶ୍ନ ଦେହୁରୀ, ଜୋସଦାଙ୍କ ସ୍ୱାମୀ
Vo – 2
ଠକାମିର ଶିକାର ହୋଇଥିବା ଦମ୍ପତି ହସ୍ପିଟାଲ ମ୍ୟାନେଜରଙ୍କୁ ଅଭିଯୋଗ କରିଥିଲେ । ସେ କିଛି କରିପାରିବେ ନାହିଁ ବୋଲି କହି ଦମ୍ପତିଙ୍କୁ ପୋଲିସ ପାଖକୁ ପଠାଇ ଦେଇଥିଲେ । ଚିକିତ୍ସାଳୟରେ ସାଧାରଣ ଲୋକଙ୍କଠାରୁ ଠକିକି ପଇସା ନେବା ଘଟଣା ନୂଆ ନୁହେଁ । ବାରମ୍ବାର ଏଭଳି ଘଟଣା ଘଟୁଥିଲେବି ଏଥିପ୍ରତି କାହାରି ନଜର ପଡୁନାହିଁ । ଚିକିତ୍ସାଳୟ ପରିସରରେ ଥିବା ପୋଲିସ ଫାଣ୍ଡି ଟି ବି ଅନେକ ଦିନ ହେବ ବନ୍ଦ ହୋଇ ରହିଥିବାରୁ ଠକ ମାନେ ନିର୍ଭୟରେ ଆସି ସାଧାରଣ ଲୋକଙ୍କୁ ଠକୁଥିବା ଅଭିଯୋଗ ହେଉଛି । ଏପରିକି ଲଗାଯାଇଥିବା CCTV ମଧ୍ୟ ଉଚ ମନର ହୋଇ ନଥିବାରୁ ସେଥିରେ କାହାରି ଚେହେରା ମଧ୍ୟ ଦେଖାଯାଉ ନଥିବା ସ୍ଵେତ୍ସାସେବି ମାନେ ଅଭିଯୋଗ କରିଛନ୍ତି । ଏନେଇ ହସ୍ପିଟାଲ ମ୍ୟାନେଜର ମ୍ୟାମେରା ସାମ୍ନାରେ କିଛି ବି କହିବାକୁ ମନା କରିଛନ୍ତି ।
Byte – 3 ପର୍ଶୁରାମ ଦାଶ, ସମାଜ ସେବୀ
Byte – 4 ହସ୍ପିଟାଲ ମ୍ୟାନେଜର
Conclusion:ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ପୋଲିସ କି ହସ୍ପିଟାଲ କର୍ତ୍ତୁପକ୍ଷ କାହାରି ନଜର ପଡୁନହିଁ । ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି ହେଉଛି ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.