ETV Bharat / state

କୋରୋନା ଭୟରେ ବସରେ ଯାତ୍ରା କରୁନାହାଁନ୍ତି ଯାତ୍ରୀ

author img

By

Published : Jul 15, 2020, 8:11 AM IST

Updated : Jul 15, 2020, 9:50 AM IST

କୋରୋନା ଭୟ ସାଙ୍ଗକୁ ସରକାରୀ କଟକଣା । ବସରେ ଯାତ୍ରା କରୁନାହାଁନ୍ତି ଯାତ୍ରୀ। ଖାଲି ବସ ଚଳାଇ କ୍ଷତି ସହୁଛନ୍ତି ବସ ମାଲିକ । ଆଗାମୀ ଦିନରେ ବସ ନ ଚାଲିବାକୁ ନିଷ୍ପତ୍ତି ନେଲେଣି ବସ ମାଲିକ । ଅଧିକ ଖବର ପଢନ୍ତୁ...

କୋରୋନା ଭୟରେ ବସରେ ଯାତ୍ରା କରୁନାହାଁନ୍ତି ଯାତ୍ରୀ
କୋରୋନା ଭୟରେ ବସରେ ଯାତ୍ରା କରୁନାହାଁନ୍ତି ଯାତ୍ରୀ

ଅନୁଗୋଳ: କୋରୋନା ଭୟ ସାଙ୍ଗକୁ ସରକାରୀ କଟକଣା । ବସରେ ଯାତ୍ରା କରୁନାହାଁନ୍ତି ଯାତ୍ରୀ। ଖାଲି ବସ ଚଳାଇ କ୍ଷତି ସହୁଛନ୍ତି ବସ ମାଲିକ । ଆଗାମୀ ଦିନରେ ବସ ନ ଚାଲିବାକୁ ନିଷ୍ପତ୍ତି ନେଲେଣି ବସ ମାଲିକ । ଦିନକୁ ଦିନ କୋରୋନା ନିଜର କାୟା ମେଲାଇ ଚାଲିଥିବା ବେଳେ ଏବେ ସେଥିରେ ସମସ୍ତେ ସନ୍ତୁଳି ହେଉଛନ୍ତି । ଯେଉଁମାନେ ଗାଡି ବ୍ୟବସାୟ କରି ନିଜେ ରୋଜଗାର ପାଇବା ସହ ଗାଡି ପିଛା 3ରୁ 4 ଜଣକୁ ରୋଜଗାର ଯୋଗାଇ ଥାନ୍ତି ସେ ଗାଡି ମାଲିକ ମାନେ ଏବେ ଚିନ୍ତାରେ ।

ସରକାର ବସ ଚଳାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ କୋରୋନା ଭୟରେ ବସରେ କେହି ଯାତ୍ରା କରୁନାହାଁନ୍ତି । ଫଳରେ ପ୍ରତ୍ୟେକ ଦିନ ମାଲିକ ମାନେ ବସ ଷ୍ଟାଣ୍ଡରେ ଗାଡି ଛିଡା କରି ଯାତ୍ରୀଙ୍କୁ ଅପେକ୍ଷା କରୁଥିଲେ ବି କେହି ଆସୁନଥିବାରୁ ପୁଣି ଗାଡି ଫେରାଈ ନେଉଛନ୍ତି । ସେପଟେ କେହି କେହି ଅଳ୍ପ ଯାତ୍ରୀ ରେ ବସ ଚଲାଇ ଥିବାରୁ କ୍ଷତିରେ ପଡୁଥିବା କହିଛନ୍ତି ।

ଏହିଭଳି ସ୍ଥିତି ଲାଗି ରହିଲେ ଅନୁଗୋଳର ମାଲିକ ମାନେ ଆଉ ବସ ଚଳାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେପଟେ ଗାଡି ଠିକରେ ଚାଲୁ ନଥିବାରୁ କଣ୍ଡକ୍ଟର , ଡ୍ରାଇଭର ଓ ହେଲପର ମାନଙ୍କ ଜୀବିକା ଏବେ ବିପଦରେ । କୋରୋନା ଭୟରେ ଯାତ୍ରୀ ଆସୁନଥିବା ବେଳେ ଏବେ ପୁଣି ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଆସିବାରେ କଟକଣା ଲଗାଯାଇଥିବାରୁ ଏହା ମଧ୍ୟ ଏମାନଙ୍କ ଚିନ୍ତାର କାରଣ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 15, 2020, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.