ETV Bharat / state

ପଞ୍ଚାୟତ ପ୍ରତିନିଧି ଆସନ ସଂରକ୍ଷଣକୁ ନେଇ ଦ୍ଵନ୍ଦରେ ନେତା ଭୋଟର

author img

By

Published : Jan 1, 2022, 8:31 PM IST

ପଞ୍ଚାୟତ ନିର୍ବାଚନ ପାଇଁ ବାରମ୍ବାର ସ୍ଥାନ ସଂରକ୍ଷଣ ତାଲିକା ବଦଳୁଥିବାରୁ ଆଶାୟୀ ପ୍ରାର୍ଥୀ ଏବଂ ଭୋଟରଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ। କିଛିଦିନ ହେଲା ନିର୍ବାଚନୀ ବାତାବରଣ ସରଗରମ ରହିଛି। କେତେକ ସ୍ଥାନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଥିଲେ। କିନ୍ତୁ ସେଭଳି ଅନେକ ସ୍ଥାନରେ ସଂରକ୍ଷଣ ବଦଳି ଯାଇଛି। ଅଧିକ ପଢନ୍ତୁ

ପଞ୍ଚାୟତ ପ୍ରତିନିଧି ଆସନ ସଂରକ୍ଷଣକୁ ନେଇ ଦ୍ଵନ୍ଦରେ ନେତା ଭୋଟର
ପଞ୍ଚାୟତ ପ୍ରତିନିଧି ଆସନ ସଂରକ୍ଷଣକୁ ନେଇ ଦ୍ଵନ୍ଦରେ ନେତା ଭୋଟର

ଅନୁଗୋଳ: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାରମ୍ବାର ସ୍ଥାନ ସଂରକ୍ଷଣ ତାଲିକା ବଦଳୁଥିବାରୁ ଆଶାୟୀ ପ୍ରାର୍ଥୀ ଏବଂ ଭୋଟରଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ। କିଛିଦିନ ହେଲା ନିର୍ବାଚନୀ ବାତାବରଣ ସରଗରମ ରହିଛି। କେତେକ ସ୍ଥାନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଥିଲେ। କିନ୍ତୁ ସେଭଳି ଅନେକ ସ୍ଥାନରେ ସଂରକ୍ଷଣ ବଦଳି ଯାଇଛି। ଏମିତି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ସବୁ ପଞ୍ଚାୟତ ଏବଂ ପଞ୍ଚାୟତ ସମିତି ଗୁଡିକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବହୁ ପୂର୍ବରୁ ବିଭିନ୍ନ ପଦ ପଦବୀ ପାଇଁ ସ୍ଥାନ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା।

ସେହି ତାଲିକା ଅନୁସାରେ ଆଶାୟୀ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟମାନେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ ହୋଇଥିଲେ। ଏପରିକି କେତେକ ପଞ୍ଚାୟତରେ ଆଶାୟୀମାନେ ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଥିଲା। କିନ୍ତୁ ପୁଣି ଏକ ସାନି ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି। ଯେଉଁଠି ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ଉଦିଷ୍ଟ ଥିଲା ସେଠାରେ ସାଧାରଣ ବର୍ଗ, ସାଧାରଣ ବର୍ଗ ପାଇଁ ଥିବା ଆସନ ଅନୁସୂଚିତ ଜନଜାତି ଏଭଳି ବହୁ ପରିବର୍ତ୍ତନ ହୋଇଛି। ତେଣୁ ଏହାକୁ ନେଇ ଏବେ ଚାଲିଛି ଟଣା ଓଟରା। ଅନୁଗୋଳ ଜିଲ୍ଲାରେ ୨୨୫ ପଞ୍ଚାୟତରେ ୨୨୫ ସରପଞ୍ଚ ପଦବି ନିମନ୍ତେ ପୂର୍ବ ସଂରକ୍ଷଣ ତାଲିକା ଅନୁସାରେ ଅନୁସୂଚିତ ଜାତି ପାଇଁ ୨୦, ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ୨୩, ଅନୁସୂଚିତ ଜନ ଜାତି ପାଇଁ ୧୫, ଅନୁସୂଚିତ ଜନ ଜାତି ମହିଳାଙ୍କ ପାଇଁ ୧୮, ପଛୁଆ ବର୍ଗଙ୍କ ପାଇଁ ୧୬, ପଛୁଆ ବର୍ଗ ମହିଳାଙ୍କ ପାଇଁ ୧୮, କେବକ ମହିଳାଙ୍କ ପାଇଁ ୫୬ ଏବଂ ଅଣ ସଂରକ୍ଷିତ ୫୬ଟି ଆସନ ରହିଥିଲା। ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉଛେଦ ହେବା ପରେ ସେହି ତାଲିକା ସମ୍ପୂର୍ଣ୍ଣ ବଦଳି ଯାଇଛି । ଅନୁଗୋଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତରେ ସରପଞ୍ଚ ପଦବୀ ଅଣ ସଂରକ୍ଷିତ ଥିଲା। ନୂଆ ତାଲିକାରେ ମହିଳାଙ୍କ ପାଇଁ ସଂରକ୍ଷିତ ଅଛି। ଏହା ଏକ ଉଦାହରଣ ହୋଇଥିଲେ ମଧ୍ୟ ଏଭଳି ଅନେକ ପରିବର୍ତ୍ତନ ହୋଇଛି। ଅନେକ ପଞ୍ଚାୟତରେ ବିଭିନ୍ନ ଦଳୀୟ ନେତାମାନେ ଯାଇ ସଭା ସମିତି କରି ପ୍ରାର୍ଥୀ ଚୟନ କରି ସାରିଥିଲେ। ପରିବର୍ତ୍ତନ ହେବା ପରେ ସେମାନେ ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି ।

ଅନୁଗୋଳ ଜିଲ୍ଲାରେ ୨୮ଟି ଜିଲ୍ଲା ପରିଷଦ ଜୋନ ଅଛି। ପୂର୍ବ ସଂରକ୍ଷଣ ତାଲିକାରେ ୧୪ଟି ଅଣ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜାତି ପାଇଁ ୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୨, ଅନୁସୂଚିତ ଜନ ଜାତି ପାଇଁ ୩, ଅନୁସୂଚିତ ଜନ ଜାତି ମହିଳାଙ୍କ ପାଇଁ ୨, ପଛୁଆ ବର୍ଗଙ୍କ ପାଇଁ ୨, ପଛୁଆ ବର୍ଗ ମହିଳାଙ୍କ ପାଇଁ ୩ଟି ଆସନ ଥିଲା। କିନ୍ତୁ ଏବେ ପଛୁଆ ବର୍ଗ ସଂରକ୍ଷଣ ଉଛେଦ ହେବା ପରେ ନୂତନ ତାଲିକା ଅନୁସାରେ ୧୦ଟି ଆସନ ଅଣ ସଂରକ୍ଷିତ ଥିବା ବେଳେ ୯ଟି ଆସନ ସାଧାରଣ ବର୍ଗ ମହିଳାଙ୍କ ପାଇଁ ରହିଛି। ଅନୁସୂଚିତ ଜାତି ଓ ଜନ ଜାତି ପାଇଁ ଯାହା ଥିଲା ସବୁ ଠିକ ରହିଛି। କିନ୍ତୁ ଯେଉଁ ଜୋନରେ ସାଧାରଣ ବର୍ଗ ଥିଲା ସେଠାରେ ଅନୁସୂଚିତ ଜାତି କିମ୍ବା ଜନ ଜାତି ପାଇଁ ରଖା ଯାଇଛି। କହିବାକୁ ଗଲେ ବ୍ୟାପକ ପରିବର୍ତ୍ତନ ହୋଇଛି। ଫଳରେ ବହୁ ଆଶାୟୀ ନିରାଶ ହୋଇଛନ୍ତି। ଏହାକୁ ନେଇ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି। ଏହାଛଡା ଗତ ୨୦୧୭ରେ ଅନୁଗୋଳ ବ୍ଲକ ପଚାୟତ ସମିତି ଅଧ୍ୟକ୍ଷ ପଦବୀଟି ସାଧାରଣ ବର୍ଗଙ୍କ ପାଇଁ ଉଦିଷ୍ଟ ଥିଲା। ଚଳିତ ବର୍ଷ ପ୍ରଥମ ତାଲିକାରେ ଅନୁସୂଚିତ ଜନ ଜାତି ମହିଳାଙ୍କ ପାଇଁ ରଖାଗଲା। ଏବେ ପୁଣି ସାଧାରଣ ବର୍ଗ ମହିଳାଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେମିତି ଦେଖିବାକୁ ଗଲେ ପ୍ରଥମ ତାଲିକାରେ କଣିହାଁ, ତାଳଚେର ଓ ବଅଁରପାଳ ବ୍ଲକ ଅଧ୍ୟକ୍ଷ ପଦବୀ ଅଣ ସଂରକ୍ଷିତ ଥିଲା। କିନ୍ତୁ ନୂଆ ତାଲିକାରେ କଣିହାଁ ଓ ବଅଁରପାଳ ଅପରିବର୍ତ୍ତିତ ଥିଲେ ମଧ୍ୟ ତାଳଚେର ବ୍ଲକ ଅଧ୍ୟକ୍ଷ ପଦବୀ ସାଧାରଣ ବର୍ଗ ମହିଳାଙ୍କ ପାଇଁ ରଖା ଯାଇଛି। ସେହିପରି ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ପ୍ରଥମେ ପଛୁଆ ବର୍ଗ ମହିଳାଙ୍କ ପାଇଁ ଥିଲା। ଏଥର ଅଣ ସଂରକ୍ଷିତ କରାଗଲା। ଏଭଳି ଅନେକ ପରିବର୍ତ୍ତନ କରାଗଲା। ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ପ୍ରଥମ ତାଲିକାରେ ପଛୁଆ ବର୍ଗ ମହିଳାଙ୍କ ପାଇଁ ଥିଲା। ନୂଆ ତାଲିକାରେ ସାଧାରଣ ବର୍ଗ ମହିଳାଙ୍କ ପାଇଁ ରଖାଗଲା।

ନିର୍ବାଚନ ପାଖେଇ ଆସୁଥିବାବେଳେ ବାରମ୍ବାର ସଂରକ୍ଷଣ ତାଲିକା ବଦଳୁ ଥିବାରୁ ନିଜକୁ ପ୍ରସ୍ତୁତ କରିବା ପାଇଁ ବହୁ କଷ୍ଟ କରିବାକୁ ପଡିବ ବୋଲି କହିଛନ୍ତି ଆଶାୟୀ। କିଛି ନେତା ନୂତନ ତାଲିକାକୁ ସ୍ୱାଗତ କରୁଥିବା ବେଳେ ଆଉ କିଛି ନାପସନ୍ଦ କରିଛନ୍ତି। ସେ ଯାହା ହେଉନା କାହିଁକି ନୂତନ ସଂରକ୍ଷଣ ତାଲିକାକୁ ନେଇ ଆପତ୍ତି ଅଭିଯୋଗ ଆସନ୍ତା ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ କରି ପାରିବେ। ତାପରେ ପୁଣି ଚୂଡାନ୍ତ ତାଲିକା ପ୍ରକାଶ ପାଇବ। କିନ୍ତୁ ଆଶାୟୀ ପ୍ରାର୍ଥୀ ଅଧିକ ସମୟ ପାଇବାରୁ ବଞ୍ଚିତ ହେବେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.