ETV Bharat / state

Panchayat Election Nomination: ଗୋଟିଏ ଦିନରେ ଦାଖଲ ହେଲା 2773 ପ୍ରାର୍ଥୀପତ୍ର

ଅନୁଗୋଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ । ଅଧିକ ପଢନ୍ତୁ

Panchayat Election Nomination: ଗୋଟିଏ ଦିନରେ ଦାଖଲ ହେଲା 2773 ପ୍ରାର୍ଥୀପତ୍ର
Panchayat Election Nomination: ଗୋଟିଏ ଦିନରେ ଦାଖଲ ହେଲା 2773 ପ୍ରାର୍ଥୀପତ୍ର
author img

By

Published : Jan 19, 2022, 10:11 PM IST

ଅନୁଗୋଳ: ପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୋଳରେ ଦିନକୁ ଦିନ ପ୍ରାର୍ଥୀପତ୍ର ଦାଖଲକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଜି(ବୁଧବାର) ଗୋଟିଏ ଦିନରେ ଦାଖଲ ହୋଇଛି 2773 ନାମାଙ୍କନ ପତ୍ର । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ ।

Panchayat Election Nomination: ଗୋଟିଏ ଦିନରେ ଦାଖଲ ହେଲା 2773 ପ୍ରାର୍ଥୀପତ୍ର

ଉପଜିଲ୍ଲାପାଳଙ୍କ ନିକଟରେ ଜିଲ୍ଲାପରିଷଦ ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରୁ ଥିବାବେଳେ ବିଭିନ୍ନ ପଞ୍ଚାୟତଗୁଡିକରେ ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ସେହିପରି ବ୍ଲକ କାର୍ଯ୍ୟାଳୟଗୁଡିକରେ ସମିତି ସଭ୍ୟମାନଙ୍କ ନାମାଙ୍କନ ପତ୍ର ଦାଖଲ ଚାଲିଛି ।

ଦାଖଲର ତୃତୀୟ ଦିନ ସୁଧା ଜିଲ୍ଲାପରିଷଦ ପ୍ରାର୍ଥୀ ୩୮, ସରପଞ୍ଚ ପ୍ରାର୍ଥୀ ୪୦୧, ସମିତି ସଭ୍ୟ ପ୍ରାର୍ଥୀ ୨୫୭ ଏବଂ ୱାର୍ଡ ମେମ୍ବର ୨୦୭୭ ଏହିପରି ମୋଟ ୨୭୭୩ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆହୁରି ୨ ଦିନ ବାକି ଥିବାରୁ ଆସନ୍ତା ୨୦ ଏବଂ ୨୧ତାରିଖ ପ୍ରାର୍ଥୀପତ୍ର ଦାଖଲ ପାଇଁ ଲମ୍ବା ଲାଇନ ଲାଗିବାର ଆଶଙ୍କା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.