ETV Bharat / state

ଅନୁଗୋଳରେ ଆରମ୍ଭ ହେଲା ଧାନ କିଣା, କଟନୀ ଛଟନୀକୁ ନେଇ ଚାଷୀ ଅସନ୍ତୋଷ

author img

By

Published : Jan 10, 2022, 6:09 AM IST

ଅନୁଗୋଳରେ ଚାଷୀମାନଙ୍କ ଠାରୁ ଧାନ କିଣା ଆରମ୍ଭ କରିଛନ୍ତି ସରକାର । ସବୁଠି ଚାଲିଛି ତଦାରଖ । ଅଧିକ ପଢନ୍ତୁ

ଅନୁଗୋଳ ଆରମ୍ଭ ହେଲା ଧାନ କିଣା, କଟନୀ ଛଟନୀକୁ ନେଇ ଚାଷୀ ଅସନ୍ତୋଷ

ଅନୁଗୋଳ: ସରକାରଙ୍କୁ ଧାନ ବିକିବେ ଜିଲ୍ଲାର 38 ହଜାରରୁ ଅଧିକ ଚାଷୀ । ଏଥିପାଇଁ ଧାନ କିଣା ଆରମ୍ଭ ହୋଇଛି । ସମବାୟ ବିଭାଗ, ଯୋଗାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଚାଷୀମାନେ କିଭଳି ସୁବିଧାରେ ଧାନ କ୍ରୟ କରି ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଅନୁଗୋଳରେ ଚାଷୀମାନଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଛି । ସମବାୟ ବିଭାଗ, ଯୋଗାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଚାଷୀମାନେ କିଭଳି ସୁବିଧାରେ ଧାନ କ୍ରୟ କରି ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାରେ ଚଳିତ ଖରିଫ ଋତୁରେ ମୋଟ ୩୮ହଜାର ୯୬୨ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ଠାରୁ ୭ ଲକ୍ଷ ୯୭ ହଜାର କ୍ବିଣ୍ଟାଲ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଏଥିପାଇଁ ୯୪ଟି ସମବାୟ ସମିତିରେ ଧାନ କ୍ରୟ କେନ୍ଦ୍ର ଖୋଲାଯାଇଛି । କିଭଳି ଧାନର ମାନ ସଠିକ ଭାବେ ନିର୍ଦ୍ଧାରଣ କରାଯାଇପାରିବ ଏବଂ କଟନୀ ଛଟନୀରୁ ଚାଷୀ ମୁକ୍ତି ପାଇବେ ସେଥିପାଇଁ ପ୍ରତ୍ୟେକ କ୍ରୟ କେନ୍ଦ୍ରରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ତଦାରଖ କରୁଛନ୍ତି । ଅନ୍ୟପଟେ ଧାନ କ୍ୱିଣ୍ଟାଲ ପିଛା ତିନିକେଜି କଟାଯାଉଥିବାରୁ ତାକୁ ନେଇ କେତେକ ସ୍ଥାନରେ ଚାଷୀମାନେ ଅସନ୍ତୋଷ ଜାହିର କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.