ETV Bharat / state

କମଳା ଚାଷକୁ ବିଗାଡିଲା ଜଳବାୟୁ ! ଦିନେ ରପ୍ତାନୀ ହେଉଥିଲା ଏବେ ଗଛରେ ରହୁନି ଫଳ - Climate change Effect

Climate change Effect On Orange Farming: ଜଳବାୟୁ ପରିବର୍ତ୍ତନ ବିଗାଡ଼ି ଦେଲା କମଳା ଚାଷ । ଠିକ ସମୟରେ ଫୁଲ ଫଳ ଧରିବା ପରିବର୍ତ୍ତେ ସମୟ ପୂର୍ବରୁ ଏବଂ ବିଳମ୍ବରେ ଗଛ ଗୁଡିକରେ ଫଳ ଆସୁଥିବାରୁ କୀଟ ପତଙ୍ଗ ଯୋଗୁ ଅଧିକାଂଶ ଫଳ ଝଡି ପଡୁଛି । ଅଧିକ ପଢ଼ନ୍ତୁ

ଜଳବାୟୁ ପରିବର୍ତ୍ତନ ବିଗାଡ଼ୁଛି କମଳା ଚାଷ
ଜଳବାୟୁ ପରିବର୍ତ୍ତନ ବିଗାଡ଼ୁଛି କମଳା ଚାଷ
author img

By ETV Bharat Odisha Team

Published : Dec 11, 2023, 7:33 PM IST

Updated : Dec 11, 2023, 7:47 PM IST

ଜଳବାୟୁ ପରିବର୍ତ୍ତନ ବିଗାଡ଼ୁଛି କମଳା ଚାଷ

ଅନୁଗୋଳ: ଜଳବାୟୁରେ ପରିବର୍ତ୍ତନ ଯୋଗୁ ଅନୁଗୋଳରେ କମଳା ଚାଷ ସମ୍ପୂର୍ଣ୍ଣ ପ୍ରଭାବିତ । ଦିନ ଥିଲା ଏଠାରୁ ଉନ୍ନତ ମାନର କମଳା ରାଜ୍ୟ ବାହାରକୁ ଯାଉଥିଲା । ଚାଷୀମାନେ ଲକ୍ଷାଧିକ ଟଙ୍କା ଲାଭ ପାଉଥିଲେ । କିନ୍ତୁ ଗତ କିଛି ବର୍ଷ ହେବ ଏଥିରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି । ଠିକ ସମୟରେ ଫୁଲ ଫଳ ଧରିବା ପରିବର୍ତ୍ତେ ସମୟ ପୂର୍ବରୁ ଏବଂ ବିଳମ୍ବରେ ଗଛ ଗୁଡିକରେ ଫଳ ଆସି ଥିବାରୁ କୀଟ ପତଙ୍ଗ ଯୋଗୁ ଅଧିକାଂଶ ଫଳ ଝଡି ପଡୁଛି । ଗଛ ଗୁଡିକ ମଧ୍ୟ ବେସି ଦିନ ବଞ୍ଚୁ ନାହିଁ । ତେଣୁ କମଳା ଚାଷରୁ ଏବେ ମୁହଁ ମୋଡ଼ିଲେଣି ଚାଷୀ ।

କମଳା ଚାଷ ପାଇଁ ଅନୁଗୋଳରେ ଜଳବାୟୁ ଅନୁକୂଳ ଥିଲା । ତେଣୁ ଏଠାରେ ଏକର ଏକର ଜାଗାରେ ଏକ କମଳା ଫାର୍ମ ଥିଲା । ଏହାଛଡା ଜିଲ୍ଲାର ସାତକୋଶିଆ ଅଞ୍ଚଳରେ ବ୍ୟାପକ ଭାବରେ କମଳା ଚାଷ ହେଉଥିଲା । ବିଶେଷ କରି ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା କୁଲାଙ୍ଗୀ, ଟାକରସିଂହା, ହିଡିସିଙ୍ଗି, କରତପଟା, ସମେତ ବହୁ ଗାଁରେ ବ୍ୟାପକ କମଳା ଚାଷ ହେଉଥିଲା । ଏଠାକାର କମଳା ଆକାରରେ ବଡ଼ ଏବଂ ସୁସ୍ୱାଦୁ ଥିଲା । ତେଣୁ କମଳା ଉତ୍ପାଦନରେ ଅନୁଗୋଳ ସାରା ରାଜ୍ୟରେ ବେସ ନା କରିଥିଲା । କିନ୍ତୁ କିଛି ବର୍ଷ ହେଲା ଜଳବାୟୁରେ ଘୋର ପରିବର୍ତ୍ତନ ହେଇଛି । ଧୀରେ ଧୀରେ କମଳା ଚାଷ ପ୍ରଭାବିତ ହେଉଛି । ଆଗ ଭଳି ଆଉ କମଳା ଚାଷ ହେଉ ନାହିଁ ।

ତେବେ ଚାଷୀମାନଙ୍କ କହିବା ଅନୁସାରେ, ଜୁନରୁ ଜୁଲାଇ ମାସରେ ଗଛରେ ଫୁଲ ଆସିଲେ ଡିସେମ୍ବର ମାସରେ ଫଳ ଅମଳ ହୁଏ । ତେଣୁ କିଛି ଅସୁବିଧା ହୁଏ ନାହିଁ । କିନ୍ତୁ କିଛି ବର୍ଷ ହେବ ଯଥେଷ୍ଟ ପୂର୍ବରୁ ଗଛରେ ଫୁଲ ଆସି ଯାଉଛି । ତେଣୁ ଯେଉଁ ସମୟରେ ଫଳ ହେଉଛି ସେହି ସମୟରେ ବହୁ ସଂଖ୍ୟାରେ ପ୍ରଜାପତି ଓ ଅନ୍ୟ କୀଟପତଙ୍ଗ ଆସି ଫଳର ଡେମ୍ଫ କାଟି ଦେଉଛନ୍ତି । ତେଣୁ ଅଧିକାଂଶ ଫଳ ପାଚିବା ଆଗରୁ ଝଡି ପଡୁଛି । ଫଳରେ ବ୍ୟାପକ କ୍ଷତି ହେଉଛି । ଏହାଛଡା କମଳା ଫଳ ଧରିବା ସମୟରେ ପ୍ରବଳ ଶୀତ ହେବା ଆବଶ୍ୟକ। କିନ୍ତୁ କିଛି ବର୍ଷ ହେଲା ଶୀତ କୁଆଡେ ଉଭାନ ହୋଇ ଯାଇଛି । ଯାହାକି କମଳା ଚାଷ ଉପରେ ପ୍ରଭାବ ପଡୁଛି ।

ସେପଟେ ଆକଳନରୁ ଜଣା ପଡ଼ିଛି ଯେ, ଗତ ୧୯୭୯ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ବହୁ ପରିମାଣର କମଳା ଚାଷ କରା ଯାଉଥିଲା । ସେତେବେଳେ ସତକୋଶିଆରେ ବ୍ୟାପକ ବୃକ୍ଷରାଜି ଥିଲା । ଜଳବାୟୁ ଥଣ୍ଡା ଥିଲା । ଯାହାକି କମଳା ଚାଷ ପାଇଁ ବହୁତ ଉପଯୋଗୀ ହୋଇଥିଲା । କିନ୍ତୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇଲା । ଏହାର ପ୍ରଭାବରେ କମଳା ଚାଷ ପ୍ରଭାବିତ ହେଲା । ଡିସେମ୍ବର ଓ ଜାନୁଆରୀ ମାସରେ କମଳା ଗଛରେ ପାଚେ । ସେତେବେଳେ ତାପମାତ୍ରା ୨୦ ଡିଗ୍ରୀ ତଳକୁ ଥାଏ । ତେଣୁ ପ୍ରଜାପତି ସେହି ତାପମାତ୍ରାରେ ବଂଶ ବୃଦ୍ଧି କରି ପାରନ୍ତି ନାହିଁ । କମଲାର କୌଣସି କ୍ଷତି ହେଉ ନଥିଲା । କିନ୍ତୁ ସେପ୍ଟେମ୍ବର ମାସରେ ଯଥେଷ୍ଟ ଆଗରୁ କମଳା ପାଚି ଯାଉଛି । ଏହି ମାସରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି । ଯାହାକି ପ୍ରଜାପତି ବଂଶ ବୃଦ୍ଧି ପାଇ ବେଶ ଅନୁକୂଳ । ତେଣୁ ବହୁ ସଂଖ୍ୟାରେ ପ୍ରଜାପତି କମଳା ନଷ୍ଟ କରି ଦେଉଛନ୍ତି । ଚାଷୀ ଯେତେ ପ୍ରକାର ଔଷଧ ପ୍ରୟୋଗ କଲେ ମଧ୍ୟ କିଛି ଫଳପ୍ରଦ ହେଉ ନାହିଁ । ଏଭଳି ପରିସ୍ଥିତିରେ ହାତ ଗଣତି କିଛି ଚାଷୀ ଅକ୍ଲାନ୍ତ ପରିଶ୍ରମ କରି କମ ସଂଖ୍ୟକ ଗଛରେ କମଳା ଫଲାଇ ପାରିଛନ୍ତି । ହେଲେ ତାହା ଲାଭ ପାଇଁ ନୁହେଁ ।

ଏହା ମଧ୍ୟ ପଢ଼ନ୍ତୁ....ଉଜୁଡି ଯାଉଛି କମଳା ଚାଷ , ମିଳୁନି ସରକାରୀ ପ୍ରୋତ୍ସାହନ

ତେବେ ଜଣେ ବରିଷ୍ଠ ଉଦ୍ୟାନ ବିଭାଗ ଅଧିକାରୀ କହିଛନ୍ତି ଯେ, ଏବେ କିଛି ବର୍ଷ ହେଲା ଯେଉଁଭଳି ଭାବେ ଜଳବାୟୁରେ ପରିବର୍ତ୍ତନ ହେଉଛି ତାହାର ପ୍ରଭାବରେ ଅସମୟରେ କମଳା ଫଳୁଛି । ଯେତେବେଳେ ପ୍ରଜାପତି ପାଇଁ ଅନୁକୂଳ ଜଳବାୟୁ ସେତେବେଳେ କମଳା ପାଚୁଛି । ତେଣୁ ବିଭାଗ ତରଫରୁ ଏଥିପ୍ରତି ନଜର ଦିଆଯିବ । କେଉଁ ପ୍ରକାର କୀଟନାଶକ ପ୍ରୟୋଗ କଲେ ପ୍ରଜାପତିଙ୍କୁ ନିୟନ୍ତ୍ରଣ କରିହେବ ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ସେପଟେ ଏବେବି ସାତକୋଶିଆ ଅଞ୍ଚଳରେ ୧୦ ହଜାରରୁ ଅଧିକ କମଳା ଗଛ ଅଛି । କିନ୍ତୁ ଫଳ ନାହିଁ । ତେଣୁ ଉଦ୍ୟାନ ବିଭାଗ ଉଦ୍ୟମ କଲେ ପୁଣି ଥରେ ଏଠାରେ ବ୍ୟାପକ କମଳା ଚାଷ ହୋଇ ପାରିବ ବୋଲି ଚାଷୀମାନେ କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated : Dec 11, 2023, 7:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.