ETV Bharat / state

ବାଘ ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦକୁ ବିରୋଧ, ଭିଟାମାଟି ଛାଡିବାକୁ ଅମଙ୍ଗ ଗ୍ରାମବାସୀ - ବାଘ ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦକୁ ବିରୋଧ

ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ପୁଣି ଥରେ ଅଣ୍ଟା ଭିଡ଼ିଛି ବନ ବିଭାଗ । ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବାକୁ ଏବେ ଗାଁ ଉଚ୍ଛେଦ ପାଇଁ ଆରମ୍ଭ କରିଛି ପ୍ରକ୍ରି୍ୟା । ପ୍ରଥମେ ରାଇଗୋଡ଼ା ଗାଁ ଉଚ୍ଛେଦ କରାଯାଇଛି । ଏହାପରେ ଆଶନବାହାଳୀ ଗାଁ ଉଚ୍ଛେଦ କରିବାକୁ ସମସ୍ତ ପ୍ରକ୍ରିୟା ସରିଛି । ଏବେ କଟରଙ୍ଗ ଗାଁ ଅନ୍ୟତ୍ର ଉଠାଇ ନେବାକୁ ଆରମ୍ଭ ହୋଇ ଯାଇଛି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ବାଘ ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦକୁ ବିରୋଧ
ବାଘ ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦକୁ ବିରୋଧ
author img

By

Published : Jan 16, 2022, 8:12 PM IST

ଅନୁଗୋଳ: ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ପୁଣି ଥରେ ଅଣ୍ଟା ଭିଡ଼ିଛି ବନ ବିଭାଗ । ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବାକୁ ଏବେ ଗାଁ ଉଚ୍ଛେଦ ପାଇଁ ଆରମ୍ଭ କରିଛି ପ୍ରକ୍ରି୍ୟା । ପ୍ରଥମେ ରାଇଗୋଡ଼ା ଗାଁ ଉଚ୍ଛେଦ କରାଯାଇଛି । ଏହାପରେ ଆଶନବାହାଳୀ ଗାଁ ଉଚ୍ଛେଦ କରିବାକୁ ସମସ୍ତ ପ୍ରକ୍ରିୟା ସରିଛି । ଏବେ କଟରଙ୍ଗ ଗାଁ ଅନ୍ୟତ୍ର ଉଠାଇ ନେବାକୁ ଆରମ୍ଭ ହୋଇଯାଇଛି କାର୍ଯ୍ୟକ୍ରମ । ଏଥିପାଇଁ ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସମୟରେ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ଆରମ୍ଭ କରିଦେଇଛନ୍ତି । ତେବେ ଏଥର ପ୍ରଶାସନ ସେମାନଙ୍କୁ ଥଇଥାନ କରିବାକୁ କୌଣସି ଜମି ଯୋଗାଇ ଦେବେ ନାହିଁ କେବଳ ଆବଶ୍ୟକ କ୍ଷତିପୂରଣ ଦିଆଯିବ ବୋଲି ନିଷ୍ପତ୍ତି ନେଇଥିବାରୁ ଗ୍ରାମବାସୀ ଏଠାରୁ ଯିବେ କି ନାହିଁ ଦ୍ବନ୍ଦରେ ପଡ଼ି ଯାଇଛନ୍ତି ।

ବାଘ ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦକୁ ବିରୋଧ, ଭିଟାମାଟି ଛାଡିବାକୁ ଅମଙ୍ଗ ଗ୍ରାମବାସୀ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଜିଲିଣ୍ଡା ରେଞ୍ଜ ଅଧିନରେ ରହିଛି କଟରଙ୍ଗ ଗାଁ । ଅନୁଗୋଳ-ଟିକରପଡ଼ା ରାସ୍ତାର ହାତୀବାରି ଠାରୁ 7କି.ମି ଜଙ୍ଗଲ ଭିତରେ ଗଲେ ପଡ଼େ ଗାଁଟି । ଗାଁରେ ପ୍ରାୟ 100 ଆଦିବାସୀ ପରିବାର ବସବାସ କରନ୍ତି । ଚାରିଆଡ଼େ ନିଘଞ୍ଚ ଜଙ୍ଗଲ । ଆଉ ସେ ଜଙ୍ଗଲ ମଝିରେ ଅବସ୍ଥିତ ଗାଁଟି । ସନ୍ଧ୍ୟା ହେଲେ କେବଳ ହିଂସ୍ର ଜନ୍ତୁଙ୍କ ରାବ ଓ ହାତୀ ପଲଙ୍କ ବିଚରଣ । 7କି.ମି ରାସ୍ତା ଏତେ ଦୁର୍ଗମ ଓ ଘଞ୍ଚ ଯେ ଦିନ ଦିପହରେ ବି ରାସ୍ତା ଅନ୍ଧାର ଦେଖାଯାଏ । ହାତୀମାନେ ରାସ୍ତା ଉପରେ ଅନାୟାସରେ ବିଚରଣ କରନ୍ତି । ତେଣୁ ଏକୁଟିଆ ଯିବା ସମ୍ଭବ ନୁହେଁ । ଗାଁରେ ବିଦ୍ୟୁତ ଆଲୋକ ଓ ପାନୀୟ ଜଳର ସୁବିଧା ନାହିଁ ।

ଗାଁରେ ପ୍ରଥମରୁ 5ମ ଶ୍ରେଣୀ ପର୍ଯ୍ୟନ୍ତ ସେବାଶ୍ରମ ସ୍କୁଲଟିଏ ଅଛି । ଆଉ ପାଠ ପଢିବା ପିଲାଙ୍କ ପାଇଁ ସ୍ବପ୍ନ । ଅଧିକ ପଢିବାକୁ ପୁରୁଣାକୋଟ ଓ ଟିକରପଡ଼ା ଯିବାକୁ ପଡ଼େ । କିନ୍ତୁ ଏଭଳି ଦୁର୍ଗମ ଓ ହିଂସ୍ର ଜନ୍ତୁ ଚଳପ୍ରଚଳ କରୁଥିବା ରାସ୍ତାରେ ପିଲାମାନେ ଯାଇପାରୁ ନାହାନ୍ତି । ସରକାରୀ ଯୋଜନାରେ ଚାଉଳ ଓ କିରୋସିନି ନେବାକୁ ମାସରେ ଥରେ ଟିକରପଡ଼ା ପଞ୍ଚାୟତକୁ ଆସିବାକୁ ପଡ଼େ । ଦିନ ଥାଉ ଦଳେ ଲୋକ ଠେଙ୍ଗା ବାଡ଼ି ଧରି ଆସି ତାହା ନିଅନ୍ତି । ଅପରାହ୍ନ 4ଟା ବାଜିଲେ ସମସ୍ତେ ଘରେ ତାଟି ପଡେ । ବାହାରକୁ ବାହାରିବା ମୁସ୍କିଲ ହୋଇ ପଡ଼େ । ଚାଷବାସ କରି ଯାହା ରୋଜଗାର ହୁଏ ସେଥିରେ ପରିବାର ଚାଲେ ।

ହାତୀ ବାରହା ଦାଉରୁ ଆଉ ଫସଲ ବି ଏତେ ହେଉ ନାହିଁ । ବନ ବିଭାଗ ତରଫରୁ କେବେ ହେଲେ କ୍ଷତିପୂରଣ ମିଳୁନି । କୌଣସି କାମଧନ୍ଦା ମଧ୍ୟ ଯୋଗାଇ ଦିଆ ଯାଉ ନାହିଁ । ଏଭଳି ପରିସ୍ଥିତିରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦ କରିବାକୁ ଯୋଜନା ଚାଲିଥିବାରୁ ଲୋକେ କେଉଁ ଗାଁ ଲୋକ କୂଳର ହେବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ପ୍ରକଳ୍ପ ପାଇଁ ଭିଟାମାଟି ଛାଡି ନ ଯିବା ଜିଦରେ ଅଟଳ ରହିଛନ୍ତି । ଗାଁକୁ ବାଡ ବୁଲାଇ ଉପଯୁକ୍ତ ବ୍ଯବସ୍ଥା କରିବା ଦାବି କରିଛନ୍ତି ଗ୍ରାମବାସୀ ।

ପ୍ରକଳ୍ପ ପାଇଁ ବନ ବିଭାଗ ପକ୍ଷରୁ ପ୍ରତ୍ୟେକ ପରିବାରକୁ 20ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆ ଯାଇଛି । କିନ୍ତୁ ସେମାନଙ୍କୁ କୌଣସି ସ୍ଥାନରେ ଜମି ଯୋଗାଇ ଦିଆଯିବ ନାହିଁ ବୋଲି କୁହାଯାଇଛି । ଫଳରେ ଲୋକେ କୁଆଡ଼େ ଯିବେ କେଉଁଠି ରହିବେ ସେନେଇ ପ୍ରଶ୍ନ କରିଛନ୍ତି । ଅନ୍ୟ ପକ୍ଷରେ ପୂର୍ବରୁ ରାଇଗୋଡ଼ା ଗାଁକୁ ଉଚ୍ଛେଦ କରାଯାଇଛି । କିନ୍ତୁ ଏ ଯାଏଁ ସେମାନଙ୍କୁ କ୍ଷତିପୂରଣ ମିଳି ପାରି ନାହିଁ । ସେହିପରି ଅଶନବାହାଳୀ ଗାଁର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଚୁକ୍ତି ଅନୁସାରେ ସେମାନଙ୍କୁ ଆବଶ୍ୟକ ଜମି ଯୋଗାଇ ଦିଆଯାଇ ପାରିନାହିଁ । ତେଣୁ ବନ ବିଭାଗ ପ୍ରତିଶ୍ରରୁତିକୁ କଟରଙ୍ଗ ଗ୍ରାମବାସୀ ସହଜରେ ବିଶ୍ବାସ କରି ପାରୁ ନାହାନ୍ତି । ଏହାକୁ ନେଇ ବନ ବିଭାଗ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଟଣା ଓଟରା ଚାଲିଛି ।

ସେମାନଙ୍କୁ ପ୍ରଥମେ 10ଲକ୍ଷ ଟଙ୍କା ଲେଖାଏଁ ଦିଆଗଲେ ସେହି ଟଙ୍କାରେ ସେମାନେ ପ୍ରଥମେ ଘର ତିଆରି କରିବାକୁ ଜାଗା କିଣିବେ ବୋଲି ଗ୍ରାମବାସୀ ଦାବି କରୁଛନ୍ତି । ଏହା ପରେ ଗାଁ ଛାଡ଼ିବା କଥା ଚିନ୍ତା କରିବେ ଯାହା ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ହୋଇଛି । ଅନ୍ୟ ପକ୍ଷରେ ଜିଲ୍ଲାପାଳ କହିଛନ୍ତି ଯେ ବର୍ତ୍ତମାନ ଥଇଥାନ ନିୟମ ବଦଳି ଯାଇଛି । ଗ୍ରାମବାସୀ ଏକକାଳୀନ ସମସ୍ତେ ଗାଁ ନଛାଡ଼ି କିଛି କିଛି ଲୋକ ମଧ୍ୟ ଯାଇ ପାରିବେ । ସରକାରୀ ନିୟମ ଅନୁସାରେ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ । ଲୋକଙ୍କ ସହ ଆଲୋଚନା ଚାଲିଛି । ସେମାନଙ୍କ ଆଗ୍ରହ ଏବଂ ଇଚ୍ଛା ଅନୁସାରେ ହିଁ କିଛି କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ପ୍ରକାଶ ଥାଉ କି , ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ମଧ୍ୟପ୍ରଦେଶରୁ ମହାବୀର ଏବଂ ସୁନ୍ଦରୀ ଅଣା ଯାଇଥିଲା । ମହାବୀର ଶିକାରୀ ଫାସରେ ପଡ଼ି ମୃତ୍ୟୁ ପରେ ସୁନ୍ଦରୀ ଏଠାରୁ ଫେରିଗଲା । ତେଣୁ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଆଶା ମଉଳି ଗଲା । ତେବେ ଏବେ ପୁଣିଥରେ ବାଘ ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରି ଆଗାମୀ ଦିନରେ ବାଘ ଆଣିବାକୁ ଯୋଜନା କରାଯାଉଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.