ETV Bharat / state

ଖୋଲା କୋଇଲା ଖଣିରେ ପାଉଁଶ ଭର୍ତ୍ତିକୁ ବିରୋଧ, ତାତିଲେ ଜନ ପ୍ରତିନିଧି

author img

By

Published : Jul 25, 2023, 12:10 PM IST

କୋଇଲା ଖଣିରେ ପାଉଁଶ ଭର୍ତିକୁ ନେଇ ତାଳଚେର ଅଞ୍ଚଳରେ ଦେଖା ଦେଲାଣି ଅସନ୍ତୋଷ । ଖୋଲା କୋଇଲା ଖଣିରେ ପାୱାର ପ୍ଲାଣ୍ଟ ରୁ ନିର୍ଗତ ପାଉଁଶ ଭର୍ତ୍ତି କରାଯାଉଥିବାରୁ ଏହାକୁ ନେଇ ଆଜି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ତାଳଚେର ଓ କଣିହାଁ ବ୍ଳକର ଜନପ୍ରତିନିଧି । ପ୍ରଧାନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନେତାଏ । ଅଧିକ ପଢ଼ନ୍ତୁ

Oppose to ash filling in coal mines in Talcher

ଅନୁଗୋଳ: ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ଚାଳେଚର ସହର । କୋଇଲା ଖଣିଗୁଡ଼ିକରେ ରାସାୟନିକ ପାଣି ମିଶା ପାଉଁଶରେ ଭର୍ତ୍ତି କରାଯାଉଛି । ଫଳରେ ପାଣି ଓ ମାଟି ପ୍ରଦୂଷିତ ହେବାରୁ ଲୋକମାନେ ଚର୍ମ, କିଡନୀ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହେଉଛନ୍ତି । ଏହାକୁ ନେଇ ତାଳଚେର ଅଞ୍ଚଳରେ ଦେଖା ଦେଲାଣି ଅସନ୍ତୋଷ । କୋଇଲା ​ଖଣିରେ ନାଲକୋ ଓ ଏନ୍‌ଟିପିସିର ପାଉଁଶ ଭର୍ତ୍ତି ବନ୍ଦ ​ହେଉ ବୋଲି ଦାବି କରିଛନ୍ତି ତାଳଚେର ଅଞ୍ଚଳର ଜନ ପ୍ରତିନିଧି । ଜିଲ୍ଲାପାଳଙ୍କୁ ଭେଟି ଏ​ନେଇ ଦାବିପତ୍ର ପ୍ରଦାନ କରିବା ସହ ଏହା ବନ୍ଦ ନହେଲେ ଲୋକମାନେ ବାଧ୍ୟ ହୋଇ ଏମ୍‌ସିଏଲ୍‌ ସହ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-କୋଇଲା ଖଣି ଆଗରେ ବିସ୍ଥାପିତଙ୍କ ଧାରଣା; ଖଣିରେ ରାତି ଅଧିଆ ବିସ୍ଫୋରଣରେ ୫ ଆହତ, ସୁରକ୍ଷାକର୍ମୀ ଓ ବିସ୍ଥାପିତ ମଧ୍ୟରେ ଧସ୍ତାଧସ୍ତି

ସୂଚନା ଅନୁସାରେ, ତାଳଚେରରେ ଏମ୍‌ସିଏଲ୍‌ ଏକାଧିକ ଖୋଇଲା ଖଣିରୁ କୋଇଲା ଉତ୍ତୋଳନ ସରିଗଲାଣି । କୋଇଲା ଉତ୍ତୋଳନ ପରେ ଏହି ଖୋଲାମୁହଁ କୋଇଲା ଖଣିଗୁଡ଼ିକୁ ବନ୍ଦ କରିବା କରିବା ଓ ତା ଉପରେ ଗଛ ଲଗାଇବା ଏମ୍‌ସିଏଲ୍‌ ଦାୟିତ୍ୱ । କିନ୍ତୁ ଜିଲ୍ଲାରେ ଥିବା ନାଲକୋ ଓ ଏନ୍‌ଟିପିସିର ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାହାରୁଥିବା ପାଉଁଶକୁ ରାସାୟନିକ ପାଣି ମିଶାଇ ଖୋଲାମୁହଁ ଖଣିଗୁଡ଼ିକୁ ଭର୍ତ୍ତି କରାଯାଉଛି । ଏହା ତାଳଚେର ଅଞ୍ଚଳକୁ ଅଧିକ ପ୍ରଦୂଷିତ କରିବ ବୋଲି ଜନପ୍ରତିନିଧିମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ତେଣୁ ତୁରନ୍ତ ଖଣି ଗୁଡ଼ିକରେ ପାଉଁଶ ଭର୍ତ୍ତି କରିବା ପ୍ରକ୍ରିୟାକୁ ବନ୍ଦ କରାଯାଉ ବୋଲି ଦାବି ହୋଇଛି । ନଚେତ ତାଳଚେର ଖୁବ୍‌ଶୀଘ୍ର ଏକ ମନୁଷ୍ୟକୃତ ବିପର୍ଯ୍ୟୟର ସାମ୍‌ନା କରିବାର ଆଶଙ୍କା ରହିଛି ବୋଲି ଜନପ୍ରତିନିଧି କହିଛନ୍ତି ।

ଏନେଇ ଦାବିପତ୍ର ପ୍ରଦାନ ସହ ଜିଲ୍ଲାପାଳଙ୍କ ସମେତ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଏମ୍‌ସିଏଲ୍‌ର ସିଏମ୍‌ଡିଙ୍କୁ ଅନୁରୋଧ କରିଛନ୍ତି । ଏହି ପାଉଁଶ ଭର୍ତ୍ତି ବନ୍ଦ କରାନଗଲେ ଆଗାମୀ ଦିନରେ କୌଣସି କାମରେ ଏମ୍‌ସିଏଲ୍‌କୁ ସହଯୋଗ କରାଯିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

କୋଇଲା ଖଣିଗୁଡ଼ିକରେ ପାଉଁଶରେ ଭର୍ତ୍ତି କରିବା ଅତ୍ୟନ୍ତ କ୍ଷତିକାରକ । ଲୋକମାନେ ରୋଗାଗ୍ରସ୍ତ ହେଉଛନ୍ତି । ନିର୍ଗତ ହେଉଥିବା ପାଉଁଶକୁ ଠିକ ଯାଗାରେ ଡିସ୍‌ପୋଜ୍‌ କରାଯାଉ କିନ୍ତୁ ଖଣିରେ ନୁହେଁ । ଯଦି ଆମ ଦାବ ପୂରଣ ନହୁଏ ଏ ସମ୍ପର୍କରେ ଆମେ ମୁଖ୍ୟମନ୍ତ୍ରୀକୁ ଅବଗତ କରାଇବୁ ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.