ETV Bharat / state

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ: ବିଜେଡି ବିଧାୟକ ସୁଶାନ୍ତ ବେହେରା

2014ରୁ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବିଧାନ ସଭା ଆଶନର ବିଜେଡି ପ୍ରାର୍ଥୀ ରହିଆସିଥିବା ବିଧାୟକ ସୁଶାନ୍ତ ବେହେରାଙ୍କୁ 2019 ନିର୍ବାଚନରେ ପୁଣି ପ୍ରାର୍ଥୀ କରିଛି ଦଳ । ଏଥର ନିର୍ବାଚନ ଜିତିଲେ ସୁଶାନ୍ତଙ୍କ ମୂଳ ଲକ୍ଷ ରହିବ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ।

author img

By

Published : Mar 31, 2019, 12:47 PM IST

Updated : Mar 31, 2019, 1:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ମାହୋଲ ଏବେ ଗରମ। ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ଥିବା ବେଳେ ସବୁ ରାଜନେତା ମାନେ ଭୋଟ ହାତେଇବା ପାଇଁ ପ୍ରଚାରରେ ଲାଗିପଡିଛନ୍ତି। 2014ରୁ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବିଧାନ ସଭା ଆଶନର ବିଜେଡି ପ୍ରାର୍ଥୀ ରହିଆସିଥିବା ବିଧାୟକ ସୁଶାନ୍ତ ବେହେରାଙ୍କୁ 2019 ନିର୍ବାଚନରେ ପୁଣି ପ୍ରାର୍ଥୀ କରିଛିଦଳ । ନିର୍ବାଚନ ପୂର୍ବରୁ ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ସୁଶାନ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏଥର ନିର୍ବାଚନ ଜିତିଲେ ମୂଳ ଲକ୍ଷ ରହିବ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ। ଏଥିସହ ଗତ ପାଞ୍ଚବର୍ଷ ବିଧାୟକ ଥିବା ସମୟରେ ଅଧୁରା ରହିଥିବା ବିକାଶ କାର୍ଯ୍ୟ ପୂରଣ କରିବେ ବୋଲି କହିଛନ୍ତି ସୁଶାନ୍ତ । ସେହିପରି ରାଜ୍ଯ ସରକାରଙ୍କ ଜନ କଲ୍ୟାଣ ଯୋଜନା ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ ଏନେଇ ସେ କାମ କରିବେ। ଏଥିସହ ଛେଣ୍ଡିପଦାରେ ହେବାକୁ ଥିବା କୋଇଲା ଖଣିରେ ଅଞ୍ଚଳବାସୀଙ୍କ ହକପାଇଁ ଲଢେଇ କରିବେ ବୋଲି କହିଛନ୍ତି ସୁଶାନ୍ତ ବେହେରା। ଆସନ୍ତା ନିର୍ବାଚନରେ ତାଙ୍କ ସ୍ଲୋଗାନ ରହିବ‘ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ପାଇଁ ବିକାଶର ବାର୍ତ୍ତା ’ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

HGJ

Conclusion:
Last Updated : Mar 31, 2019, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.