ETV Bharat / state

ବନ୍ୟା ବିପନ୍ନଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ବିଧାୟକ ପ୍ରତିଶ୍ତୁତିବଦ୍ଧ - flood

ରାଜ୍ୟରେ ହୋଇଥିବା ବନ୍ୟା ସ୍ଥିତି ପରେ ଏବେ ଚାଲିଛି କ୍ଷୟକ୍ଷତିର ଆକଳନ । ଏହି ଅଞ୍ଚଳରେ ବିଧାୟକ ବନ୍ୟା ସମୟରେ ଓ ବନ୍ୟା ପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏନେଇ ବିଧାୟକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଅନୁଗୋଳ ପ୍ରତିନିଧି । ଅଧିକ ପଢନ୍ତୁ...

ବନ୍ୟା ବିପନ୍ନଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ବିଧାୟକ ପ୍ରତିଶ୍ତୁତିବଦ୍ଧ

author img

By

Published : Sep 17, 2020, 9:30 PM IST

ଅନୁଗୋଳ: ରାଜ୍ୟ ହୋଇଥିବା ବନ୍ୟା ସ୍ଥିତି ପରେ ଏବେ ଚାଲିଛି କ୍ଷୟକ୍ଷତିର ଆକଳନ । ରାଜ୍ୟରେ ଅନେକ ଜିଲା ପ୍ରଭାବିତ ହୋଇଥିବାବେଳେ ଅନୁଗୋଳ ଜିଲାର ଦୁଇଟି ବ୍ଲକର ଆଠଟି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି । ଏହି ଅଞ୍ଚଳରେ ବିଧାୟକ ନିଜେ ବନ୍ୟା ସମୟରେ ଓ ବନ୍ୟା ପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଭଳି ଲୋକଙ୍କୁ କ୍ଷତିପୂରଣ ମିଳିବ ସେ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବିଧାୟକ ରମେଶ ସାଏ । ଏନେଇ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ବନ୍ୟା ବିପନ୍ନଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ବିଧାୟକ ପ୍ରତିଶ୍ତୁତିବଦ୍ଧ

ସମ୍ପୂର୍ଣ୍ଣ ବନ୍ୟା ପ୍ଲାବିତ ଅଞ୍ଚଳରେ ଅନେକ ଲୋକଙ୍କ ଘର ଭାଙ୍ଗିଛି । ପ୍ରାୟ 3 ହଜାରରୁ ଅଧିକ ଜମିରେ ଧାନ ଫସଲ ନଷ୍ଟ ହୋଇଛି । ତେଣୁ ତୁରନ୍ତ କିଭଳି ଚାଷୀ ତାର କ୍ଷତିପୂରଣ ପାଇବ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ବନ୍ୟା କ୍ଷତି ଜନିତ ଟଙ୍କା କିଭଳି ପ୍ରକୃତ କ୍ଷତିଗ୍ରସ୍ତକୁ ମିଳିବ, ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ବିଧାୟକ ରମେଶ ସାଏ । ଯେଭଳି ଜଣେ ହେଲେବି କ୍ଷତିଗ୍ରସ୍ତ କ୍ଷତିପୂରଣ ପାଇବାରୁ ବଞ୍ଚିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ଅଧିକାରୀଙ୍କୁ ବିଧାୟକ କହିଥିବା ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.