ଅନୁଗୋଳ: ଜିଲ୍ଲାରେ କୋରୋନା ନେଲା ଆଉ ଏକ ଜୀବନ । ଏହାକୁ ମିଶାଇ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମୋଟ ମୃତ୍ୟୁ ସଂଖ୍ୟା 4 ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା 427କୁ ବୃଦ୍ଧି ପାଇଥିବାବେଳେ, 319ଜଣ ସୁସ୍ଥ ହୋଇଛନ୍ତି । ଏନଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
![One More Death reported in Anugul due to COVID-19, Total Death toll of District rise to 4](https://etvbharatimages.akamaized.net/etvbharat/prod-images/od-ang-02-angul-covid-death-dry-7202779_09082020192528_0908f_1596981328_449.jpg)
ମୃତକ ଜଣକ ତାଳଚେର ଅଞ୍ଚଳର 44 ବର୍ଷୀୟ ମହିଳା ବୋଲି ଜଣାପଡିଛି। ଅନ୍ୟପଟେ ଆଜି ନୂଆ 9 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ସଂକ୍ରମିତଙ୍କ ମଧ୍ୟରେ ତାଳଚେର ଓ ବଅଁରପାଳ ବ୍ଲକରୁ ତିନିଜଣ ଲେଖାଏଁ ଥିବା ବେଳେ ଅନୁଗୋଳ ପୌରାଞ୍ଚଳରୁ ଦୁଇ ଓ କଣିହାଁ ବ୍ଳକ୍ ରୁ ଜଣେ ଆକ୍ରାନ୍ତ ଥିବା ସୂଚନା ରହିଛି।
ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତେ ଅନ୍ୟ ଜିଲ୍ଲା ଓ ବାହାର ରାଜ୍ୟରୁ ଫେରିଥିବା ଜଣାପଡ଼ିଛି । ସମସ୍ତକୁ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।