ETV Bharat / state

ଟ୍ରାଫିକ ନିୟମ ନ ମାନିବା ହେଲା କାଳ: ଚଢିଗଲା ଟ୍ରକ, ବାଇକ ଆରୋହୀ ମୃତ

ଅନୁଗୋଳର ଜାତୀୟ ରାଜପଥ ୫୫ର ଥାନା ଛକଠାରେ ଜଣେ ବ୍ୟକ୍ତିଙ୍କ ଉପରେ ଟ୍ରକ ଚଢି ତାଙ୍କର ମୃତ୍ୟୁ ଘଟିଛି ।

author img

By

Published : Dec 15, 2019, 12:27 PM IST

accident
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଟ୍ରାଫିକ ନିୟମ ନ ମାନିବା ହେଲା କାଳ । ଟ୍ରାଫିକ ପୋଷ୍ଟ ଅତିକ୍ରମ କରିବାବେଳେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ । ଅନୁଗୋଳ ସହର ମଧ୍ୟ ଦେଇ ଜାତୀୟ ରାଜପଥ ୫୫ର ଥାନା ଛକଠାରେ ଘଟିଛି ଏହି ଦୁର୍ଘଟଣା । ମୃତକ ଜଣଙ୍କ ହେଲେ ପର୍ଶୁରାମ ରାଉତ ।

ସୂଚନା ଅନୁଯାୟୀ, ରବିବାର ସକାଳେ ପର୍ଶୁରାମ ଏକ ସ୍କୁଟି ଯୋଗେ ଅନୁଗୋଳ ହାଟରୁ ନିଜ ଘର ହୁଲୁରିସିଙ୍ଗାକୁ ଯାଉଥିବାବେଳେ ଟ୍ରାଫିକ ସିଗନାଲ ଥିଲା । ମାତ୍ର ପର୍ଶୁରାମ ସିଗନାଲକୁ ନ ମାନି ଯାଉଥିବାବେଳେ ଅପରପାର୍ଶ୍ବରୁ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଉଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଯାହାକୁ ନେଇ କିଛି ସମୟ ପାଇଁ ଥାନା ଛକରେ ଉତ୍ତେଜନା ଦେଖାଦେଇଛି । ବାରମ୍ବାର ସହର ଭିତରେ ଦୁର୍ଘଟଣା ଘଟୁଥିବାବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଲୋକ ଅଭିଯୋଗ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗତ ଗୁରୁବାର ଦିନ ବୁଢୀ ଠାକୁରାଣୀ ଛକରେ ଟ୍ରକ ଚାପାରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଟ୍ରାଫିକ ନିୟମ ନ ମାନିବା ହେଲା କାଳ । ଟ୍ରାଫିକ ପୋଷ୍ଟ ଅତିକ୍ରମ କରିବା ବେଳେ ଚଡ଼ିଗଲା ଟ୍ରକ । ଘଟଣା ସ୍ଥଳରେ ଜଣଙ୍କ ର ମୃତ୍ୟୁ । ଅନୁଗୋଳ ସହର ମଧ୍ୟ ଦେଇ ଜାତୀୟ ରାଜପଥ ୫୫ ର ଥାନା ଛକଠାରେ ଘଟିଛି ଏହି ଦୁର୍ଘଟଣା । Body:
। ଅନୁଗୋଳ ସହର ର ଥାନା ଛକରେ ଘଟିଛି ଏହି ସଡକ ଦୁର୍ଘଟଣା । ଏକ ସ୍କୁଟି ଯୋଗେ ଅନୁଗୋଳ ହାଟରୁ ନିଜ ଘର ହୁଲୁରିସିଙ୍ଗା କୁ ଯାଉଥିବା ବେଳେ ପର୍ଶୁରାମ ରାଉତ ଙ୍କ ଗାଡି ଉପରେ ଟ୍ରକ ଚଡି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲା ମୁଖ୍ୟଚିକିତ୍ସା ଲୟ ନିଆ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ କିଛି ସମୟ ପାଇଁ ଥାନା ଛକରେ ଉତ୍ତେଜନା ଦେଖା ଦେଇଥିଲା ।Conclusion:ବାରମ୍ବାର ସହର ଭିତରେ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଲୋକ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଗୁରୁବାର ଦିନ ବୁଢୀ ଠାକୁରାଣୀ ଛକରେ ଟ୍ରକ ଚାପାରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଥିଲା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.