ETV Bharat / state

ସାତକୋଶିଆ ଅଭୟାରଣ୍ୟରେ ମାଖନା ହାତୀର ମୃତ୍ୟୁ - ଅଭୟାରଣ୍ୟ

ସାତକୋଶିଆର ଜୁକୁବୁ ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏକ ମାଖନା ହାତୀର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 24, 2019, 8:58 AM IST

Updated : Jun 24, 2019, 3:11 PM IST

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଏକ ମାଖନା ହାତୀର ମୃତ୍ୟୁ ଘଟିଛି । ଅଭୟାରଣ୍ୟର ଜୁକୁବୁ ରିଜର୍ଭ ଫରେଷ୍ଟ ଅଞ୍ଚଳରେ ହାତୀଟିର ମୃତ ଦେହ ପଡିଥିବା ଦେଖାଯାଇଛି । ବୟସାଧିକ କାରଣରୁ ହାତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ମୃତ ହାତୀଟି ସାତକୋଶିଆ ଓ ଅନୁଗୋଳ ବନଖଣ୍ଡ ଅଞ୍ଚଳର ଏକ ମାତ୍ର ମାଖନା ହାତୀ ଥିଲା । ଗତ 15 ଦିନରୁ ଅଧିକ ସମୟ ଧରି ହାତୀଟି ଅସୁସ୍ଥ ଥିଲା । ହାତୀଟିର ବୟସ ପ୍ରାୟ 60 ବର୍ଷରୁ ଅଧିକ ହେବ । ହାତୀଟିର ବାର୍ଦ୍ଧକ୍ୟ କାରଣରୁ ମୃତ୍ୟୁ ହୋଇଥିବା ବନ ବିଭାଗ ସୂଚନା ଦେଇଛି ।

ବନ ବିଭାଗର ଚିକିତ୍ସା ଅବହେଳା କାରଣରୁ ହାତୀଟି ଜୀବନ ହାରିଥିବା ଅଭିଯୋଗ ହୋଇଛି । ଆଜି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ପରେ ପୋତି ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:
Last Updated : Jun 24, 2019, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.