ଅନୁଗୋଳ: ଜଙ୍ଗଲରେ ଗାଈ ଚରାଇ ଫେରୁଥିବା ବେଳେ ବଜ୍ରପାତରେ ଜଣେ ଗାଈ ଚରାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜଙ୍ଗଲ ଅଧ୍ୟୁଷିତ ବଲଙ୍ଗ ଗାଁରେ । ମୃତକ ଜଣଙ୍କ ହେଲେ ପ୍ରଭାକର ଦେହୁରୀ ଓ ଗୁରୁତର ଜଣଙ୍କ ହେଲେ ଦେବରାଜ ଦେହୁରୀ । ସୂଚନା ଅନୁସାରେ ପ୍ରଭାକର ଏବଂ ଦେବରାଜ ଉଭୟ ଗୋରୁ ଚରାଇ ଅପରାହ୍ନରେ ଘରକୁ ଫେରୁଥିଲେ । ଗାଁ ମୁଣ୍ଡ ଯାଏଁ ହୋଇଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା ।
ଫଳରେ ଘଟଣାସ୍ଥଳରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବରାଜ ଗୁରୁତର ଅବସ୍ଥାରେ ପଡି ଯାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ଗାଁ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଦେବରାଜଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।
ଇଟିଭି ଭାରତ, ଅନୁଗୋଳ