ଅନୁଗୋଳ: ସାରା ଓଡିଶାର ଘରେଘରେ ପରିଚିତ ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ବର୍ଗତଃ ଅକ୍ଷୟ ମହାନ୍ତି । ସେ ଥିଲେ ସଙ୍ଗୀତ ଜଗତର ମୁକୁଟ ବିହୀନ ସଂଗ୍ରାମ । ଆଜି ତାଙ୍କର 84 ତମ ଜୟନ୍ତୀ ଅବସରରେ ଅନୁଗୋଳରେ ବାଲୁକା ଶିଳ୍ପୀ ରୁବେଲାଲ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
କାଳର ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ଦୁନିଆକୁ ଗଭୀର ଭାବେ ପ୍ରଭାବିତ କରିଥିବା ମହାନ ଓଡ଼ିଆ ଆଧୁନିକ ସଙ୍ଗୀତର ସ୍ରଷ୍ଟା ଅକ୍ଷୟ ମହାନ୍ତି । ସମସ୍ତଙ୍କ ଆଦରଣୀୟ ‘ଖୋକା ଭାଇ’। ସେ ଥିଲେ ଏକଧାରରେ କବି, ଗାଳ୍ପିକ, ଔପନ୍ୟାସିକ, ଗୀତିକାର, ସ˚ଗୀତକାର, ଗାୟକ ଓ ଅଭିନେତା। ଭଜନ ଠାରୁ ଆରମ୍ଭ କରି ଆଧୁନିକ ସ˚ଗୀତ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେ ପାରଦର୍ଶିତା ଲାଭ କରିଥିଲେ। ଆଜି ହେଉଛି ସେଇ ମହାନ ସଙ୍ଗୀତଜ୍ଞ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ୮୪ ତମ ଜନ୍ମ ଦିବସ । ଯାହାକୁ ମନେ ରଖିଛନ୍ତି ପ୍ରତିଟି ଓଡିଆ।
ତାଙ୍କ ସଙ୍ଗୀତରେ ଥିଲା ଓଡିଆଙ୍କ ମନ କଥା।ତାଙ୍କ ଜନ୍ମ ଦିବସ ଅବସରରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ଅନୁଗୋଳର ବାଲୁକା ଶିଳ୍ପୀ ରୁବେଲାଲ ପ୍ରଧାନ ନିଜର ସ୍ୟାଣ୍ଡ ଆନିମେସନ ଜରିଆରେ ଅକ୍ଷୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଓଡିଆ ଆଧୁନିକ ସଙ୍ଗୀତର ସ୍ରଷ୍ଟା ଭାବେ ତାଙ୍କୁ ମନେ ପକାଇ ରୁବେଲାଲ ଏହି ସ୍ୟାଣ୍ଡ ଆନିମେସନ କରିଥିବା କହିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ