ETV Bharat / state

ଛାତ୍ର ନିର୍ବାଚନ ବାତିଲ ପ୍ରତିବାଦ, ଜଳିଲା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା

author img

By

Published : Aug 26, 2019, 5:43 PM IST

ରାଜ୍ୟ ସରକାର ପୁଣି ଥରେ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ଅନୁଗୋଳ ବିଜେପି ଯୁବ ମୋର୍ଚ୍ଚା ଓ ଏବିଭିପି ବିରୋଧ କରିଛି । ଆଜି ଏହାର ପ୍ରତିବାଦରେ ଅନୁଗୋଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଥମୁନି ଛାତ୍ର ସଂସଦ ନିର୍ବାଚନ ବାତିଲ ଅସନ୍ତୋଷ । ରାଜ୍ୟ ସରକାର ପୁଣି ଥରେ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ଓ ଏସୟୁସିଆଇ ପରେ ଏବେ ବିରୋଧ କରିଛି ଅନୁଗୋଳ ବିଜେପି ଯୁବ ମୋର୍ଚ୍ଚା ଓ ଏବିଭିପି । ଏନେଇ ଆଜି ଅନୁଗୋଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ସରକାର ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି । ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ଦ୍ବାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇଥାଏ । ମାତ୍ର ଛାତ୍ର ସଂସଦ ବାତିଲ ହେଲେ କର୍ତ୍ତୃପକ୍ଷ ମନୋମୁଖୀ କାର୍ଯ୍ୟ କରିବେ । ଏପରିକି କଲେଜରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ ନାହିଁ । ତେଣୁ ସରକାର ଏଭଳି ନିଷ୍ପତ୍ତିକୁ ତୁରନ୍ତ ବାତିଲ କରି ଛାତ୍ର ସଂସଦ ନିର୍ବାଚନ ଚାଲୁ ରଖିବାକୁ ବିଜେପି ଯୁବମୋର୍ଚ୍ଚା ଓ ଏବିଭିପି ନେତା ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଥମୁନି କଲେଜ ନିର୍ବାଚନ ବାତିଲ ପ୍ରତିବାଦ । କଲେଜ ରେ ତାଲାପକାଇ ଆନ୍ଦୋଳ ରେ ବଜେପି ର ଛାତ୍ର ନେତା Body:ହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯାଇଥିବା ପ୍ରତିବାଦରେ ଆଜି ଅନୁଗୋଳ ବିଜେପି ଯୁବମୋର୍ଚା ଓ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନୁଗୋଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ସରକାର ଛାତ୍ର ଛାତ୍ରୀ ମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଛାତ୍ର ସଂସଦ ଦ୍ୱାରା ବିଭିନ୍ନ ଉନତି ମୂଳକ କାମ ହୁଏ। ସଂସଦ ନିର୍ବାଚନ ବନ୍ଦ ହେଲେ କର୍ତ୍ତୃପକ୍ଷ ମାନମୁଖୀ କାର୍ଯ୍ୟ କରିବେ। କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ସଠିକ ଭାବେ ହୋଇ ପାରିବ ନାହିଁ। ତେଣୁ ଛାତ୍ର ସଂସଦ ନିର୍ବାଚନକୁ ଚାଲୁ ରଖିବାକୁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ।
Byte- 1 ଚନ୍ଦ୍ରକାନ୍ତ ଧଳ(ସଂଯୋଜକ,ବିଜେପି ଯୁବ ମୋର୍ଚ୍ଚା)
Byte- 2 ଶଶି କାନ୍ତ ମିଶ୍ର(ରାଜ୍ୟ ସମ୍ପାଦକ,ଏବିଭିପି)Conclusion:ତେଣୁ ଛାତ୍ର ସଂସଦ ନିର୍ବାଚନକୁ ଚାଲୁ ରଖିବାକୁ ଦାବି କରିଛନ୍ତି ନେତାଏ। ନଚେତ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.