ETV Bharat / state

ଲକ୍ ଡାଉନ୍ ନିୟମ ମାନିବାକୁ ଅନୁଗୋଳ ପ୍ରଶାସନର ଚେତାବନୀ

କଠୋର ହେଲା ଅନୁଗୋଳ ଜିଲା ପ୍ରଶାସନ । ସାମାଜିକ ଦୂରତା ଓ ଲକ ଡାଉନ ଖିଲାପ କଲେ କଯ୍ୟାନୁଷ୍ଠାନ ପାଇଁ ପୋଲସ ଓ ପ୍ରଶାସନ ର ଚେତାବନୀ ।

anugul administrative release a video
ଲକ୍ ଡାଉନ୍ ନିୟମ ମାନିବାକୁ ଅନୁଗୋଳ ପ୍ରଶାସନର ଚେତାବନୀ
author img

By

Published : Apr 6, 2020, 11:09 AM IST

ଅନୁଗୋଳ: ଧୀରେ ଧୀରେ ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହା ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ଏନେଇ ପ୍ରଶାସନ ଅନେକ ଚେଷ୍ଟା କରୁଥିଲେ ମଧ୍ୟ କେଉଁଠି ନା କେଉଁଠି ଲୋକେ ଏହାକୁ ପାଳନନ କରିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ମୁଖ୍ୟତଃ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଲକ୍ ଡାଉନ୍ ନିୟମ ମାନିବାକୁ ଅନୁଗୋଳ ପ୍ରଶାସନର ଚେତାବନୀ

ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡିଦେଲେ ବାକି ସମସ୍ତ ଦୋକାନ ବଜାରକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି । ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଅନୁରୋଧ କରାଯାଉଛି । ଦୋକାନ, ବ୍ୟାଙ୍କ, ଡାକ୍ତରଖାନା ଆଦିରେ ସାମାଜିକ ଦୂରତା ରକ୍ଷା କରିବାକୁ ଚିହ୍ନ ଦିଆଯାଇଛି । କିନ୍ତୁ ସେ ସବୁ ଚିହ୍ନରେ ଛିଡା ନ ହୋଇ ଲୋକ ସାମାଜିକ ଦୁରତ୍ଵକୁ ମଧ୍ୟ ଉଲ୍ଲଘଂନ କରୁଛନ୍ତି । ଆଜି ଠାରୁ ଯେଉଁ ସବୁ ଦୋକାନ ଗୁଡିକରେ ସାମାଜିକ ଦୁରତ୍ଵ ରକ୍ଷା ଦିଗରେ ଦୃଷ୍ଟି ନ ଦେବେ ସେହି ଦୋକାନୀ ମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ଅନୁଗୋଳ ଜିଲ୍ଲାପାଳ ଓ ଏସପି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

anugul administrative release a video
ଲକ୍ ଡାଉନ୍ ନିୟମ ମାନିବାକୁ ଅନୁଗୋଳ ପ୍ରଶାସନର ଚେତାବନୀ

ଲୋକ ଏ ସବୁ ନିର୍ଦ୍ଦେଶକୁ ବେଖାତିର କରୁଥିବା ନଜରକୁ ଆସିଛି । ବିନା କାମରେ ବାହାରେ ବୁଲୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ଯଦି କୌଣସି ଜରୁରୀ କାମରେ ଘରୁ ବାହାରିବେ ତେବେ ମାସ୍କ ବାଧ୍ୟତା ମୂଳକ ଭାବେ ଲଗାଇବାକୁ ପଡିବ ବୋଲି ଜିଲ୍ଲାପାଳ ମନୋଜ ମହାନ୍ତି କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.