ETV Bharat / state

ଅନୁଗୋଳରେ ୫,୪୨୦ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା - corona affected in Anugul

ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୧୬୨ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଆଜି(ବୁଧବାର)୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି ।

ଅନୁଗୋଳରେ କୋରୋନା ରିପୋର୍ଟ
ଅନୁଗୋଳରେ କୋରୋନା ରିପୋର୍ଟ
author img

By

Published : Oct 8, 2020, 6:15 AM IST

ଅନୁଗୋଳ: ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୧୬୨ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ବୁଧବାର ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି ।

ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ୫,୪୨୦ ପହଞ୍ଚି ଥିବା ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଳକ ଅଞ୍ଚଳରୁ ୨୫ ଜଣ , ପାଲଲହଡା ବ୍ଳକ ଅଞ୍ଚଳରୁ ୨୩ ଜଣ, ଅନୁଗୋଳ ପୌରାଞ୍ଚଳରୁ ୨୩ ଜଣ, ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୨୨ ଜଣ , ବଅଁରପାଳ ବ୍ଳକ ଅଞ୍ଚଳରୁ ୧୭ ଜଣ,ଅନୁଗୋଳ ବ୍ଲକ ଅଞ୍ଚଳରୁ ୧୫ ଜଣ, ତାଳଚେର ପୌରାଞ୍ଚଳରୁ ୧୨ ଜଣ , କଣିହାଁ ବ୍ଳକ ଅଞ୍ଚଳରୁ ୧୦ ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୮ ଜଣ , ଆଠମଲ୍ଲିକ ବ୍ଲକରୁ ୨ ଜଣ ଓ କିଶୋରନଗର ବ୍ଲକ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି ।

ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜେଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

ବୁଧବାର ଜିଲ୍ଲାରୁ ୧୨୯ ଜଣ ସୁସ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୫ ଜଣ କୋଭିଡ ହସ୍ପିଟାଲରୁ, ଜଣେ କୋଭିଡ କେୟାର ସେଣ୍ଟରରୁ ଓ ୧୧୩ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.