ETV Bharat / state

କଟକଣା ସତ୍ତ୍ୱେ 100 ପ୍ରତିଶତ ପିଏଲଏଫ ହାସଲ କଲା ଏନଟିପିସି - ଏନଟିପିସି ପିଏଲଏଫ

ମହାମାରୀ ସଙ୍କଟ ମଧ୍ୟରେ ରାଜ୍ୟର ସବୁ କମ୍ପାନୀ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ରାଷ୍ଟ୍ରାୟତ ଉଦ୍ୟୋଗ ମହାରତ୍ନ କମ୍ପାନୀ ଏନଟିପିସି(NTPC) ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ କୋରୋନା । କର୍ମଚାରୀମାନଙ୍କ ସହଯୋଗ ଓ ନିଷ୍ଠାର ସହ କଯ୍ୟକରିଥିବା ଦକ୍ଷତା ଯୋଗୁଁ ପ୍ଲାଣ୍ଟ 100 ପ୍ରତିଶତ PLF ହାସଲ କରିପାରିଛି । ଅଧିକ ପଢନ୍ତୁ...

କଟକଣା ସତ୍ତ୍ୱେ 100 ପ୍ରତିଶତ ପିଏଲଏଫ ହାସଲ କଲା ଏନଟିପିସି

author img

By

Published : Jun 2, 2020, 8:06 PM IST

ଅନୁଗୋଳ: କୋରୋନା ସଂକ୍ରମଣ ରୋକିବାକୁ ଜାରି ରହିଛି ଲକଡାଉନ । ମହାମାରୀ ସଙ୍କଟ ମଧ୍ୟରେ ରାଜ୍ୟର ସବୁ କମ୍ପାନୀ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ରାଷ୍ଟ୍ରାୟତ ଉଦ୍ୟୋଗ ମହାରତ୍ନ କମ୍ପାନୀ ଏନଟିପିସି(NTPC) ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ କୋରୋନା । କଟକଣା ସତ୍ତ୍ବେ ବି ଶତ ପ୍ରତିଶତ ବିଜୁଳି ଉତ୍ପାଦନ କରିବାରେ ସଫଳ ହୋଇଛି ଏନଟିପିସି । ଏନେଇ କମ୍ପାନୀର 32 ତମ ପ୍ରତିଷ୍ଠା ଦିବସରେ ତଥ୍ୟ ରଖିଛନ୍ତି ମୁଖ୍ୟ ମହାପ୍ରବନ୍ଧକ ।

କଟକଣା ସତ୍ତ୍ୱେ 100 ପ୍ରତିଶତ ପିଏଲଏଫ ହାସଲ କଲା ଏନଟିପିସି

ରାଷ୍ଟ୍ରାୟତ ଉଦ୍ବୋଗ ମହାରତ୍ନ କମ୍ପାନୀ ଏନଟିପିସି ପାଳନ କରିଛି 32 ତମ ପ୍ରତିଷ୍ଠା ଦିବସ । ଅନୁଗୋଳ ଜିଲ୍ଲାର କଣିହାଁଠାରେ ଥିବା ପ୍ଲାଣ୍ଟରେ ପ୍ରାସାନିକ କାର୍ଯ୍ୟାଳୟରେ ଏନଟିପିସିର ପତାକା ଉତ୍ତୋଳନ କରି ଏହି ଦିବସକୁ ପାଳନ କରାଯାଇଛି । ଦେଶ କୋରୋନା ସଙ୍କଟ ଦେଇ ଗତି କରୁଥିବା ବେଳେ କମ୍ପାନୀ କିଭଳି କଟକଣା ମଧ୍ୟରେ ପୂର୍ଣ ମାତ୍ରରେ ଉତ୍ପାଦନ କ୍ଷମ ହୋଇପାରିଛି ସେନେଇ ନିଜର ମନ୍ତବ୍ୟ ରଖିଥିଲେ ପ୍ଲାଣ୍ଟର ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ । କର୍ମଚାରୀମାନଙ୍କ ସହଯୋଗ ଓ ନିଷ୍ଠାର ସହ କଯ୍ୟକରିଥିବା ଦକ୍ଷତା ଯୋଗୁଁ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟର ବା PLF ୧୦୦% ସଫଳତା ହାସଲ କରିପାରିଛି ବୋଲି ସେ କହିଛନ୍ତି ।

ସାମାଜିକ ଦୁରତା ମଧ୍ୟରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ବେଳେ ଏଥିରେ ପ୍ଲାଣ୍ଟର ସବୁ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.