ETV Bharat / state

ଝିଅଙ୍କୁ ସଶକ୍ତ କରିବାରୁ NTPCର ଭିନ୍ନ ପ୍ରୟାସ - NTPC

ବାଳିକା ସଶକ୍ତିକରଣ ଅଭିଯାନ । ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସି କଣିହାଁ ପକ୍ଷରୁ ଅନୁଗୋଳରେ ଏହି ଅଭିଯାନ ଚାଲିଛି । ଏନଟିପିସି ପାରିପାର୍ଶ୍ବିକ ଗାଁ ଗୁଡିକରେ ୧୦ ରୁ ୧୨ ବର୍ଷ ବୟସ ଛାତ୍ରୀ ମାନଙ୍କୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 13, 2019, 8:57 AM IST

Updated : Jun 13, 2019, 3:54 PM IST

ଅନୁଗୋଳ: ଝିଅଟିଏ ସଶକ୍ତ ହେଲେ ପରିବାର ସଶକ୍ତ ହୁଏ । ତା' ମନରେ ଥିବା ଭୟକୁ ଦୂର କରିବା ଓ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ରାଷ୍ଟ୍ରାୟତ ଉଦ୍ୟୋଗ NTPC ପ୍ରୟାସ ଆରମ୍ଭ କରିଛି । ପାରିପାର୍ଶ୍ଵିକ ଅଞ୍ଚଳର ୧୨୦ ଜଣ ଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ଦୀର୍ଘ ଏକ ମାସ ହେବ ଚଳାଇଛି ପ୍ରୟାସ । ଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ଶିକ୍ଷା ଦେବା ସହ ଶାରୀରିକ ଓ ମାନସିକ ଭାବେ ଦକ୍ଷ କରୁଛି NTPC ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏନଟିପିସି ପାରିପାର୍ଶ୍ବିକ ଗାଁ ଗୁଡିକର ୧୦ ରୁ ୧୨ ବର୍ଷ ବୟସ ଛାତ୍ରୀମାନଙ୍କୁ ସଶକ୍ତ କରିବା ପାଇଁ ଚଳାଇଛି ଏହି ଅଭିଯାନ । ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ମାସ ଧରି ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରିଛି । ଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭା ଅନ୍ୱେଷଣ ଠାରୁ ଆରମ୍ଭ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଓ ସେମାନଙ୍କ ମନରେ ଥିବା ଭୟକୁ କିଭଳି ଦୂର କରାଯାଇ ପାରିବ ସେନେଇ ଛାତ୍ରୀମାନଙ୍କୁ ଶିବିରରେ ବୁଝାଯାଉଛି ।

ଖାଲି ସେତିକି ନୁହେଁ ସେମାନଙ୍କୁ ନୃତ୍ୟ, ସଙ୍ଗୀତ ଓ ଡ୍ରାମା ଆଦିର ଶିକ୍ଷା ମଧ୍ୟ ଦିଆଯାଉଛି । ନିଜେ କିଭଳି ଦକ୍ଷ ହେବେ ସେଥିପାଇଁ ମାର୍ସଲା ଆର୍ଟର ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । ପ୍ରାୟ ୩୫ଟି ଗାଁର ୧୨୦ ଜଣ ଛାତ୍ରୀ ଏଠାରେ ପ୍ରଶିକ୍ଷଣ ନେଉଛନ୍ତି । ସେମାନଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିଛି NTPC ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

କଟକ ମୁନିସପାଲଟି କର୍ପୋରେସନ ର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।ଏହି ବୈଠକରେ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

ବର୍ଷା ଦିନେ ଯେଭଳି କଟକ ରେ କୈଣସି ସ୍ତାନରେ ଓ୍ଵାଟର ଲଗଗିଂ ହେବନାହିଁ ।ଏହା ସହ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରିବ ସେନେଇ ଆଲୋଚନା ହୋଇଛି ।ବର୍ଷା ଦିନ ପୂର୍ବରୁ କଟକ ର ସମସ୍ତ ଡ୍ରେନ କୁ କ୍ଲିନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । 

ଏହା ସହ ବାକି କାର୍ଯ୍ୟ ତୁରନ୍ତ ସାରିବା ପାଇଁ  ନିର୍ଦ୍ଦେଶ ଦିଆଯାଇଛି ବା ,ସାନିଟେସନ ,ସୁଇପିଂ ,ପ୍ରତ୍ୟେକ ବ୍ୟକ୍ତି ଙ୍କ ଘରକୁ ବାଲଟି ଦିଆଯିବ ।ଏହାପରେ କଲେକ୍ଟ କରାଯିବ ବର୍ଯ୍ୟବସ୍ତୁ ।

ଏହା ସହ ଫନିରେ ଭାଙ୍ଗି ଯାଇଥିବା  ଇଲେକ୍ଟ୍ରିକ୍ ଲାଇଟ୍ ସଜାଡିବା ।କଟକକୁ ସରସ ସୁନ୍ଦର କରିବା ଲକ୍ଷ ରହିଛି ।।

ଜାଇକା କାମ ଅନେକ ସ୍ତାନରେ କାମ ଚାଲିଛି ତାକୁ ତୁରନ୍ତ ସାରିବା ପାଇଁ ଆଲୋଚନା ହୋଇଛି ।ଜାଇକା ଓ ମୁନିସପାଲଟି ଯେଉଁ ସ୍ତାନରେ କାମ କରୁଛନ୍ତି ସେନେଇ ଆଲୋଚନା ହୋଇଛି ।ରେଲୱେ ଏରିଆ ଡ୍ରେନଜ୍ ସମସ୍ୟା ରହିଛି ।ବର୍ଷାଦିନେ ପାଣି ନଜମିବା ନେଇ ବୈଠକ ହୋଇଛି ।
ବର୍ଷା ଦିନେ କଟକ ସହରରେ ପାଣି ଜମି ନରହୁ ସେ ମୁଖ୍ୟ ଲକ୍ଷ ରହିଛି ବୋଲି କହିଛନ୍ତି ପ୍ରତାପ ଜେନା ।
Last Updated : Jun 13, 2019, 3:54 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.