ETV Bharat / state

ଅନୁଗୋଳରେ ସାବାଡ ହେବେ ଅମାନିଆ, ଏନଫୋର୍ସମେଣ୍ଟ ଗଠନ କଲା ପ୍ରଶାସନ

author img

By

Published : May 14, 2021, 3:30 PM IST

ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା କଟକଣାକୁ ଜୋରଦାର କରାଯାଇଛି । ନିୟମ ମାନୁ ନଥିବା ଅମାନିଆଙ୍କ ଠୁ ଫାଇନ ଆଦାୟ କରୁଛି ପ୍ରଶାସନ । ଅଧିକ ପଢନ୍ତୁ...

ଜିଲ୍ଲା ପ୍ରଶାସନର ଏନଫୋର୍ସମେଣ୍ଟ ଗଠନ
ଜିଲ୍ଲା ପ୍ରଶାସନର ଏନଫୋର୍ସମେଣ୍ଟ ଗଠନ

ଅନୁଗୋଳ: ଜିଲ୍ଲାରେ କମିବାର ନାଁ ନେଉନାହିଁ ସଂକ୍ରମଣ । ପ୍ରତିଦିନ ଜିଲ୍ଲାରେ ପାଞ୍ଚ ଶହରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି ଯାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ ଜୋରଦାର କରାଯାଇଛି । ନିୟମ ମାନୁ ନଥିବା ଅମାନିଆଙ୍କୁ ପ୍ରଶାସନ ପକ୍ଷରୁ ଫାଇନ ଆଦାୟ କରାଯାଉଛି ।

ଜିଲ୍ଲା ପ୍ରଶାସନର ଏନଫୋର୍ସମେଣ୍ଟ ଗଠନ

ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଲେ ବି ଚେତୁ ନାହାନ୍ତି ଆମାନିଆ । ଜିଲ୍ଲାରେ କଟକଣା କିପରି ରହିଛି ଆଜି( ଶୁକ୍ରବାର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଅନୁଗୋଳ ସହର ସାରା ବୁଲି ବୁଲି ବ୍ୟାପକ ଚେକିଂ କରିଛି । ଯେଉଁମାନେ କଟକଣାକୁ ବେଖାତିର କରି ଦୋକାନ ଖୋଲିଥିଲେ ସେମାନଙ୍କ ଦୋକାନ ସିଲ କରିବା ସହ ଫାଇନ ଆଦାୟ କରାଯାଇଛି ।

ଅନୁମତି ନେଇ ଖୋଲି ଥିବା ଦୋକାନ ଗୁଡିକ ସମ୍ମୁଖରେ ଭିଡ ଓ ସାମାଜିକ ଦୂରତା ନଥିବା ଦେଖି କଡା ତାଗିଦ କରିଥିଲେ ଉପଜିଲ୍ଲାପାଳ । ରାସ୍ତାରେ ବିନା କାମରେ ଯାଉଥିବା ଲୋକଙ୍କ ଠାରୁ ମଧ୍ୟ ଫାଇନ ଆଦାୟ କରା ଯାଇଥିଲା । ସେମାନଙ୍କ ବାଇକ ମଧ୍ୟ ସିଜ କରାଯାଇଛି । ପୋଲିସ ଓ ପ୍ରଶାସନର କଡା ଆଭିମୁଖ୍ୟ ଗ୍ରହଣ ଫଳରେ ଅନେକ ଅମାନିଆ ସାବାଡ଼ ହୋଇଛନ୍ତି । ଏଭଳି ଏନଫୋର୍ସମେଣ୍ଟ ଆଗକୁ ମଧ୍ୟ ଚାଲୁ ରହିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.