ETV Bharat / state

କଟକଣା ନିୟମ ମାନି ରମଜାନ ପାଳୁଛନ୍ତି ମୁସଲମାନ ଧର୍ମାବଲମ୍ବୀ - ମୁସଲମାନ ଧର୍ମାଲମ୍ବୀ

ଶନିବାର ଠୁ ପବିତ୍ର ରମଜାନ ମାସ ଆରମ୍ଭ ହୋଇଥିବା ବେଳେ ଲକଡାଉନ ନିୟମ ମାନି ଅନୁଗୋଳର କେହି ବି ମୁସଲମାନ ମସଜିଦ ଆସି ନଥିବା ଦେଖିବାକୁ ମିଳିଛି । ସମସ୍ତ ନିଜନିଜ ଘରେ ପାଳନ କରୁଛନ୍ତି ରମଜାନ । ଅଧିକ ପଢନ୍ତୁ...

କଟକଣା ନିୟମ ମାନି ରମଜାନ ପାଳୁଛନ୍ତି ମୁସଲମାନ ଧର୍ମାଲମ୍ବୀ

author img

By

Published : Apr 25, 2020, 1:34 PM IST

ଅନୁଗୋଳ: ଆରମ୍ଭ ହୋଇଛି ମୁସଲମାନ ସମ୍ପଦାୟର ପବିତ୍ର ରମଜାନ ମାସ । ଲକଡାଉନ କଟକଣାକୁ ମାନି ରମଜାନ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟର ଲେକେ । ସରକାରଙ୍କ ନିୟମକୁ ସମ୍ପୂର୍ଣ ଭାବେମାନିଛନ୍ତି ଅନୁଗୋଳ ଜମା ମସଜିଦର କର୍ମକର୍ତ୍ତା । ଲକଡାଉନ ନିୟମ ମାନି କେହି ବି ମସଜିଦ ନଆସି ଘରେ ରହି ନମାଜ ପାଠ କରିଛନ୍ତି ।

କଟକଣା ନିୟମ ମାନି ରମଜାନ ପାଳୁଛନ୍ତି ମୁସଲମାନ ଧର୍ମାଲମ୍ବୀ

ଦୀର୍ଘ ପ୍ରାୟ ୧ ମାସ ହେଲା ମସଜିଦରେ ସାମୁହିକ ନମାଜ ପାଠ ବନ୍ଦ ରହିଛି । କେବଳ ଜଣେ ଇମାମ ଓ ଆଉ ଦୁଇ ଜଣ ସହଯୋଗୀ ଏଠାରେ ନମାଜ ପାଠ କରୁଛନ୍ତି। ସମସ୍ତ ମୁସଲମାନ ଭାଇମାନଙ୍କୁ ମସଜିଦକୁ ନଆସି ଘରେ ନମାଜ ପାଠ କରିବାକୁ ନିବେଦନ କରିଛନ୍ତି ପରିଚାଳନା କର୍ତ୍ତୃପକ୍ଷ ।

ଶନିବାରଠାରୁ ରମଜାନ ଆରମ୍ଭ ହେଉଥିବା ବେଳେ ଏହାକୁ ନିଜ ନିଜ ଘରେ ପାଳନ କରିବାକୁ ମୁସଲମାନ ଧର୍ମାଲମମ୍ବୀମାନକୁ ମହଜିଦ ପକ୍ଷରୁ କୁହାଯାଇଛି । କେବଳ ଘରେ ରହି ନମାଜ ପାଠ କରି ନିରାଡ଼ମ୍ବର ଭାବେ ରୋଜା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଲକଡାଉନ୍‌ ବେଳେ ଅଧିକାଂଶ ବେରୋଜଗର ହୋଇଯାଇଛନ୍ତି । ତେବେ ଯେଉଁମାନେ ସୁବିଧାରେ ରହୁଛନ୍ତି ବା ଭଲ କରି ଖାଇବାକୁ ପାଉନାହାନ୍ତି ସେମାନଙ୍କୁ ସହାୟତା କରିବାକୁ ଆର୍ଥିକ ସମ୍ବଳ ଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.