ETV Bharat / state

ନାବାଳକକୁ ନିର୍ଯାତନା: ଦ୍ବିତୀୟ ସ୍ତ୍ରୀ କଥାରେ ପଡି ପୁଅକୁ ଚେଙ୍କ ଦେଲା ବାପା - ବାପା ଓ ସାବତ ମାଆକୁ ଥାନରେ ଅଟକ

ସାବତ ମା' କଥାରେ ପଡି ନିଜ ଜନ୍ମିତ ପୁଅକୁ ବାପା ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ନାବାଳକର ବାପା ଓ ସାବତ ମା'କୁ ଥାନରେ ଅଟକ ରଖି ଘଟଣାର ଛାନଭିନ୍‌ ଚଳାଇଛି । ଅଧିକ ପଢ଼ନ୍ତୁ

ନାବାଳକକୁ ନିର୍ଯାତନା
ନାବାଳକକୁ ନିର୍ଯାତନା
author img

By

Published : Aug 13, 2023, 8:36 PM IST

ଅନୁଗୋଳ: ସାବତ ମା' କଥାରେ ପଡି ନିଜ ଜନ୍ମିତ ପୁଅକୁ ବାପା ଚେଙ୍କ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଏଭଳି ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ପଞ୍ଚାୟତରେ । ସୂଚନା ଅନୁସାରେ, ହଟିଆନାଳି ଗ୍ରାମରେ ଜଣେ ନାବାଳକକୁ ଚେଙ୍କ ଦେଇଛନ୍ତି ତାଙ୍କ ବାପା। ସାବତ ମା'ର ପ୍ରରୋଚନାରେ ପଡ଼ି ବାପା ନିଜ ଜନ୍ମିତ ପୁଅକୁ ଚେଙ୍କ ଦେବା ସହିତ ବିଭିନ୍ନ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଅଭିଯୁକ୍ତ ବାପା ଓ ସାବତ ମା'କୁ ପୋଲିସ ଥାନାରେ ଅଟକ ରଖିଛି ।

ଏହି ଘଟଣା ସମ୍ପର୍କରେ ଅନୁଗୋଳ ଚାଇଲ୍ଡଲାଇନ୍‌ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଛେଣ୍ଡିପଦା ପୋଲିସ ସହାୟତାରେ ହଟିଆନାଳି ଗ୍ରାମକୁ ଯାଇ ଶିଶୁକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍‌ ଟିମ୍ । ସୂଚନା ମୁତାବକ, ଗାଁର ସୁବାଷ ପଧାନଙ୍କ ସ୍ତ୍ରୀ ଘର ଛାଡ଼ି ଚାଲିଯିବା ପରେ ସେ ଦ୍ଵିତୀୟ ସ୍ତ୍ରୀ ଭାବେ ମଞ୍ଜୁଲତା ପଧାନକୁ ଗ୍ରହଣ କରିଥିଲେ । ସେହିଦିନଠାରୁ ସାବତ ମା' ମଞ୍ଜୁଲତା ଅନେକ ସମୟରେ ସୁବାଷଙ୍କ 12ବର୍ଷର ପୁଅକୁ ନିର୍ଯାତନା ଦେଇ ଆସୁଥିବା ନେଇ ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...ଛାତ୍ରୀଙ୍କୁ ସ୍କୁଲ ଶୌଚାଳୟରେ ତାଲା ପକାଇଲେ ସଭାପତି, ଅଭିଯୋଗ ପରେ ବାନ୍ଧିଲା ପୋଲିସ

କାଲି ସେତିକି ନୁହେଁ, ଅନେକ ସମୟରେ ମଞ୍ଜୁ ସ୍ୱାମୀଙ୍କ ଆଗରେ ମିଛ ସତ କହି ବାପାଠାରୁ ପୁଅକୁ ମାଡ଼ ଖୁଆଉଥିଲେ । ଗତ କିଛିଦିନ ତଳେ ନାବାଳକ ଜଣଙ୍କ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଥିବାବେଳେ ମଞ୍ଜୁଲତା ବିଦ୍ୟାଳୟକୁ ଯିବାକୁ ମନା କରିଥିଲେ । ଆଉ ମା'ଙ୍କ କଥା ମାନି ନାବାଳକଟି ପାଠ ପଢିବାକୁ ନଯାଇ ଘରେ ରହିଥିଲା । ନାବାଳକର ବାପା ସୁବାଷ ଘରକୁ ଫେରିବା ପରେ ମଞ୍ଜୁ ପୁଅ ଆଜି ସ୍କୁଲ ଯାଇନି ବୋଲି କହି ମାଡ଼ ମାରିବାକୁ ସ୍ବାମୀଙ୍କୁ ପ୍ରବର୍ତ୍ତାଇଥିଲେ ବୋଲି ସ୍ଥାନୀୟଲୋକେ କହିଛନ୍ତି ।

ଏହି କଥା ଶୁଣି ସୁବାଷ ପୁଅକୁ ଡାକି ମାଡ଼ ମାରିବା ସହିତ ରଶିରେ ବାନ୍ଧି ଦେଇଥିଲେ । ଏତିକିରେ ସୁବାଷଙ୍କ ରାଗ ଥଣ୍ଡା ହୋଇନଥିଲା। ଏକ ଗରମ ଲୁହାରଡ଼ ସାହାଯ୍ୟରେ ପୁଅର ହାତ ଓ ଗୋଡ଼ରେ 4ଟି ସ୍ଥାନରେ ଚେଙ୍କ ଦେଇଥିବା ଜଣାପଡିଛି । ନାତିର ଚିତ୍କାର ଶୁଣି ଆଈ ଘଟଣା ସ୍ଥଳରେ ପହଞ୍ଚି ନାତିକୁ ଉଦ୍ଧାର କରିଥିଲେ । ଏହି ଖବର ଅନୁଗୋଳ ଚାଇଲ୍ଡଲାଇନ୍‌ ପାଇବା ପରେ ଛେଣ୍ଡିପଦା ପୋଲିସ ସହାୟତାରେ ନାବାଳକକୁ ଉଦ୍ଧାର କରିଛନ୍ତି । ପୁଅକୁ ଚେଙ୍କ ଦେଇଥିବା ଅଭିଯୋଗରେ ପୋଲିସ ସୁବାଷ ଓ ମଞ୍ଜୁଲତାକୁ ଅଟକ ରଖି ତଦନ୍ତ ଚଳାଇଛି । ଉଦ୍ଧାର ନାବାଳକକୁ ଶିଶୁ ମଙ୍ଗଳ କମିଟିରେ ହାଜର କରିବା ପରେ ଉତ୍କଳ ବାଳାଶ୍ରମରେ ଛଡ଼ାଯିବ ବୋଲି ଚାଇଲ୍ଡ ଲାଇନ୍‌ ପକ୍ଷରୁ ପ୍ରକାଶ କରାଯାଇଛି । ଅପରପକ୍ଷେ, ନାବାଳକର ଅଜା ହୃଷୀ ପଧାନ ନାତିକୁ ସୁବାଷ ବାରମ୍ବାର ଚେଙ୍କ ଦେଉଥିବା ନେଇ ପ୍ରକାଶ କରିବା ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ପାଇଁ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.