ଅନୁଗୋଳ: ଖଣି ଓ ଶିଳ୍ପ ବିକାଶ ଅଞ୍ଚଳ ଅନୁଗୋଳ ଜିଲ୍ଲାରେ ଶିଳ୍ପକୁ ବିରୋଧ । ରାଜ୍ୟ ସରକାର ଶିଳ୍ପ କରିବା ନାଁରେ ଶିଳ୍ପପତିଙ୍କ ସହ ମିଶି ସାଧାରଣ ଜନତାଙ୍କୁ ଲୁଟୁଥିବା ଅଭିଯୋଗରେ ଜିଲ୍ଲାରେ ଆନ୍ଦୋଳନ ଦେଖିବାକୁ ମିଳିଛି । ଖଣି ଓ ଶିଳ୍ପ ପ୍ରଭାବିତ ନାଗରିକ ମଞ୍ଚ ପକ୍ଷରୁ ଶିଳ୍ପ ବିରୋଧୀ ଆନ୍ଦୋଳନକୁ ଜୋରଦାର କରାଯାଇଛି ।
ଏହାମଧ୍ୟ ପଢନ୍ତୁ.. ଆବାସ ଯୋଜନାରେ ମହାଦୁର୍ନୀତି ଅଭିଯୋଗ, 5ଗିରଫ
ଅନୁଗୋଳ ଜିଲ୍ଲାରେ ସୋମବାର ଦିନ ଖଣି ଓ ଶିଳ୍ପ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଛି । ଖଣି ନାଁରେ ସରକାର ସାଧାରଣ ଜନତାଙ୍କୁ ଲୁଟୁଥିବା ଅଭିଯୋଗ ଆଣି ଖଣି ଓ ଶିଳ୍ପ ପ୍ରଭାବିତ ନାଗରିକ ମଞ୍ଚ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି । ସହରରେ ବାଇକ୍ ରାଲି କରି ଶିଳ୍ପ ବିରୋଧୀ ଆନ୍ଦୋଳନକୁ ଜୋରାଦାର କରିଛନ୍ତି ଏହି ମଞ୍ଚ । ଅନୁଗୋଳ ଟାଉନ ହଲ୍ରେ ରାଜ୍ୟର ବହୁ ଶିଳ୍ପ ବିରୋଧୀ ନେତୃବୃନ୍ଦ ଏକାଠି ହୋଇ ଏନେଇ ଆଲୋଚନା କରିଛନ୍ତି । ଶିଳ୍ପକୁ ନେଇ ଉପୁଜିଥିବା ସମସ୍ୟା ସମ୍ୱନ୍ଧରେ ଆଲୋକପାତ କରିବା ସହ ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । ଶିଳ୍ପ ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଶିଳ୍ପ ବିରୋଧୀ ନେତା ।
ଏହାମଧ୍ୟ ପଢନ୍ତୁ.. ରାଇରଙ୍ଗପୁରରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଦାବିପତ୍ର ପ୍ରଦାନ
ଏହି ଆନ୍ଦୋଳନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୁରୀ ବିଧାୟକ ଉମାବହ୍ଲଭ ରଥ ଓ ମୁଖ୍ୟ ବକ୍ତା ଭାବରେ ଦେବୀପ୍ରସାଦ ପୃଷ୍ଟି ଯୋଗ ଦେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଅନୁଗୋଳରେ ଗଢ଼ି ଉଠିଥିବା ଶିଳ୍ପ ଓ ଖଣିଗୁଡ଼ିକରୁ ସାଧାରଣ ଲୋକମାନେ ଯେଉଁଭଳି ଭାବରେ ନିଜର ହକ୍ ପାଇ ପାରିବେ ସେନେଇ ଆଲୋଚନା କରିଥିଲେ । ଆଉ ମଧ୍ୟ ଶିଳ୍ପ ଓ ଖଣି ପ୍ରତିଷ୍ଠା ପାଇଁ ସମଗ୍ର ଅନୁଗୋଳ ଓ ଢେଙ୍କାନାଳ ଜ଼ିଲ୍ଲାର ସମସ୍ତ ଅଧିକୃତ ଜାଗା ପାଇଁ ଗୋଟିଏ ମୂଲ୍ୟ ନିର୍ଦ୍ଧାରିତ କରିବା ପାଇଁ ଆଲୋଚନା ହୋଇଥିଲା । ଜଳ, ଜଙ୍ଗଲ ଓ କୃଷି ଜମିକୁ ବେଆଇନ ଦଖଲ କରି ଶିଳ୍ପ ଓ ଖଣି ପ୍ରତିଷ୍ଠା କରାଯାଉଥିବା ଅଭିଯୋଗ ଆଣି ସେଗୁଡିକୁ ବନ୍ଦ କରିବାକୁ ଦାବି କରିଥିଲେ । ଶିଳ୍ପ ଓ ଖଣିରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା, ସମଗ୍ର ଜିଲ୍ଲା ପାଇଁ ବସତି ଯୋଜନା ଆଣିବା ସହ କର୍ପୋରେଟରାଜ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ଶିଳ୍ପ ବିରୋଧୀ ନେତା ।
ଇଟିଭି ଭାରତ, ଅନୁଗୁଳ