ETV Bharat / state

କୋଇଲା ଖଣିରେ ମାଟି ଧସିବା ଘଟଣା: ମାଟି ତଳୁ କଟା ହାତ ଓ ଶରୀରର କିଛି ଅଂଶ ଉଦ୍ଧାର

ଏମସିଏଲର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାର 4ର୍ଥ ଦିନରେ ଏକ କଟା ହାତ ଓ ଶରୀରର କିଛି ଅଂଶ ଜବତ ହୋଇଛି । ଉଦ୍ଧାର କଟା ହାତ ଓ ଶରୀରର କିଛି ଅଂଶ ଚତୁର୍ଥ ଶ୍ରମିକର ହୋଇଥିବା ନେଇ ଅନୁମାନ କରାଯାଉଛି । ଗତକାଲି 3ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 27, 2019, 11:48 AM IST

ଅନୁଗୋଳ: ତାଳଚେରସ୍ଥିତ ଏମସିଏଲର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାର 4ର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଜଣେ ଶ୍ରମିକ ନିଖୋଜ ଅଛନ୍ତି । ମାଟି ତଳେ ଫସି ରହିଥିବା 4 ଜଣ ଶ୍ରମିକଙ୍କ ମଧ୍ୟରୁ 3 ଜଣଙ୍କ ମୃତଦେହ ଶୁକ୍ରବାର ସୁଦ୍ଧା ଉଦ୍ଧାର କରାଯାଇଛି ।

ଚତୁର୍ଥ ଦିନ ସକାଳୁ ଜାରି ରହିଥିବା ଉଦ୍ଧାର କାର୍ଯ୍ୟରେ ଏକ କଟା ହାତ ଓ ଶରୀରର କିଛି ଅଂଶ ଉଦ୍ଧାର ହୋଇଛି । ଖୁବ୍ ଶୀଘ୍ର 4ର୍ଥ ଶ୍ରମିକର ମୃତଦେହ ମିଳିବା ନେଇ ଆଶା କରାଯାଉଛି । ପୂର୍ବରୁ କୁକୁଡାଙ୍ଗ ଗାଁର ହାଇୱା ଅପରେଟର ପୁପୁନ ବିଶ୍ବାଳ, ଶିବରାମପୁର ଗାଁର ପମ୍ପ ଅପରେଟର ରାଜକିଶୋର ମହାପାତ୍ର ଓ ଗୋବରା ଗାଁର ସୁପରଭାଇଜର ରଶ୍ମିରଞ୍ଜନ ବେହେରାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ସିକ୍ୟୁରିଟି ଗାର୍ଡ ରମେଶ ଦାସଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନାହିଁ । ତେଣୁ ମିଳିଥିବା କଟା ହାତ ଓ ଶରୀରର କିଛି ଅଂଶ ରମେଶଙ୍କ ହୋଇପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛନ୍ତି ଶ୍ରମିକ ସଙ୍ଗଠନ ।

ସୂଚନାନୁସାରେ, ମଙ୍ଗଳବାର ରାତିରେ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ବ୍ଲାଷ୍ଟିଂ ହୋଇ ପ୍ରାୟ 500 ମିଟର ଫୁଟ ଉପରୁ ବିରାଟ ମାଟି ଅତଡା ଖସି ପଡିଥିଲା । ସେହି ସମୟରେ ମାଟି ଲୋଡିଙ୍ଗ ପାଇଁ 8ଟି ଗାଡି ଓ 15ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ । ମାଟି ଅତଡା ଧସି ଯିବାରୁ 13 ଜଣ ଶ୍ରମିକ ମାଟି ତଳେ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ 9 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ 4 ଜଣ ଶ୍ରମିକ ନିଖୋଜ ଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:କୋଇଲା ଖଣି ମାଟି ଧସିବା ଘଟଣା ।ଚତୁର୍ଥ ଦିନରେ ଉଦ୍ଧାର କାର୍ଯ୍ୟ । ମିଲଲା ହାତ ଓ ଶରୀର ର ଅଂଶ ବିଶେଷ Body:ତାଳଚେର ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି 4ଶ୍ରମିକ ଚାପି ହେବା ପରେ 4ଦିନ ହେଲା ଉଦ୍ଧାର କାର୍ଯ୍ୟ ଚାଲିଛି। ଗତ କାଲି ସୁଦ୍ଧା 3 ମୃତ ଦେହ ଉଦ୍ଧାର କରା ଯାଇଛି। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ହାତ ପାପୁଲି ଓ ଶରୀରର କିଛି ଅଂଶ ମିଳିଛି। ସେହି ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ଖୁବ ଶୀଘ୍ର ସମ୍ପୂର୍ଣ୍ଣ ମୃତଦେହ ମିଳିଯିବ ବୋଲି ଆଶା କରା ଯାଉଛି। ପୂର୍ବରୁ କୁକୁଡାଙ୍ଗ ଗାଁର ହାଇବା ଅପରେଟର ପୁପୁନ ବିଶ୍ୱାଳ, ଶିବରମପୁର ଗାଁର ପମ୍ପ ଅପରେଟର ରାଜକିଶୋର ମହାପାତ୍ର ଓ ଗୋବରା ଗାଁର ସୁପ୍ରଭାଇଜର ରଶ୍ମିରଞ୍ଜନ ବେହେରାଙ୍କ ମୃତ ଦେହ ମିଳି ସାରିଛି। ସିକୁରୀଟି ଗାର୍ଡ ରମେଶ ଦାସଙ୍କ ପତା ମିଳିନି। ତେଣୁ ମିଳିଥିବା ହାତ ପାପୁଲି ରମେଶ ର ହୋଇଥାଇ ପାରେ ବୋଲି ଅନୁମାନ କରା ଯାଉଛି।Conclusion:ସେପଟେ ଘଟଣା ର ଉଚ୍ଚ ସ୍ଥରୀୟ ତଦନ୍ତ ଦାବି କରୁଛନ୍ତି ଶ୍ରମିକ ସଂଗଠନ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.