ETV Bharat / state

ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ, ମେଡିକାଲରେ ଉତ୍ତେଜନା

author img

By

Published : Oct 5, 2021, 5:10 PM IST

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ପରେ ଉତ୍ତେଜନା । ଚିକିତ୍ସା ଅବହେଳାକୁୁ ଦାୟୀ କଲେ ପରିବାର ଲୋକ । ଅଧିକ ପଢନ୍ତୁ...

ଚିକିତ୍ସା ଅବହେଳାରୁ ପ୍ରସୁତିଙ୍କ ମୃତ୍ୟୁ ଅଭିଯୋଗରେ ଉତ୍ତେଜନା

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ପ୍ରସୂତି ମହିଳାଜଣଙ୍କ ସ୍ଥାନୀୟ ମାଣିକଯୋଡ଼ି ଗାଁର ଗୌରୀ ସାହୁ ବୋଲି ଜଣାପଡିଛି ।

ସମ୍ପୂର୍ଣ୍ଣ ଘଟଣାକ୍ରମରେ, ଗତକାଲି ପ୍ରସବ ବେଦନା ହେବାରୁ ଗୌରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ହେଲେ ଅସ୍ତ୍ରୋପଚାର ପରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତାଙ୍କୁ ଅଧିକ ରକ୍ତର ଆବଶ୍ୟକତା ଥିବାବେଳେ ରକ୍ତ ନଦେବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.