ETV Bharat / state

ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବି, ବିଶାଳ ଶୋଭାଯାତ୍ରାରେ ଚାଷୀଙ୍କ ବିକ୍ଷୋଭ - ଚକବନ୍ଦୀ ରେକର୍ଡ ଉଚ୍ଛେଦ ଚାଷୀ ବିକ୍ଷୋଭ

ଅନୁଗୋଳ ଜିଲ୍ଲାରେ ଚାଷୀଙ୍କ ପାଇଁ ଏବେ କଣ୍ଟା ହୋଇଛି ଚକବନ୍ଦୀ ବ୍ୟବସ୍ଥା । ଏହାକୁ ଉଚ୍ଛେଦ କରିବାକୁ ଦାବି କରି 92 ମୌଜାର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢ଼ନ୍ତୁ

ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବି
ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବି
author img

By ETV Bharat Odisha Team

Published : Nov 15, 2023, 11:02 PM IST

ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବି

ଅନୁଗୋଳ: ଦିନକୁ ଦିନ ଜୋର ଧରୁଛି ଚକବନ୍ଦୀ ଉଚ୍ଛେଦ ଦାବି । ଚକବନ୍ଦୀ ବ୍ୟବସ୍ଥା ଉଚ୍ଛେଦ ନହେବାରୁ ଏବେ ଜମିର ମାଲିକ ନିଜ ମାଲିକାନାରୁ ବଞ୍ଚିତ ହେଉଛନ୍ତି । ଯାହାର ପ୍ରତିବାଦରେ ଆଜି ଅନୁଗୋଳ ଜିଲ୍ଲାର ୯୨ ମୌଜାର ଚାଷୀ ଏକାଠି ହୋଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।

ଅନୁଗୋଳ ଜିଲ୍ଲାର ୯୨ଟି ରାଜସ୍ୱ ଗ୍ରାମକୁ ଦଖଲ ପ୍ରଦାନ କରି ନଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ ଚାଷୀ ସୁରକ୍ଷା କମିଟି ନେତୃତ୍ୱରେ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏହାସହ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ବିକ୍ଷୋଭ ପୂର୍ବରୁ ଅନୁଗୋଳ ଉପଖଣ୍ଡର ବିଭିନ୍ନ ଗ୍ରାମର ଦୁଇ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଷ୍ଟାଡିୟମ୍ ଠାରେ ଏକତ୍ରିତ ହୋଇ ଶୃଙ୍ଖଳିତ ଭାବେ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ୍ ଦେଇ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ । ଜମିଜମା ଚକ ଚିହ୍ନଟ କରି ରେକର୍ଡ ପ୍ରଦାନ କରା ନଯିବାରୁ ପ୍ରାୟ ୪୦ ବର୍ଷ ଧରି ପ୍ରତ୍ୟେକ ଲୋକ ତାଙ୍କର ପୂର୍ବ ଶାବକ ଜମି ଦଖଲ କରିଆସୁଛନ୍ତି । କିନ୍ତୁ ଆବଶ୍ୟକସ୍ଥଳେ ଜମି ଖରିଦ, ବିକ୍ରି ହୋଇପାରୁ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ......୯୨ଟି ମୌଜାର ଚାଷୀଙ୍କ ଦୁଃଖ ଚକବନ୍ଦୀ, ବ୍ୟବସ୍ଥା ଉଚ୍ଛେଦ ଦାବିରେ ପ୍ରତିବାଦ

୧୯୫୨-୬୨ ବନ୍ଦୋବସ୍ତ ଅନୁଯାୟୀ ଜମି ଦଖଲ ଥିବାରୁ ଚିହ୍ନଟ ହୋଇପାରୁନାହିଁ । ରାଜସ୍ୱ ଓଗେର ନଦେଲେ ବାସିନ୍ଦାକୁ ଜାତି, ଆୟ, ଉତ୍ତରାଧିକାରୀ ପ୍ରମାଣପତ୍ର ମିଳୁନାହିଁ । ଏହାସହ ଶିଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଥିବା ଏହି ଜିଲ୍ଲାରେ କାରଖାନା ପ୍ରତିଷ୍ଠା, ଖଣି, ରେଲୱେ ଓ ସଡକ ପାଇଁ ଜମି ଅଧିଗ୍ରହଣ ସମୟରେ ଶାବକ ଦଖଲ ଭୋଗ କରୁଥିବା ପ୍ରଜାଙ୍କୁ କ୍ଷତିପୂରଣ ମିଳି ପାଇପାରୁନାହିଁ । ଆବଶ୍ୟକସ୍ଥଳେ ଜମି ହରାଇ ମଧ୍ୟ କର୍ମ ସଂସ୍ଥାନ ପାଇପାରୁନାହାନ୍ତି । ତେଣୁ ପ୍ରଶାସନ ଓ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ବାସ୍ତବ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ସହ ଏକ ପ୍ରତିନିଧି ଦଳ ବିକ୍ଷୋଭ ସ୍ଥଳରୁ ଯାଇ ଦାବିପତ୍ର ପ୍ରଦାନ କରିବାସହ ଆଲୋଚନା କରିଥିଲେ । ଦାବି ସମ୍ପର୍କରେ ପ୍ରଶାସନ ଅବଗତ ଅଛି ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ପ୍ରଶାସନିକ ସ୍ତରରେ ପଦକ୍ଷେପକୁ ତ୍ୱରାନ୍ୱିତ ନକଲେ ଆଗାମୀ ଦିନରେ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.