ଅନୁଗୋଳ : ଜିଲ୍ଲାର ତାଳଚେରସ୍ଥିତ ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲା ମୁଖ୍ୟ ଡାକ୍ତରଖାନାରେ ନିୟମିତ ବିଭିନ୍ନ ରୋଗର ବିଶେଷଜ୍ଞ ପଦବୀ ପୂରଣ କରିବା ସମେତ ଅନ୍ୟାନ୍ୟ ଦାବି ନେଇ ଜିଲ୍ଲା ଜନ ଜୀବନ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ ଆରମ୍ଭ କରାଯାଇଛି । ଏହି ଅନଶନରେ ମଞ୍ଚର ବହୁ ବରିଷ୍ଠ କର୍ମକର୍ତ୍ତା ସାମିଲ ଅଛନ୍ତି ।
ଅନୁଗୋଳ ଭଳି ଏକ ଶିଳ୍ପ ବହୁଳ ଜିଲାରେ କୋଟି କୋଟି ଟଙ୍କା ଖଣିଜ ପାଣ୍ଠି ଗଛିତ ଅଛି । କିନ୍ତୁ, ତାହା ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସଠିକ ଢଙ୍ଗରେ ଖର୍ଚ୍ଚ କରାଯାଉ ନାହିଁ । ଏଠାରେ ଲୋକେ ଧୂଳି, ଧୂଆଁ ଓ ପ୍ରଦୂଷଣର ବଳୟ ଭିତରେ ଅତି କଷ୍ଟରେ ବଞ୍ଚୁଛନ୍ତି । କିନ୍ତୁ, ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହିଁ ବୋଲି ମଞ୍ଚର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ସ୍ତରରେ ଉଦ୍ୟମ କରାଯାଉ ନାହିଁ ।
ତେଣୁ, ଏହାର ପ୍ରତିବାଦରେ ଆମରଣ ଅନଶନ ଆରମ୍ଭ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ଜନ ଜୀବନ ସୁରକ୍ଷା ମଞ୍ଚ । ତଥାପି ସମାଧାନ ନହେଲେ ଆଗାମୀ ଦିନରେ ଆହୁରି ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ