ETV Bharat / state

ଚର୍ଚ୍ଚାରେ ଅନୁଗୋଳର ଗୋସେବକ, 900 ଗାଈଙ୍କୁ ଯୋଗାଉଛନ୍ତି ଆହାର

author img

By

Published : Jun 6, 2021, 5:46 PM IST

କୋରୋନା କଟକଣା ଯୋଗୁ ଯେଉଁଠି ମଣିଷ ଗଣ୍ଡେ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛି ସେଠି ପଶୁପକ୍ଷୀ କଥା କିଏ ପଚାରେ । ଏଭଳି ସ୍ଥିତିରେ ପ୍ରାୟ ଏକ ହଜାର ଗାଇଙ୍କୁ ଖାଇବା ଦେଇ ବଞ୍ଚାଇ ରଖିଛନ୍ତି କିଛି ଗୋ ସେବକ । ଅଧିକ ପଢନ୍ତୁ...

ଚର୍ଚ୍ଚାରେ ଅନୁଗୋଳର ଗୋ ସେବକ, 900 ଗାଈଙ୍କୁ ଯୋଗାଉଛନ୍ତି ଆହାର

ଅନୁଗୋଳ: କୋରୋନା କଟକଣା ଯୋଗୁଁ ଯେଉଁଠି ମଣିଷ ଗଣ୍ଡେ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛି ସେଠି ପଶୁପକ୍ଷୀ କଥା କିଏ ପଚାରେ । ଏଭଳି ସ୍ଥିତିରେ ପ୍ରାୟ ଏକ ହଜାର ଗାଇଙ୍କୁ ଖାଇବା ଦେଇ ବଞ୍ଚାଇ ରଖିଛନ୍ତି କିଛି ଗୋ ସେବକ । ପେସା ବ୍ୟବସାୟ ହେଲେ ବି ଗୋ ସେବାକୁ ଧର୍ମ ଭାବେ ବାଛି ନେଇ ନିରନ୍ତର ଗାଈ ଗୋରୁଙ୍କ ସେବା କରି ଆସୁଛନ୍ତି । କେବଳ ଖାଇବା ନୁହେଁ ସେମାନଙ୍କର ଚିକିତ୍ସା, ଔଷଧ ଏବଂ ସେବାରେ ଲାଗିଥିବା ୩୦ରୁ ଅଧିକ କର୍ମଚାରୀଙ୍କ ଦରମା ମଧ୍ୟ ଦେଉଛନ୍ତି ।

ପେସା ଯାହା ହେଉନା କାହିଁକି ନିଶା ହେଉଛି ଗୋ ସେବା । ସତେଯେମିତି ଗୋ ସେବାକୁ ନିଜର ଧର୍ମ ଭାବେ ଆଦରି ନେଇଛନ୍ତି ଅନୁଗୋଳ ଜିଲ୍ଲାର କିଛି ଉଦୀୟମାନ ବ୍ୟବସାୟୀ । ନିରନ୍ତର ଗୋ ସେବାରେ ନିଜକୁ ବ୍ରତୀ କରିଛନ୍ତି ଏମାନେ । ସହର ଠାରୁ ଅଳ୍ପ ଦୂରରେ ରନ୍ତଲେଇ ଠାରେ ଥିବା ଶ୍ରୀଗୋପାଳ ଗୋଶାଳା ସ୍ଥାପନା କରି ସେଠାରେ ନିଜ ଖର୍ଚ୍ଚରେ ଗୋରୁ ଗାଈଙ୍କ ସେବା ଦୀର୍ଘ ୨୦ ବର୍ଷ ହେବ କରି ଆସୁଛନ୍ତି । ଗାଈମାନଙ୍କ ଯତ୍ନ ନେବା ପାଇଁ ୩୦ରୁ ଅଧିକ କର୍ମଚାରୀ ନିୟୋଜିତ କରିବା ସହ ଖାଦ୍ୟ ପାଇଁ ଘାସ ଚାଷ ମଧ୍ୟ କରିଛନ୍ତି ।

ପ୍ରଥମେ ମାତ୍ର ୧୧ ଗାଈରୁ ଆରମ୍ଭ ହେଇଥିବା ଏହି ଗୋଶାଳାରେ ଏବେ ୩୦୦ ରୁ ଅଧିକ ଗାଈ, ବଳଦ ଓ ବାଛୁରୀ ଷଣ୍ଢ ଅଛନ୍ତି । ନିଜସ୍ଵ ଉଦ୍ୟମ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ପରିଚାଳିତ ହେଉଛି ଏହି ଗୋ ସେବା ଅନୁଷ୍ଠାନ । ଏବେ ତାଲା ବନ୍ଦବେଳେ ସବୁ ବ୍ୟବସାୟ ବନ୍ଦ ଥିବାରୁ ସେମାନେ କ୍ଷତି ସହୁଛନ୍ତି ।ଯେଉଁ ବଦାନ୍ୟ ବ୍ୟକ୍ତି ଗୋ ସେବା ପାଇଁ ସହାୟତାର ହାତ ବଢାଉଥିଲେ କୋରୋନା ପାଇଁ ସେସବୁ ବନ୍ଦ ରହିଛି । କମିଟିର ସଦସ୍ୟମାନେ ନିଜ ପେଟ କାଟି ଗାଈ ମାନଙ୍କୁ ବଞ୍ଚାଇ ରଖିବାର ଉଦ୍ୟମ ଜାରି ରଖିଛନ୍ତି । ଏହା ଛଡା ବେଆଇନ ଚାଲାଣବେଳେ ପୋଲିସ ଉଧାର କରି ୬୦୦ ରୁ ଅଧିକ ଗାଈ ଆଣି ଏହି ପରିଚାଳନା କମିଟିକୁ ଦେଇଛି । ଯାହା ପାଇଁ ମାସକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏହି କୋରୋନା କାଳରେ ୯୦୦ ଗାଈଙ୍କ ଭାଗ୍ୟ ଓ ଭବିଷ୍ୟତ ହେଉଛନ୍ତି ଏମାନେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.