ETV Bharat / state

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ! ଘଟଣାସ୍ଥଳରେ ଚିଠି ଛାଡିଗଲେ ଦୁର୍ବୃତ୍ତ

author img

By

Published : Mar 6, 2023, 5:17 PM IST

ଅନୁଗୋଳ ସଦର ଥାନା ଅନ୍ତର୍ଗତ ନତଡା ପଞ୍ଚାୟତ ଆମ୍ବପାଳ ଗାଁରେ ହତ୍ୟାକାଣ୍ଡ । ଗାଁ ସଭାପତି ବାଳକୃଷ୍ଣ ନାୟକଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରେ ଚିଠି ଛାଡିଲେ ହତ୍ୟାକାରୀ । ଅଧିକ ପଢ଼ନ୍ତୁ

ଗାଁ ସଭାପତିଙ୍କୁ ହତ୍ୟା
ଗାଁ ସଭାପତିଙ୍କୁ ହତ୍ୟା

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ

ଅନୁଗୋଳ: ଗାଁ ସଭାପତିଙ୍କୁ ହତ୍ୟା । ହତ୍ୟା କରିବା ପରେ ଘଟଣାସ୍ଥଳରେ ଚିଠି ଛାଡିଲେ ହତ୍ୟାକାରୀ । ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ସଦର ଥାନା ଅନ୍ତର୍ଗତ ନତଡା ପଞ୍ଚାୟତ ଆମ୍ବପାଳ ଗାଁରେ । ଗାଁ ସଭାପତି ବାଳକୃଷ୍ଣ ନାୟକଙ୍କ ମୃତଦେହ ତାଙ୍କର କୁକୁଡା ଫାର୍ମରେ ପଡିଥିବାର ଦେଖିବାକୁ ମିଳିଥିଲା । କେହି ଜଣେ ଦୁର୍ବୃତ୍ତ ବିଷ ଇଞ୍ଜେକ୍ସନ ଦେଇ ବାଳକୃଷ୍ଣଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ତେବେ ହତ୍ୟାକାଣ୍ଡର କରଣ ସ୍ପଷ୍ଟ ହୋଇନଥିବା ବେଳେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପହଞ୍ଚି ତଦନ୍ତି ଆରମ୍ଭ କରିଛି ।

ତେବେ ସୂଚନା ଅନୁଯାୟୀ, ବାଳକୃଷ୍ଣ ସବୁବେଳେ ଗାଁଠାରୁ ଅଳ୍ପ ଦୂରରେ ଥିବା ତାଙ୍କ କୁକୁଡ଼ା ଫାର୍ମକୁ ଜଗନ୍ତି । ସେ ରାତିରେ ମଧ୍ୟ ସେଠାରେ ରହି କୁକୁଡା ଫାର୍ମର ଯତ୍ନ ନିଅନ୍ତି । ତେବେ ଗତ ଶନିବାର ରାତିରେ ମଧ୍ୟ ସେ ତାଙ୍କ କୁକୁଡ଼ା ଫାର୍ମକୁ ଯାଇଥିଲେ । ତେବେ ତାପର ଦିନ ସକାଳୁ ଘରକୁ ନଆସିବା କାରଣରୁ ଘରଲୋକ କୁକୁଡ଼ା ଫାର୍ମକୁ ଯାଇଥିବା ବେଳେ ସେ ଅସୁସ୍ଥ ଅବସ୍ଥାରେ ପଡିଥିବା ଘର ଲୋକେ ଦେଖିବାକୁ ପାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟଚିତ୍ସାଳୟରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ, କେହି ଦୁର୍ବୃତ୍ତ ତାଙ୍କୁ ପ୍ରଥମେ ମଦ ପିଆଇବା ପରେ ବିଷ ଇଂଜେକ୍ସନ ଦେଇ ଦେଇଥିଲେ । ଯାହା ଫଳରେ ସେ ଅସୁସ୍ଥ ହୋଇପଡିଥିଲେ । କୁକୁଡା ଫାର୍ମରେ ଏକ ଇଂଜେକ୍ସନ ସିରିଞ୍ଜ୍‌ ପଡିଥିବା ଦେଖିବାକୁ ମିଳିଥିଲା ବୋଲି ତାଙ୍କ ପରିବାର ଲୋକ ପୋଲିସକୁ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଘଟଣାସ୍ଥଳରୁ ଏକ ଚିଠି ଉଦ୍ଧାର କରିଛି ପୋଲିସ । ଚିଠିରେ ଲେଖାଯାଇଛି, ‘ଗତ ମାସ ୨୫ ତାରିଖରେ ଯାହା କରିବାର ଥିଲା ତାହା ଆଜି କରାଯାଇଛି’ । ପୁରୁଣା ରାଗକୁ ହତ୍ୟାକାରୀ ସୁଝାଇଥିବା ଚିଠିରେ ଉଲ୍ଲେଖ କରିଛି । ଖାଲି ସେତିକି ନୁହେଁ ସଭାପତିଙ୍କ ଯୋଗୁଁ ଯେଉଁ କ୍ଷତି ହୋଇଛି ହତ୍ୟାକାରୀ ତାର ବଦଲା ନେଇଥିବା ନେଇଥିବା ଚିଠିରେ ଉଲ୍ଲେଖ କରିଛି ।

ହତ୍ୟାକଣ୍ଡ ପରେ ସମଗ୍ର ଅଞ୍ଚଳରେ ଭୟର ବାତବରଣ ଦେଖିବାକୁ ମିଳିଥିଲା । ଖବର ପାଇ ସଦର ପୋଲିସ ପ୍ରଥମିକ ଅନୁସନ୍ଧାନ କରିବା ପରେ ଆଜି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ର ସାହାଯ୍ୟ ନେଇଛି। ପୁରା ଟିମ୍‌ ଘଟଣାସ୍ଥଳରେ ବିଭିନ୍ନ ଦିଗକୁ ନେଇ ଖୋଲତାଡ଼ ଆରମ୍ଭ କରିଛି । ଘଟଣା ନେଇ ତଦନ୍ତ ଚାଲିଥିବାରୁ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.