ETV Bharat / state

କ୍ଷେତରେ ଶୋଇଥିବା ବେଳେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ଚାଷ ଜମିକୁ ଜଗିବାକୁ ଯାଇ ମଞ୍ଚାରେ ଶୋଇଥିବା ବେଳେ ଚାଷୀଙ୍କୁ ହତ୍ୟା । ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 9, 2023, 12:50 PM IST

କ୍ଷେତରେ ଶୋଇଥିବା ବେଳେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା

ଅନୁଗୁଳ: ଚାଷ ଜମିକୁ ଜଗିବାକୁ ଯାଇ ମଞ୍ଚାରେ ଶୋଇଥିବା ବେଳେ ଚାଷୀଙ୍କୁ ହତ୍ୟା । ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଗାଁରେ ଅଭାବନୀୟ ଘଟଣା । ଚାଷ ଜମିକୁ ଜଗିବାକୁ ଯାଇ କ୍ଷେତରେ ଶୋଇଥିବା ବେଳେ ଚାଷୀଙ୍କୁ ହତ୍ୟା କରାଯାଇଛି । କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଛି । ରବିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଫସଲ ଜଗିବାକୁ ଯାଇ ମଞ୍ଚାରେ ଶୋଇଥିବା ବେଳେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ବନ୍ଧୁ ସାଜିଲା ହତ୍ୟାକାରୀ ! ସ୍କୁଟିରେ ମୃତଦେହ ବୋହିବା ବେଳେ ସିସିଟିଭିରେ କଏଦ ଦୃଶ୍ୟ

ସୂଚନା ଅନୁଯାୟୀ, ପୁରୁଣାକୋଟ ଥାନା ଅନ୍ତର୍ଗତ ଓଲାବିର ଗାଁର ବିଶ୍ୱନାଥ ବର୍ଗିଆ ରବିବାର ସନ୍ଧ୍ୟାରେ ଘର ନିକଟରେ ଥିବା କନ୍ଦମୂଳ ଚାଷ ଜମିରେ ଫସଲ ଜଗିବାକୁ କରିଥିବା ମଞ୍ଚାରେ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ବେକକୁ କାଟି ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ବିଶ୍ୱନାଥ ଯନ୍ତ୍ରଣାରେ ବେକରେ ହୋଇଥିବା କ୍ଷତକୁ ଗାମୁଁଛାରେ ଚାପି ଘର ପାଖକୁ ଦୌଡି ଯାଇ ଚିତ୍କାର କରିଥିଲେ । ବିଶ୍ୱନାଥଙ୍କ ଚିତ୍କାର ଶୁଣି ଘର ଲୋକ ଆସିବା ବେଳକୁ ହତ୍ୟାକାରୀ ଫେରାର ହୋଇ ଯାଇଥିଲା । ତେବେ କଣ ହୋଇଛି ବୁଝିବା ବେଳକୁ ବିଶ୍ୱନାଥ ସେହିଠାରେ ଟଳି ପଡ଼ିଥିଲେ । ତେବେ କିଏ ଓ କାହିଁକି ହତ୍ୟା କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ଏନେଇ ପରିବାର ପକ୍ଷରୁ ପୋଲିସକୁ ଖବର ଦିଆଯିବା ପରେ ପୁରୁଣା କୋର୍ଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି । ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ଏହାମଧ୍ୟ ପଢନ୍ତୁ..ଅପହରଣ ହୋଇଥିବା ଯୁବକର ମିଳିଲା ରକ୍ତାକ୍ତ ମୃତଦେହ, ହତ୍ୟାକରି ଫିଙ୍ଗି ଦେଇଥିବା ଅଭିଯୋଗ

ଅନ୍ୟପଟେ ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅନ୍ତର୍ଗତ ସାତନଳ ରାସ୍ତା କଡ଼ରେ ଏକ ରକ୍ତାକ୍ତ ଅବସ୍ଥାରେ ଏହି ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ମୃତଦେହଟି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କେ.ଖରିଡା ଗ୍ରାମର ଦୀପୁ ପାତ୍ର ବୋଲି ଚିହ୍ନଟ କରିଛନ୍ତି ପରିବାରବର୍ଗ । ଗତ ୬ ତାରିଖ ଅପରାହ୍ନରେ ଦୀପୁଙ୍କୁ ଅପହରଣ କରିବା ପରେ ହତ୍ୟା କରି ଫୋପାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଅନୁଗୁଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.