ETV Bharat / state

କୋରୋନା ସଂକ୍ରମଣ ଭୟରେ ଗଲା ଜୀବନ !

author img

By

Published : May 4, 2021, 10:00 PM IST

କୋରୋନା ଭୂତାଣୁ ଦ୍ୱାରା କବଳିତ ହେବା ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ୟା କରିଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୁଇନାଳି ଗାଁରେ ଜଗବନ୍ଧୁ ବାଘ । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ ଭୟରେ ଯାଉଛି ଜୀବନ
କୋରୋନା ସଂକ୍ରମଣ ଭୟରେ ଯାଉଛି ଜୀବନ

ଅନୁଗୋଳ: କୋରୋନା ସଂକ୍ରମଣ ଯେତିକି ଜୀବନ ନନେଉଛି ତା ଠାରୁ ଅଧିକ ହେଉଛି କୋରନା ଭୂତାଣୁ ଭୟ । ଯେଉଁଥିପାଇଁ ଆଜି (ମଙ୍ଗଳବାର) ପୁଣି ଜଣକ ଜୀବନ ଯାଇଛି । କୋରୋନା ସଂକ୍ରମିତ ହେବା ପରେ ଆତ୍ମହତ୍ୟା କରିଛନ୍ତି ଆଉ ଜଣେ ଆକ୍ରାନ୍ତ । କୋରୋନା ଭୂତାଣୁ ଦ୍ୱାରା କବଳିତ ହେବା ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ୟା କରିଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୁଇନାଳି ଗାଁରେ ଜଗବନ୍ଧୁ ବାଘ ।

କୋରୋନା ସଂକ୍ରମଣ ଭୟରେ ଯାଉଛି ଜୀବନ

ଜଗବନ୍ଧୁଙ୍କ କୋରୋନା ପଜିଟିଭ ବୋଲି ଜଣାପଡିବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଜଗବନ୍ଧୁ ୫ ଦିନ ତଳେ କୋରୋନା ପରୀକ୍ଷା କରାଇଥିଲେ । କୋରୋନା ସଂକ୍ରମିତ ବୋଲି ଚିହ୍ନଟ ହେବା ପରେ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲା । ହେଲେ ସେ ଯାଇନଥିଲେ । ଘରେ ରହୁଥିବା ବେଳେ ପାରିବାରିକ ବୋଝ ଓ ସାମାଜିକ କଟକଣା ଯୋଗୁଁ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ସୂଚନା ମୁତାବକ, ନିକଟସ୍ଥ କାଠପାଳ ଗାଁର ଅଣାଜୋର ନଳ ନିକଟରେ ଏକ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଗବନ୍ଧୁ । ପୋଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପୂର୍ବରୁ ମଧ୍ୟ ଏହି ଛେଣ୍ଡିପଦା ରାଇଝରଣ ଗାଁରେ ଜଣେ କୋରୋନା ଆକ୍ରାନ୍ତ ବ୍ୟକ୍ତି ଡ୍ୟାମକୁ ଡେଇଁ ଆତ୍ମହତ୍ୟା କରିଥିଲେ । କୋରୋନାକୁ ନେଇ ସତର୍କ ଓ ସଚେତନ ରହିବା ପାଇଁ ସରକାର କହୁଥିବା ବେଳେ ଆକ୍ରାନ୍ତ ମାନସିକ ଭାରସ୍ୟାମ ହରାଇ ଏଭଳି ଚରମ ନିଷ୍ପତ୍ତି ନେଉଛନ୍ତି ତାହା ଏବେ ସଂକ୍ରମଣ ଠାରୁ ଆହୁରି ଭୟଙ୍କର ହେଲାଣି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.