ଅନୁଗୋଳ: ଜଙ୍ଗଲୀ ଜନ୍ତୁ ପାଇଁ ବିଛା ହୋଇଥିବା ଜାଲରେ ପଡି ଚାଲିଗଲା ମଣିଷ ଜୀବନ । ଅନୁଗୋଳ ଜିଲ୍ଲା ପୁରୁଣା କୋଟା ଥାନା ରୋଡସିଙ୍ଗା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।
ସୂଚନାଅନୁସାରେ, ଜନ୍ତୁ ଶିକାର ପାଇଁ ଶିକାରୀ ବିଦ୍ୟୁତ ତାର ବିଛାଇଥିଲା । ରୋଡସିଙ୍ଗା ଗାଁର ଉମାକାନ୍ତ ପ୍ରଧାନ କୌଣସି କାମରେ ଜଙ୍ଗଲକୁ ଯାଇଥିଲେ । ଦୁର୍ଭାଗ୍ୟବସତଃ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ଉମାକାନ୍ତ । ଫଳରେ ଘଟଣାସ୍ଥଳରେ ହିଁ ଉମାକାନ୍ତଙ୍କର ମୃତ୍ୟୁ ହୋଇଛି ।
ଜଙ୍ଗଲ ଜୀବଜନ୍ତୁ ଶିକାର କରିବା ଏକ ଅପରାଧ । ହେଲେ ମଣିଷ ଜୀବଜନ୍ତୁ ଶିକାର କରିବା ପାଇଁ ଜାଲ ବିଝାଇବାରେ ଲାଗିଛି । ଫଳରେ ପଶୁ ପାଇଁ ବିଛା ଜାଲରେ ପଡି ନୀରିହ ଲୋକଙ୍କ ଜୀବନ ଯାଉଛି । ଘଟଣାର ଖବର ପାଇ ବନ ବିଭାଗ ଅଧିକାରୀ ଓ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ