ETV Bharat / state

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ, ଅନୁଗୋଳ ଗସ୍ତରେ ଟ୍ରିବ୍ୟୁନାଲ ଟିମ; ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ

author img

By

Published : May 24, 2023, 3:43 PM IST

ସାତକୋଶିଆ ଗଣ୍ଡ ପରିଦର୍ଶନ ପାଇଁ ଅନୁଗୋଳ ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ । ଅଧିକ ପଢ଼ନ୍ତୁ

mahanadi water dispute
ମହାନଦୀ ଜଳ ବିବାଦ

ମହାନଦୀ ଜଳ ବିବାଦ

ଅନୁଗୋଳ: ଟିକରପଡ଼ା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟ ଅନୁଗୋଳ ଜିଲ୍ଲାର ଟିକରପଡ଼ାରେ ମହାନଦୀର ସାତକୋଶିଆ ଗଣ୍ଡ ପରିଦର୍ଶନ କରିବେ । ଜଷ୍ଟିସ୍ ଏ.ଏମ୍. ଖାନୱାଲିକରଙ୍କ ନେତୃତ୍ୱରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌରଙ୍କ ସହ ଅନ୍ୟ ସଦସ୍ୟମାନେ ସେଠାରେ ପହଞ୍ଚି ସ୍ଥିତି ପରଖିଛନ୍ତି ।

ଅନୁଗୁଳ ଟିକରପଡ଼ା ମହାନଦୀ ସାତକୋଶିଆ ଗଣ୍ଡ ଗସ୍ତରେ ୯ ଜଣିଆ ମହାନଦୀ ଟ୍ରିବ୍ୟୁନାଲ ଟିମ ଆସିଛନ୍ତି । ଜଷ୍ଟିସ୍ ଏ.ଏମ୍. ଖାନୱାଲିକରଙ୍କ ନେତୃତ୍ୱରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌରଙ୍କ ସମେତ ପ୍ରାୟ ୯ଜଣ ଜଷ୍ଟିସ ଏହି ଟିମରେ ଅଛନ୍ତି । ଜଷ୍ଟିସ ମାନେ ହେଲିକପ୍ଟର ଯୋଗେ ସିଧା ଟିକରପଡ଼ାରେ ପହଞ୍ଚିଛନ୍ତି । ଅନ୍ୟ ସଦସ୍ୟ ତଥା ଉଭୟ ଓଡ଼ିଶା ଓ ଛତିଶଗଡ଼ର ଅଧିକାରୀମାନେ ସଡକ ପଥରେ ଆସି ପହଞ୍ଚିଛନ୍ତି । ଟ୍ରିବୁନାଲ ଟିମ ପହଞ୍ଚିବା ପରେ ପ୍ରଥମେ ମହାନଦୀର ସାତକୋଶିଆ ଗଣ୍ଡକୁ ହେଲିକପ୍ଟର ଯୋଗେ ବୁଲି ଦେଖିବା ପରେ ଏହା ଉପରେ ସମୀକ୍ଷା କରିବେ । ସାତକୋଶିଆ ଗଣ୍ଡକୁ ବୋଟିଂରେ ଯାଇ ସେଠାରେ ଜଳସ୍ରୋତ ଓ ଗଭୀରତା ଦେଖିବା ସହ ଜଳ ପ୍ରବାହର ସ୍ଥିତି ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଗତ ୧୯୬୪ରେ ସାତକୋଶିଆ ଗଣ୍ଡ ଉପରେ ଏକ ଡ୍ୟାମ ନିର୍ମାଣ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଶୁଭ ଦେଇଥିଲେ। ସେଠାରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଟିମ ସେହି ସ୍ଥାନ ପରିଦର୍ଶନ କରି ଏଠାରେ ଡ୍ୟାମ ହୋଇଥିଲେ ସ୍ଥିତି କଣ ହୋଇଥାନ୍ତା ସେନେଇ ସମୀକ୍ଷା କରିବେ ।

ସାତକୋଶିଆ ଗଣ୍ଡ ଜୈବ ବିବିଧତା ଓ ପ୍ରାକୃତିକ ପରିବେଶ ପାଇଁ ରାମସାର ସାଇଟରେ ସ୍ଥାନ ପାଇଛି । ତେଣୁ ଉକ୍ତ ଟିମ ସେଠାକୁ ଯାଇ ବୁଲି ଦେଖିବେ । ମୋଟାମୋଟି ଭାବେ ଛତିଶଗଡ଼ ଅଧିକ ଡ୍ୟାମ ନିର୍ମାଣ ଯୋଗୁଁ ସାତକୋଶିଆ ଗଣ୍ଡରେ ଏହାର କଣ ପ୍ରଭାବ ପଡୁଛି ସେନେଇ ବିସ୍ତୃତ ଭାବେ ସେଣ୍ଟ୍ରାଲ ୱାଟର କମିଶନ କର୍ତ୍ତୃପକ୍ଷ, ରାଜ୍ୟ ବନ ବିଭାଗ ଏବଂ ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଏବଂ ଅପରାହ୍ନରେ ଟିମ ଫେରିଯିବେ । ତେବେ ଟିମର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସାତକୋଶିଆ ଭିତରକୁ ଯିବାପାଇଁ ଥିବା ଗେଟ ଗୁଡିକୁ ସିଲ କରି ଦିଆଯାଇଛି । କୌଣସି ବ୍ୟକ୍ତି ବିଶେଷ, ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡାଯାଉ ନାହିଁ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.