ETV Bharat / state

ପ୍ରେମ ଓ ପ୍ରତାରଣା: ନାବାଳିକା ଅନ୍ତସତ୍ତ୍ବା, ଯୁବକ ଫେରାର

ପ୍ରେମ ପରେ ପ୍ରତାରଣା । ଛଅ ମାସର ଅନ୍ତସତ୍ବା ଯୁବତୀଙ୍କୁ ଧୋକା ଦେଇ ଯୁବକ ଫେରାର । ଥାନାରେ ଯୁବତୀ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 19, 2019, 3:31 PM IST

ଅନୁଗୋଳ: ପ୍ରେମ ଓ ପରେ ପ୍ରତାରଣା । ଫଳସ୍ବରୂପ ଯୁବତୀ ଅନ୍ତସତ୍ବା । ଝିଅ ମା' ହେବା ଶୁଣି ଯୁବତୀଙ୍କ ମା' କରିଛନ୍ତି ଆତ୍ମହତ୍ୟା । ସେପଟେ ପ୍ରତାରଣା ପରେ ଯୁବକ ଫେରାର । ଏଭଳି ଅଭାବନୀୟ ଘଟଣା ଘଟିଛି ଜରପଡା ଥାନାର ତୁବେ ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସହାୟତା ପାଇଁ ପୋଲିସର ଆଶ୍ରୟ ନେଇଥିଲେ ମଧ୍ୟ ପୋଲିସ ସେମାନଙ୍କ କୌଣସି କଥା ଶୁଣିନାହିଁ । ପ୍ରକାଶଥାଉକି, ଯୁବତୀ ଜଣକ ସିଲେଇ ଶିଖିବାକୁ ଯାଉଥିବା ସମୟରେ ପାଖ ଗାଁ ଡେରଜାଙ୍ଗର ଯୁବକ ସୁବାସ ବେହେରାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ସମ୍ପର୍କର ପରିଣତି ସ୍ବରୂପ ଯୁବତୀ ଜଣକ ଛଅ ମାସର ଗର୍ଭବତୀ ।

ତେବେ ପୋଲିସ ସହାୟତା ନକରିବାରୁ ଅନୁଗୋଳ ଏସପି ଅଫିସରେ ଗୁହାରୀ କରିଛନ୍ତି । ଯଦି ଯୁବକକୁ ପୋଲିସ ନଧରେ ତେବେ ଯୁବତୀ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପ୍ରତାରଣା ! ଅନ୍ତସତ୍ଵା ଯୁବତୀ କୁ ମିଲୁନି ନ୍ୟାୟ Body:ପ୍ରଥମେ ପ୍ରେମ ପରେ ବିବାହ ର ପ୍ରତିଶୃତି ଓ ତା ପରେ ଦହିକ ସମ୍ପର୍କ । ପରିଣାମ ଯୁବତୀ ଏବେ ଅନ୍ତସତ୍ଵା ।ଅବିବାହିତ ଝିଅ ମା ହେବା କଥା ଜାଣିବା ପରେ ସାମାଜିକ ଗଞ୍ଜଣା ଭୟ ରେ ଯୁବତୀର ମା କରିଛନ୍ତି ଆତ୍ମହତ୍ୟା । ସେପଟେ ପ୍ରେମରେ ପ୍ରତାରଣା କରି ଯୁବକ ଫେରାର । ଅସହାୟ ଯୁବତୀ ଓ ପରିବାର ଲୋକେ ଥାନା ର ଆଶ୍ରୟ ନେଇ ଥିଲେ ବି ପୋଲିସ ସେମାନଙ୍କ କଥା ଶୁଣି ନାହିଁ।ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ର । ଜିଲା ର ଜରପଡା ଥାନା ତୁବେ ଗାଁ ରେ ରହୁଥିବା ଯୁବତୀ ସିଲେଇ ଶିଖିବାକୁ ଆସୁଥିବା ବେଳେ ପାଖ ଗାଁ ଡେରଜାଙ୍ଗ ର ଯୁବକ ସୁବାସ ବେହେରା ସହ ପ୍ରେମ ସମ୍ପକ ରଖିଥଲା । ଏବେ ସେଇ ସମ୍ପର୍କ ର ପରିଣତି ସ୍ୱରୂପ ଯୁବତୀ ଜଣକ ପ୍ରାୟ ଛଅ ମାସର ଗର୍ଭବତୀ । ତେଣୁ ଯୁବତୀ ଓ ତାଙ୍କ ପରିବାର ଲୋକେ ନ୍ୟାୟ ପାଇଁ ଅନୁଗୋଳ sp ଅଫିସ ରେ ଆସି ବସିଛନ୍ତି । ଯଦି ଯୁବକ କୁ ପୋଲସ ନ ଧରେ ତେବେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।
byte - ଯୁବତୀ
byte - 2 ଯୁବତୀ ର ବାପା
visual on mojo Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.