ETV Bharat / state

ପୋଲିସ ପଞ୍ଝାରେ ରାଜପଥ ଲୁଟେରା, ଗ୍ୟାଙ୍ଗରେ 3 ନାବାଳକ - ଲୁଟେରା

ଅନୁଗୋଳରେ ପୋଲିସ ହାତରେ ଧରା ପଡିଛନ୍ତି 9 ଜଣିଆ ଲୁଟେରା ଗ୍ୟାଙ୍ଗ । ଏମାନେ ଟ୍ରକ ଡ୍ରାଇଭରକୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଆଉ ତାଙ୍କଠାରୁ ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ । ଟ୍ରକ୍‌ ଡ୍ରାଇଭର ଅଭିଯୋଗ ଆଧାରରେ ପୋଲିସ ଏମାନଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ
author img

By

Published : May 21, 2019, 1:22 PM IST

ଅନୁଗୋଳ: ଧରାପଡିଲା ଅନୁଗୋଳର ଟ୍ରକ ଲୁଟେରା ଗ୍ୟାଙ୍ଗ । ପୋଲିସ ହାତରେ ଧରା ପଡିଛନ୍ତି 9 ଜଣିଆ ଲୁଟେରା ଗ୍ୟାଙ୍ଗ । ଏମାନଙ୍କ ମଧ୍ୟରେ 3ଜଣ ନାବାଳକ ଅଛନ୍ତି । ଗତ 18 ତାରିଖ ବିଳମ୍ବିତ ରାତିରେ ଜିନ୍ଦଲକୁ କଞ୍ଚା ମାଲ ନେଇ ଯାଉଥିବା ଏକ ଟ୍ରକକୁ ଅଟକାଇ ବନ୍ଧୁକ ମୁନରେ ଲୁଟପାଟ କରିବା ସହ ଡ୍ରାଇଭରକୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ଗିରଫ ହୋଇଥିବା ଲୁଟେରାମାନେ ହେଲେ ଅନୁଗୋଳ ଥାନା ରାଜକିଶୋରପଡ଼ାର ବାପି ଓରଫ ପ୍ରକାଶ ବେହେରା, ସୌଭାଗ୍ୟନଗରର ଦୀପୁ ଓରଫ ଦୀପକ ବେହେରା ଓ ବିଷ୍ଣୁ ବେହେରା, ହେମସରପଡ଼ା ମୋଚି ସାହିର ପାପୁଲ ବାରିକ, ସୁଇପର କଲୋନୀର ମନମୁଖୀ ଓ ଜରାସିଂହା ଗାଁର ଜଗା ଓରଫ ଜଗନ୍ନାଥ ସାହୁଙ୍କ ସହ ହେମସରପଡାର ୩ ନାବାଳକ ଅଛନ୍ତି ।

ସୂଚନା ଅନୁସାରେ, ଏମାନେ ଟ୍ରକ ଡ୍ରାଇଭରକୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଆଉ ତାଙ୍କଠାରୁ ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ । ଟ୍ରକ୍‌ ଡ୍ରାଇଭର ଅଭିଯୋଗ ଆଧାରରେ ପୋଲିସ ଏମାନଙ୍କୁ ଗିରଫ କରିଛି । ଏମାନେ ପୂର୍ବରୁ ଏହିଭଳି କମ୍ପାନୀକୁ ଯାଇଥିବା ଟ୍ରକ ଗୁଡିକୁ ଟାର୍ଗେଟ କରି ଲୁଟପାଟ କରୁଥିଲେ । ପୋଲିସ ଏମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସହ ଛୁରି, ଦୁଇଟି ମୋବାଇଲ ଓ ନଗଦ ୭ ହଜାର ୫ ଶହ ଟଙ୍କା ଜବଦ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

FGHF

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.