ଅନୁଗୋଳ: ଜନ ଉପଯୋଗୀ ସେବାର ସରଳ ସମାଧାନ ନିମନ୍ତେ ଅନୁଗୋଳରେ ଆରମ୍ଭ ହୋଇଛି ସ୍ଥାୟୀ ଲୋକ ଅଦାଲତ । ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଏହି ଅଦାଲତର ଉଦଘାଟନ କରିଛନ୍ତି ।
ବିଶେଷ କରି ସରକାରଙ୍କ ବିଭିନ୍ନ ଵ୍ୟଵସ୍ଥାରେ ଯେଉଁ ସବୁ ସେବା ଲୋକଙ୍କ ପାଇଁ ରହିଛି ସେଥିରୁ ବଞ୍ଚିତ ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରି ସେବା ଯୋଗାଇବା ପାଇଁ ଏହି ଲୋକ ଅଦାଲତ ଆରମ୍ଭ ହୋଇଛି ।
ଏହି କାଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମସ୍ତ ସଦସ୍ୟ, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଜିଲ୍ଲାପାଳ, ଏସ୍ପିଙ୍କଙ୍କ ସମେତ ଅନୁଗୋଳ ବାର ଆସୋସିଏସନର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ