ETV Bharat / state

ହାତୀ ଶିକାରୀକୁ ବାନ୍ଧିଲା ପୋଲିସ, ପ୍ରତିବାଦରେ ରାସ୍ତା ରୋକ କଲେ ଗାଁଲୋକେ

author img

By

Published : Aug 29, 2022, 10:01 AM IST

ହାତୀ ଶିକାର ଅଭିଯୋଗରେ ଗାଁର ଦୀନବନ୍ଧୁ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଥିବା ପ୍ରତିବାଦରେ ତାଲା ପକାଇ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

satakosia road strike for elephant hunting
ହାତୀ ଶିକାର ପ୍ରତିବାଦରେ ସାତକୋଶିଆ ରାସ୍ତା ଅବରୋଧ

ଅନୁଗୋଳ: ରାସ୍ତା ଅବରୋଧ କଲେ ଜଗନ୍ନାଥପୁର ଗ୍ରାମବାସୀ । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ ଫାଟକରେ ତାଲା ପକାଇଲେ ଗ୍ରାମବାସୀ । ହାତୀ ଶିକାର ଅଭିଯୋଗରେ ଗାଁର ଦୀନବନ୍ଧୁ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଥିଲା । ଏନେଇ ପ୍ରତିବାଦ କରି ତାଲା ପକାଇ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ ।

ଫଳରେ ଅନୁଗୋଳ ଟିକରପଡା ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଅପରାହ୍ନ ପ୍ରାୟ ୨ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଗାଡି ଚଳାଚଳ କରି ପାରି ନଥିଲା । ଏଥିସହ ସ୍ଥାନୀୟ ଲୋକ ସମେତ ବହୁ ପର୍ଯ୍ୟଟକ ହଟହଟା ହୋଇଥିଲେ । ପୁରୁଣାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ‘ଶନିବାର ଜଗନ୍ନାଥପୁର ଗାଁ ନିକଟରେ ଏକ ଦନ୍ତା ହାତୀ ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ବନ ବିଭାଗ ଗାଁର ୩ଜଣଙ୍କୁ ଧରି ନେଇ ଅଟକ ରଖିଥିଲେ । କିନ୍ତୁ ଅନ୍ୟ ଦୁଇ ଜଣଙ୍କୁ ଛାଡି ଦେଇଥିବା ବେଳେ ଦିନବନ୍ଧୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଦୀନବନ୍ଧୁ ନିର୍ଦ୍ଦୋଷ । ତାଙ୍କୁ ବିନା କାରଣରେ ଗିରଫ କରାଯାଇଛି ।’ ବୋଲି ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.