ETV Bharat / state

ହାତୀ ଉପଦ୍ରବ ଅସମ୍ଭାଳ, ମୃତଦେହ ରଖି ଜିଲ୍ଲା କାର୍ଯ୍ୟାଳୟ ଘେରିଲେ ଲୋକେ

author img

By

Published : Jan 7, 2023, 10:42 PM IST

ଅନୁଗୋଳରେ ଗୋଟିଏ ଦିନରେ ୪ଜଣଙ୍କୁ ମାରି ଆତଙ୍କ ଖେଳାଇଲା ମଖାନା ହାତୀ (Elephant terror in Anugul)। ବନ ବିଭାଗକୁ ଏଥିଲାଗି ଦାୟୀ କରି ଜିଲ୍ଲାପାଳଙ୍କ ସମ୍ମୁଖରେ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

Etv Bharat
Etv Bharat
ହାତୀ ଉପଦ୍ରବ ଅସମ୍ଭାଳ, ମୃତଦେହ ରଖି ଜିଲ୍ଲା କାର୍ଯ୍ୟାଳୟ ଘେରିଲେ ଲୋକେ

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଆତଙ୍କ (Elephant terror in Anugul) । ଗୋଟିଏ ଦିନରେ ୪ଜଣଙ୍କ ଜୀବନ ନେଲାଣି ହାତୀ । ମଖାନା ହାତୀର ନର ସଂହାର ପରେ ତେଜିଛି ଅସନ୍ତୋଷ । ବନ ବିଭାଗର ଉଦାସୀନତା ପାଇଁ ହାତୀ ଜନବସତି ମୁହାଁ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମୃତଦେହକୁ ରଖି ପ୍ରତିବାଦ କରିଛନ୍ତି ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ।

ଗୋଟିଏ ଦିନରେ ନରହନ୍ତା ହାତୀ ବିଭିନ୍ନ ଗାଁରେ ପଶି ୪ଜଣଙ୍କୁ ଦଳି ଦେଇଛି । ଏହାପରେ ତେଜିଛି ଜନ ଅସନ୍ତୋଷ। ବନ ବିଭାଗର ଉଦାସୀନତା ପାଇଁ ହାତୀ ଜନବସତି ମୁଁହା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଯାହାର ପ୍ରତିବାଦ ଆଜି ଦେଖିବାକୁ ମିଥିଲା ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ । ଆଜି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପରିବାର କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ମୃତଦେହକୁ ଜିଲ୍ଲାପାଳଙ୍କ ଅଫିସ ବାରଣ୍ଡାରେ ରଖି ପ୍ରତିବାଦ କରିଥିଲେ ଲୋକେ।

ଏହା ବି ପଢନ୍ତୁ- ଅନୁଗୋଳରେ ମାତିଛି ମଖାନା ହାତୀ, ନେଲା 4 ଜୀବନ

ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ବନ ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ । ପ୍ରଶାସନ ବହୁ ବୁଝାସୁଝା କରିବା ପରେ ମୃତକଙ୍କ ପରିବାରକୁ ୪ ଲକ୍ଷ ୬୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ଏଭଳି ଆକ୍ରମଣ କରିଥିବା ହାତୀ ଉପରେ ବିଭାଗ ନଜର ରଖିଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ଗୋଠଛଡ଼ା ମଖାନା ହାତୀଟି ଅନୁଗୋଳ ବନଖଣ୍ଡରେ ଆତଙ୍କ ଖେଳାଇଥିଲା । ପ୍ରଥମେ ଛେଳିଆପଡ଼ାରେ ଫସଲ ଜଗିଥିବା ସୁବାଷ ବିଶ୍ବାଳଙ୍କୁ ଆକ୍ରମଣ କରି ମାରିଥିବା ବେଳେ ଅଙ୍ଗାରବନ୍ଧ ଗାଁରେ ବିଲରେ କାମ କରୁଥିବା ଅନିରୁଦ୍ଧ ସାହୁଙ୍କୁ ବିଲ ଭିତରେ ମାଡି ଦେଇଥିଲା । ସେଠାରୁ ଯିବା ରାସ୍ତାରେ ନାଳକୁ ଯାଇଥିବା ବାରସିଂହା ଗାଁର ରମେଶ ସ୍ବାଇଁ ଓ ତା ପରେ ନିଜ ଘର ଆଗରେ ବସିଥିବା ସନ୍ତରୀ ଗାଁରେ ଅଜୟ ସାମଲଙ୍କୁ କଚାଡି ମାରିଥିଲା ଏହି ନରହନ୍ତା ମଖାନା ।

ଗତ ପ୍ରାୟ ୨ରୁ ୩ ମାସ ଧରି ଅନୁଗୋଳ ବନଖଣ୍ଡରେ ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ଗତ ୨ ଦିନ ପୂର୍ବେ ବନ୍ତଳା ଅଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଚାଷଜମି କିମ୍ବା କୌଣସି ସ୍ଥାନକୁ ଲୋକେ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହେଉଛନ୍ତି । ହାତୀ ଭୟରେ ଲୋକେ ସନ୍ଧ୍ୟା ହେଲେ ଘରକୁ ବାହାରୁନାହାନ୍ତି । ବନ ବିଭାଗ ହାତୀ ଘଉଡ଼ାଇବାକୁ ଯେତେ ପ୍ରୟାସ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ହାତୀମାନେ ଜଙ୍ଗଲ ଭିତରେ ରହିବା ପରିବର୍ତ୍ତେ ଜନବସତି ମଧ୍ୟକୁ ପ୍ରବେଶ କରୁଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.