ETV Bharat / state

କୋରୋନା ଭୟ, ମୃତଦେହ ନିକଟକୁ ଆସିଲେନି ପୋଲିସ କି ପ୍ରଶାସନ - ଅଜଣା ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କଲେ ସ୍ଥାନୀୟ ଲୋକେ

ମୃତଦେହ ନିକଟକୁ ଆସିଲେନି ପୋଲିସ କି ପ୍ରସାଶନ । ଅନୁଗୋଳରେ ଦୀର୍ଘ ସମୟ ଧରି ପଡି ରହିଲା ମୃତଦେହ । ସ୍ଥାନୀୟ ଲୋକେ କଲେ ଅନ୍ତିମ ସତ୍କାର । ଅଧିକ ପଢନ୍ତୁ...

କୋରୋନା ଭୟ, ଅଜଣା ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କଲେ ସ୍ଥାନୀୟ ଲୋକେ

author img

By

Published : Jun 1, 2021, 8:27 AM IST

ଅନୁଗୋଳ: ମୃତଦେହ ପାଖ ମାଡିଲେନି ସମ୍ପର୍କୀୟ । କୋରୋନା ସଂକ୍ରମଣର ଆତଙ୍କ ଏପରି ସୃଷ୍ଟି ହୋଇଛି ଯେ, ଶେଷରେ ମୃତଦେହକୁ ସମ୍ପର୍କୀୟ ମଧ୍ୟ ଛୁଇଁଲେନି । ଏପରିକି ବିଭିନ୍ନ ସ୍ଥାନରେ ମୃତଦେହକୁ ରାସ୍ତାକଡ, ନଦୀକୂଳ ଆଦିରେ ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି ।

କୋରୋନା ଭୟ, ଅଜଣା ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କଲେ ସ୍ଥାନୀୟ ଲୋକେ

ସେହିପରି ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ପୋଡାଗଡ ନିକଟରେ ଏକ ଅଜଣା ବୃଦ୍ଧଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡି ରହିଥିଲା । ସରପଞ୍ଚ କି ପୋଲିସ ପ୍ରଶାସନ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଶେଷରେ ବାଧ୍ୟହୋଇ ସ୍ଥାନୀୟ ଲୋକେ ବୃଦ୍ଧଙ୍କ ସତ୍କାର କରିଛନ୍ତି । ମୃତଦେହରେ ଭୂତାଣୁ ନଥାଏ ବୋଲି ବିଭିନ୍ନ ବିଶେଷଜ୍ଞ ଏବଂ ବଡ ବଡ ବୈଜ୍ଞାନିକ ବାରମ୍ବାର ସଚେତନ କରୁଥିଲେ ମଧ୍ୟ ଲୋକେ ମାନିବାକୁ କି ଶୁଣିବାକୁ ନାରାଜ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.