ETV Bharat / state

ହତ୍ୟା ଅଭିଯୁକ୍ତକୁ ଗିରଫ ପ୍ରତିବାଦରେ ଥାନା ଘେରାଉ - strike

ହତ୍ୟାକାଣ୍ଡର 6 ଦିନ ପରେ ବି ଅଭିଯୁକ୍ତକୁ ଗିରଫ କରୁ ନାହିଁ ପୋଲିସ । ଯାହାର ପ୍ରତିବାଦ ଦେଖିବାକୁ ମିଳିଛି ଅନୁଗୋଳ ଜିଲାର ରେଙ୍ଗାଲି ଥାନା ଅଞ୍ଚଳରେ । ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ଅଧିକ ପଢନ୍ତୁ...

ହତ୍ୟା ଅଭିଯୁକ୍ତକୁ ଗିରଫ ପ୍ରତିବାଦରେ ଥାନା ଘେରାଉ

author img

By

Published : Nov 7, 2021, 6:02 PM IST

ଅନୁଗୋଳ : ହତ୍ୟାକାଣ୍ଡର 6 ଦିନ ପରେ ବି ଅଭିଯୁକ୍ତକୁ ଗିରଫ କରୁ ନାହିଁ ପୋଲିସ । ଯାହାର ପ୍ରତିବାଦ ଦେଖିବାକୁ ମିଳିଛି ଅନୁଗୋଳ ଜିଲାର ରେଙ୍ଗାଲି ଥାନା ଅଞ୍ଚଳରେ । ଜଣେ ମହିଳାଙ୍କ ମୃତ୍ୟୁ ପରେ ଅଭିଯୁକ୍ତକୁ ଗିରଫ ନ କରାଯିବାରୁ ଶତାଧିକ ମହିଳା କରିଛନ୍ତି ଥାନା ଘେରାଉ। ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା ।

ହତ୍ୟା ଅଭିଯୁକ୍ତକୁ ଗିରଫ ପ୍ରତିବାଦରେ ଥାନା ଘେରାଉ

ସୂଚନା ଅନୁସାରେ, ରେଙ୍ଗାଲି ଥାନା ଖାଲପାଳ ଗାଁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା । ସେହି ଗାଁର ଅର୍ଜୁନ ସାହୁଙ୍କ ସ୍ତ୍ରୀ ସାବିତ୍ରୀ ସାହୁଙ୍କର ଗତ ୩୧ ତାରିଖରେ ନିଜ ଘରୁ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା। ସ୍ବାମୀ ଅର୍ଜୁନ ସାହୁ ତାଙ୍କ ସ୍ତ୍ରୀକୁ ହତ୍ୟା କରାଯାଇଥିବା ନେଇ ରେଙ୍ଗାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ।

ଏହି ମୃତ୍ୟୁ ଘଟଣାକୁ ୬ ଦିନ ବିତିଯାଇଛି । ହେଲେ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରିନି ପୋଲିସ । ଯାହାକୁ ନେଇ ଗ୍ରାମବାସୀ ଓ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଙ୍ଗାଲି ଥାନାକୁ ଘେରାଉ କରିଥିଲେ । ଯଦି ଅଭିଯୁକ୍ତକୁ ଗିରଫ କରାନଯାଏ । ତେବେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି ଅଞ୍ଚଳବାସୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.