ETV Bharat / state

ଅସୁରକ୍ଷିତ ବାଘ ବଂଶ, ପୁଣି ଫାସରେ ପଡିଲା କଲରାପତରିଆ

ଫାଶରେ ପଡିଲା କଲରାପତରିଆ ବାଘ । ସାତକୋଶିଆ ଅଭୟାରଣ୍ୟରେ ଫାସରେ ଏକ କଲରାପତରିଆ ପଡିଥିବା ସୂଚନା ମିଳିିଛି । ଅଧିକ ପଢନ୍ତୁ

leopard trapped in net
ପୁଣି ଫାସରେ ପଡିଲା କଲରାପତରିଆ
author img

By

Published : Jan 2, 2023, 1:49 PM IST

ପୁଣି ଫାସରେ ପଡିଲା କଲରାପତରିଆ

ଅନୁଗୋଳ: ଜିଲ୍ଲାରେ ଅସୁରକ୍ଷିତ ଜାତୀୟ ପଶୁ ବାଘ । ବିପଦରେ ବାଘ ବଂଶ । ଜିଲ୍ଲାରେ ଲଗାତାର ଶିକାର ଫାସରେ ପଡୁଛନ୍ତି ବାଘ ( leopard gets trapped in net ) । ପୁଣି ଆହତ କଲରାପତରିଆ ବାଘ ଫାସରେ ପଡିଥିବା ବେଳେ ଉଦ୍ଧାର ହୋଇଛି ।

ଫାସରେ ପଡି ଛଟପଟ ହେଉଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ । ସାତକୋଶିଆର ଅଭୟାରଣ୍ୟକୁ ଲାଗିଥିବା ବନ୍ତଳା ବନାଞ୍ଚଳର ବଲଙ୍ଗ ଗାଁ ପାଖ ଜଙ୍ଗଲରୁ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି । ଏକ ସ୍ବତନ୍ତ୍ର ଟିମ ବାଘଟିକୁ ଉଦ୍ଧାର କରିବା ପରେ ତା ଦେହରେ ଦୁଇଟି କ୍ଷତ ଥିବା ଦେଖିବାକୁ ପାଇଥିଲେ । ବାଘଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଇଗୁଡାର ସ୍ବତନ୍ତ୍ର ଏନ କ୍ଲୋଜରରେ ରଖାଯାଇଛି ।

ଏହା ବି ପଢନ୍ତୁ...Russian Tourists Death Case: 4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCର ନିର୍ଦ୍ଦେଶ

ସାତକୋଶିଆରେ ଫାସରେ କଲରାପତରିଆ ପଡିବା ନୂଆ ନହେଁ । ପୂର୍ବରୁ ଅନେକ ଥର ଶିକାର ଫାସରେ ପଡିଛନ୍ତି ବାଘ । ଏ ଦିଗରେ ବନବିଭାଗକୁ ସଜାଗ ରହିବା ଆବଶ୍ୟକ ଅଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.