ETV Bharat / state

କୋଇଲା ପରିବହନକୁ ନେଇ ତେଜିଲା ବିବାଦ - କୋଇଲା ପରିବହନକୁ ନେଇ ଅନୁଗୋଳରେ ମୁଣ୍ଡ ଟେକିଲା ବିବାଦ

ସ୍ଥାନୀୟ ଲୋକଙ୍କ ବଦଳରେ ଅନ୍ୟ କମ୍ପାନୀର ଗାଡିରେ କୋଇଲା ପରିବହନକୁ ବିରୋଧ କରିଛି ଅନୁଗୋଳର ତାଳଚେର ଜଗନ୍ନାଥ ଟ୍ରକ ଓନର୍ସ ଆସୋସିଏସନ । ସରକାର ଏହି ସମସ୍ୟାର ସମାଧାନ ନକଲେ ଏହାର ପରିଣାମ ଜଗନ୍ନାଥ କୋଇଲା ଖଣିକୁ ଭୋଗିବାକୁ ପଡିବ ବୋଲି ସଂଘ ଚେତାଇ ଦେଇଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ
author img

By

Published : Sep 26, 2019, 11:01 AM IST

ଅନୁଗୋଳ: କୋଇଲା ପରିବହନକୁ ନେଇ ତେଜିଛି ବିବାଦ । ସ୍ଥାନୀୟ ଲୋକଙ୍କ ବଦଳରେ ଅନ୍ୟ କମ୍ପାନୀର ଟ୍ରକରେ କୋଇଲା ପରିବହନକୁ ବିରୋଧ କରିଛି ଅନୁଗୋଳର ତାଳଚେର ଜଗନ୍ନାଥ ଟ୍ରକ ଓନର୍ସ ଆସୋସିଏସନ ।

ସଂଘର ଅଭିଯୋଗ ଅନୁସାରେ, କୋଇଲା ଖଣି ପାଇଁ ସେମାନେ ନିଜର ଜମି ହରାଇ ସର୍ବସ୍ବାନ୍ତ ହୋଇଛନ୍ତି । ଏପରି ସ୍ଥଳେ ସେମାନେ ଲୋନ କରି ଟ୍ରକ କିଣିବା ସହ ଏଥିରେ କୋଇଲା ପରିବହନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ସେରାବାଲି ନାମକ ଅନ୍ୟ ଏକ ସଂସ୍ଥା ଆସି କୋଇଲା ପରିବହନ କରିବାକୁ ବସିଛି । ଯାହା ତାଙ୍କ ପେଟ ପାଟଣାକୁ ଲାତ ମାରିବା ଭଳି ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ଯଦି ଏପରି ହୁଏ ସେମାନେ ଆଉ କୋଇଲା ପରିବହନ କରିପାରିବେ ନାହିଁ । ଏହା ଯୋଗୁଁ ସେମାନେ ନିଜର ଜୀବିକା ହରାଇବେ । ଏହା ଯୋଗୁଁ କ୍ଷତି ସହିବେ ପ୍ରାୟ ୧୦୦ରୁ ଅଧିକ ଟ୍ରକ ମାଲିକ । ତୁରନ୍ତ ପ୍ରଶାସନ ସେମାନଙ୍କ ଦାବି ପ୍ରତି ନଜର ଦେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଯଦି ସେରାବାଲି ଜୋର ଜବରଦସ୍ତ କୋଇଲା ପରିବହନ କରେ ତେବେ ତା’ର ପରିଣାମ ଜଗନ୍ନାଥ କୋଇଲା ଖଣିକୁ ଭୋଗିବାକୁ ପଡିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଅନୁଗୋଳରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବାହାର କମ୍ପାନୀ ଟ୍ରକ ରେ କୋଇଲା ପରିବହନ ହେଲେ ଜୀବିକା ହରାଇବେ ତାଳଚେର ର ଜମି ହରା ଟ୍ରକ ମାଲିକ । Body:ଟ୍ରକରେ କୋଇଲା ପରିବହନ କୁ ନେଇ ମୁଣ୍ଡ ଟେକିଛି ବିବାଦ । ସ୍ଥାନୀୟ ଲୋକଙ୍କ ଟ୍ରକ ପରିବର୍ତ୍ତେ ଅନ୍ୟ କମ୍ପାନୀ ର ଟ୍ରକ ରେ କୋଇଲା ପରିବହନ କୁ ବିରୋଧ କରିଛନ୍ତି ଅନୁଗୋଳ ଜିଲା ତାଳଚେର ଜଗନ୍ନାଥ ଟ୍ରକ ଓନର୍ସ ଆସୋସିଏସନ । ସଂଘ ର ଲୋକେ ଅଭିଯୋଗ କରିଛନ୍ତି ଯେ କୋଇଲା ଖଣି ପାଇଁ ଜମି ବାଡ଼ି ହରାଇ ସର୍ବସାନ୍ତ ହୋଇଛନ୍ତି । ଏଭଳି ସ୍ଥଳେ ଲୋନ କରି ଟ୍ରକ କିଣି କୋଇଲା ପରିବହନ କରି ସେମାନେ ଗୁଜୁରାଣ ମେଣ୍ଟାଉ ଛନ୍ତି । ଏଭଳି ସ୍ଥଳେ ସେରାବାଲି ନାମକ ଏକ ସଂସ୍ଥା ଆସି ତାଙ୍କ ସ୍ଥାରେ ପରିବହନ କରିବାକୁ ବସିଛି । ଏଭଳି ହେଲେ ସେମାନେ ଆଉ ପରିବହନ କରିପାରିବେ ନାହିଁ । ସେମାନେ ଜୀବିକା ହରାଇବେ । ଆଉ ଏଥିରେ କ୍ଷତି ସହିବେ ପ୍ରାୟ ୧୦୦ ରୁ ଅଧିକ ଟ୍ରକ ମାଲିକ ।
Byte- 1 ସୁନୀଲ ବିଶ୍ଵାଳ , ସମ୍ପାଦକ ଜଗନ୍ନାଥ ଟ୍ରକ ମାଲିକ ସଂଘ
Conclusion:ତୁରନ୍ତ ପ୍ରଶାସନ ସେମାନଙ୍କ ଦାବି ପ୍ରତି ନଜର ଦେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଦାବି କରିଛନ୍ତି । ଯଦି ସେରାବାଲି ଜୋର ଜବରଦସ୍ତ କୋଇଲା ପରିବହନ କରେ ତେବେ ତାର ପରିଣାମରେ ଜଗନ୍ନାଥ କୋଇଲା ଖଣି କୁ ସେମାନେ ଅଚଳ କରିଦେବେ ବୋଲି ଧମକ ଦେଇଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.