ETV Bharat / state

ନାଲକୋରେ କୋଇଲା ସଙ୍କଟ ପ୍ରସଙ୍ଗ, ବିଧାୟକଙ୍କୁ ଦାୟୀ କଲା ଶ୍ରମିକ ସଂଗଠନ - ନାଲକୋରେ କୋଇଲା ସଙ୍କଟ ପ୍ରସଙ୍ଗରେ ବିଧାୟକଙ୍କୁ ଦାୟୀ

ବିଭିନ୍ନ ଦାବି ନେଇ ଗତ ୧୩ ତାରିଖରୁ ତାଳଚେର ସୁରକ୍ଷା ମଞ୍ଚ ଆନ୍ଦୋଳନ କରିଛି । ଫଳରେ ନାଲକୋକୁ କୋଇଲା ଆସି ପାରୁନାହିଁ । ଏଥିରେ ତାଳଚେର ବିଧାୟକଙ୍କ ସମ୍ପୃକ୍ତି ଥିବା ଶ୍ରମିକ ସଂଗଠନ ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

coal crisis in nalco
ନାଲକୋରେ କୋଇଲା ସଙ୍କଟ ପ୍ରସଙ୍ଗ
author img

By

Published : Jul 25, 2023, 7:07 AM IST

ନାଲକୋରେ କୋଇଲା ସଙ୍କଟ ପ୍ରସଙ୍ଗ

ଅନୁଗୋଳ: ନାଲକୋ ପ୍ଲାଣ୍ଟରୁ ପାଉଁଶ ନିଷ୍କାସନ ବନ୍ଦ ଏବଂ କୋଇଲା ଅଭାବକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଘଟଣାକୁ ନେଇ ଭାରତୀୟ ମଜଦୁର ସଂଘ ସହ ଶ୍ରମିକ ସଂଗଠନମାନେ ତାଳଚେର ବିଧାୟକଙ୍କୁ ଦାୟୀ କରିଛନ୍ତି । ଖଣି ଅଞ୍ଚଳରେ ଆନ୍ଦୋଳନ ପାଇଁ ନାଲକୋକୁ କୋଇଲା ଆସି ପାରୁନାହିଁ । ବିଭିନ୍ନ ଦାବିରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆନ୍ଦୋଳନ ଚାଲିଥିବା ବେଳେ ଏଥିରେ ବିଧାୟକଙ୍କ ସମ୍ପୃକ୍ତି ଥିବା ଶ୍ରମିକ ସଂଗଠନର କର୍ମକର୍ତ୍ତା ଅଭିଯୋଗ ଆଣିଛନ୍ତି ।

ନାଲକୋର ଅନୁଗୋଳ ପ୍ଲାଣ୍ଟରୁ ୧୪ ଦିନ ହେଲା ପାଉଁଶ ନିଷ୍କାସନ ବନ୍ଦ ରହିଥିବା ବେଳେ କୋଇଲା ଯୋଗାଣ ହୋଇ ପାରୁନାହିଁ । ଏହାର ପ୍ରଭାବରେ ନବରତ୍ନ କମ୍ପାନୀ ସଙ୍କଟ ମଧ୍ୟରେ ଗତି କରୁଛି । ଏହାର ତୁରନ୍ତ ପ୍ରତିକାର କରାନଗଲେ ପ୍ଲାଣ୍ଟ୍‌ ବନ୍ଦ ହୋଇଯିବା ଆଶଙ୍କା ମଧ୍ୟ ଦେଖା ଦେଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ତେବେ ଏହି ବୃହତ ଶିଳ୍ପ ସଂସ୍ଥା ଏହିଭଳି ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ଶ୍ରମିକ ସଂଗଠନ ଏହାକୁ ଭିନ୍ନ ରୂପ ଦେଇଛି । ନାଲକୋ ଆଲୁମିନିୟମ ମଜଦୁର ସଂଘ ତାର ପ୍ରତିଷ୍ଠା ଦିବସରେ ଏହି ପ୍ରସଙ୍ଗ ଉଠାଇବା ସହ ସାମ୍ବାଦିକ ସମ୍ମିଳନୀ କରି ତାଳଚେର ବିଧାୟକଙ୍କୁ ଦାୟୀ କରିଛି । ଗତ ୧୩ ତାରିଖରୁ ତାଳଚେର ସୁରକ୍ଷା ମଞ୍ଚ ଆନ୍ଦୋଳନ ଜାରି ରଖିଛି । ବିଧାୟକଙ୍କ ଇଙ୍ଗିତରେ ତାଳଚେରରେ ଆନ୍ଦୋଳନ ଚାଲିଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଶ୍ରମିକ ନେତା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ନାଲକୋକୁ ଘରୋଇକରଣ କରାଯିବ ନାହିଁ : କେନ୍ଦ୍ର ଶିକ୍ଷାମନ୍ତ୍ରୀ
ସୂଚନା ଯୋଗ୍ୟ, ନାଲକୋ ସିପିପିର ୧୦ଟି ୟୁନିଟରୁ ଏବେ ୫ଟିରୁ ବିଦ୍ୟୁତ ଉତ୍ପାଦିତ ହେଉଛି । ସିପିପି ପ୍ଲାଣ୍ଟରୁ ଲିନ୍‌ସ୍ଲରି ପ୍ରକଳ୍ପରେ ପାଉଁଶ ନିଷ୍କାସିତ ହୋଇପାରୁନାହିଁ । ଅନ୍ୟପକ୍ଷରେ ଆନ୍ଦୋଳନ ଯୋଗୁଁ ତାଳଚେର ଭରତପୁର କୋଇଲା ଖଣିରୁ ଟ୍ରେନ୍‌ରେ ନାଲକୋକୁ କୋଇଲା ଯୋଗାଣ ବନ୍ଦ ରହିଛି । ଯେତିକି କୋଇଲା ଗଚ୍ଛିତ ଅଛି, ସେଥିରେ ଆଉ ପ୍ରାୟ ଏକ ସପ୍ତାହ ପ୍ଲାଣ୍ଟ ଚାଲିବ । ସିପିପିରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ଯୋଗୁଁ ସ୍ମେଲଟର୍‌ ପ୍ଲାଣ୍ଟର ଆବଶ୍ୟକତା ଭରଣା ପାଇଁ ନାଲକୋ ରାଜ୍ୟ ଗ୍ରିଡ୍‌ଠାରୁ ଅଧିକ ଦରରେ ବିଦ୍ୟୁତ କିଣୁଛି । ଦୈନିକ ୪ ହଜାର ମେଗାୱାଟ୍‌ ବିଦ୍ୟୁତ କିଣାଯାଉଛି, ଯାହାର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା । ସ୍ମେଲ୍‌ଟର୍‌ ପ୍ଲାଣ୍ଟର ୯୫୦ଟି ପଟ୍‌ ରହିଛି । ପ୍ରତି ପଟ୍‌ ଚାଲିବା ପାଇଁ ୧୮୫ ଆମ୍ପିୟର୍‌ ବିଦ୍ୟୁତ୍‌ ଆବଶ୍ୟକ । ବିଦ୍ୟୁତ୍‌ ଅଭାବ ଯୋଗୁଁ ଗୋଟିଏ ପଟ୍ ବନ୍ଦ କରାଗଲେ, ତାହା ପୁନର୍ବାର କାର୍ଯ୍ୟକ୍ଷମ ହେବା ପାଇଁ ୩ରୁ ୬ ମାସ ସମୟ ଲାଗିବ ଓ ଏଥିପାଇଁ ୨ରୁ ୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.