ETV Bharat / state

ମାସ ସାରା କାମ ନପାଇ ଧାରଣାରେ ଶ୍ରମିକ

ଅନୁଗୋଳ ଜିଲ୍ଲାର ରେଙ୍ଗାଲି ଠାରେ ଥିବା ପାୱାର ଗ୍ରୀଡ଼ରେ କାର୍ଯ୍ୟରତ ଠିକା କର୍ମଚାରୀ ସଙ୍ଘ ପକ୍ଷରୁ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବି ନେଇ ଧାରଣା ଦିଆଯାଇଥିଲା । ଅଧିକ ଖବର ପଢନ୍ତୁ...

ମାସ ସାରା କାମ ନପାଇ ଧାରଣାରେ ଶ୍ରମିକ
ମାସ ସାରା କାମ ନପାଇ ଧାରଣାରେ ଶ୍ରମିକ
author img

By

Published : Jul 13, 2020, 6:37 PM IST

ଅନୁଗୋଳ: ଜିଲ୍ଲାର ରେଙ୍ଗାଲି ଠାରେ ଥିବା ପାୱାର ଗ୍ରୀଡ଼ରେ କାର୍ଯ୍ୟରତ ଠିକା କର୍ମଚାରୀ ସଙ୍ଘ ପକ୍ଷରୁ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବି ନେଇ ଧାରଣା ଦିଆଯାଇଥିଲା । ଠିକା କର୍ମଚାରୀ ମାନଙ୍କୁ ମାସରେ 26 ଦିନ କାମ ଦିଆଯାଇ 20ଦିନର ଦରମା ଦିଆଯାଇଛି।

ଗତ 2ମାସରେ ସେମାନଙ୍କୁ 20 ଦିନ କାମ କରିବାକୁ ବାଧ୍ୟ କରାଗଲା । ଏହାଛଡା ବକେୟା ଦରମା ମଧ୍ୟ ଦିଆଯାଉନାହିଁ । ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ ସେମାନଙ୍କ ଅଭିଯୋଗ ଶୁଣୁ ନାହାଁନ୍ତି ।

ମାସ ସାରା କାମ ନପାଇ ଧାରଣାରେ ଶ୍ରମିକ

ଫଳରେ ଦୀର୍ଘ ବର୍ଷ ଧରି ଠିକା ଶ୍ରମିକ ଭାବେ କାମ କରୁଥିବା ଶ୍ରମିକ ମାନେ ଅଭାବରେ ଦିନ କାଟୁଛନ୍ତି। ତେଣୁ ସେମାନେ ଧାରଣା ଦେଇଥବା ସୂଚନା ଦେଇଥିଲେ।

ଆଗାମୀ ଦିନରେ କାମ ଯୋଗାଇ ନଦେଲେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ନାଇବେ ବୋଲି ଧମକ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.