ଅନୁଗୋଳ: ଅନୁଗୋଳ ନାଲକୋ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି । କର୍ତ୍ତୃପକ୍ଷଙ୍କ ମନମାନି ଓ ପାତର ଅନ୍ତର ନୀତି ବିରୁଦ୍ଧରେ ଜିଲ୍ଲା ନାଲକୋର ଦୁଇଟି ଯାକ ପ୍ଲାଣ୍ଟରେ ଶ୍ରମିକମାନେ ଆନ୍ଦୋଳ କରୁଥିବା ଦେଖିବାକୁ ମିଳିଛି ।
ଆଜି ଅନୁଗୋଳ ନାଲକୋର CPP ଓ ସ୍ମେଲ୍ଟର ପ୍ଲାଣ୍ଟ ପରିସରରେ ନାଲକୋ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି । ନିକଟରେ କର୍ତ୍ତୃପକ୍ଷ ଅଫିସ ମାନଙ୍କୁ ଲାପଟପ ଯୋଗାଇ ଦିଆଯିବା ପାଇଁ 90 ହଜାର ଟଙ୍କା ମଞ୍ଜୁରୀ କରିଥିବା ବେଳେ ନନ୍ ଏକଜିକ୍ୟୁଟିଭ ବା ଅଣ କାର୍ଯ୍ୟନିର୍ବାହୀମାନଙ୍କୁ ଏଥିରେ ସାମିଲ କରାଯାଇନାହିଁ ।
ନାଲକୋ କର୍ତ୍ତୃପକ୍ଷଙ୍କ ଏଭଳି ପାତରଅନ୍ତର ନୀତି ବିରୁଦ୍ଧରେ ଶ୍ରମିକ ସଂଗଠନ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି। ପୂର୍ବରୁ ସମସ୍ତ ପାଇଁ ସମାନ ନୀତି ନିର୍ଦ୍ଧାରଣ କରାଯାଉଥିବା ବେଳେ ଏବେ ଏଥିରେ ହେଉଥିବା ବ୍ୟତିକ୍ରମ ବିରୁଦ୍ଧରେ ଶ୍ରମିକ ସଂଗଠନମାନେ ଆନ୍ଦୋଳନ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ